୨୭ ସେପ୍ଟେମ୍ବରରେ ଉଲ୍‌କା ପିଣ୍ଡକୁ ଧକ୍କାଦେଇ ଗତିପଥ ପରିବର୍ତ୍ତନ କରିବ ଡାର୍ଟ, ପ୍ରସାରିତ ହେବ ଲାଇଭ୍‌ ଷ୍ଟ୍ରିମିଂ…

ଓ୍ବାଶିଂଟନ, ୨୫।୯ : ବୈଜ୍ଞାନିକମାନେ ସର୍ବଦା ଚିନ୍ତିତ ଥିଲେ ଯେ ଉଲ୍‌କା ପିଣ୍ଡ ପୃଥିବୀକୁ ଧକ୍କାଦେଇ ସଙ୍କଟ କରିପାରେ। ଏହି ବିପଦର ମୁକାବିଲା ପାଇଁ ନାସାର ମହାକାଶଯାନ ଡାର୍ଟ ପୃଥିବୀଠାରୁ ୬୮ ଲକ୍ଷ କିଲୋମିଟର ଦୂରରେ ଥିବା ଉଲ୍‌କା ପିଣ୍ଡ ଡିମୋଫୋସକୁ ଧକ୍କା ଦେବାକୁ ଯାଉଛି।

୫୨୫ ଫୁଟର ଏହି ଉଲ୍‌କା ପିଣ୍ଡକୁ ଧକ୍କା ଦିଆଯାଇ ଏହାର ଗତି ପଥକୁ ବଦଳା ଯିବାର ପ୍ରୟାସ କରାଯାଉଛି। ଏହି ଧକ୍କାର ଲାଇଭ୍‌ ଷ୍ଟ୍ରିମିଂ ଇଣ୍ଟରନେଟରେ ଦେଖିବାକୁ ମିଳିବ। ଡାର୍ଟ ଡିମୋଫୋସକ ୨୭ ସେପ୍ଟେମ୍ବର ମଙ୍ଗଳବାରରେ ଧକ୍କା ଦେବ। ଭାରତୀୟ ସମୟ ଭୋର ୪କ୍ଷା ୪୪ରେ ଏହା ସମ୍ପନ୍ନ ହେବ। ଏହି ସମୟରେ ଡାର୍ଟ ମହାକାଶ ଯାନର ବେଗ ଘଣ୍ଟା ପ୍ରତି ୨୨,୫୦୦ କିଲୋମିଟର ରହିଥିବ।

ସବୁ ଉଲ୍‌କା ପିଣ୍ଡ ପୃଥିବୀ ପାଇଁ ବିପଦ ସୃଷ୍ଟି କରନ୍ତି ନାହିଁ। ତଥାପି, ଏହା ପରୀକ୍ଷଣ କରାଯାଉଛି ଯେ ଭବିଷ୍ୟତରେ ଯଦି ପୃଥିବୀ ଆଡକୁ କୌଣସି ଉଲ୍‌କା ପିଣ୍ଡ ଆସେ ତେବେ ଆମେ ଏହାର ପଥ ପରିବର୍ତ୍ତନ କରିହେବ କି? ଏହାକୁ ‘ପୃଥିବୀର ସୁରକ୍ଷା ପରୀକ୍ଷଣ’ ମିଶନ କୁହାଯାଉଛି।

ମହାକାଶ ବିଜ୍ଞାନୀମାନେ ଆଶା କରୁଛନ୍ତି ଯେ ଏହି ଧକ୍କା ଉଲ୍‌କା ପିଣ୍ଡର ଗତି ପଥ ବଦଳାଇବ। ସେମାନେ ଦୀର୍ଘ ଦିନ ଧରି ବିଭିନ୍ନ ଉଲ୍‌କା ପିଣ୍ଡ ଉପରେ ନଜର ରଖିଛନ୍ତି। ଧକ୍କା ପରେ ଗତି ପଥ ପରିବର୍ତ୍ତନ ଟେଲିସ୍କୋପ ଦ୍ୱାରା ଦେଖାଯିବ।

୨୪ ନଭେମ୍ବର ୨୦୨୧ରେ ଆରମ୍ଭ ହୋଇଥିବା ଡାର୍ଟ ମିଶନ ପାଇଁ ୨୫୦୦ କୋଟି ଖର୍ଚ୍ଚ ହୋଇଛି।
ଏହି ଧକ୍କାର ପ୍ରତି ସେକେଣ୍ଡର ଚିତ୍ର ଉତ୍ତୋଳନ କରିବାରେ ଡ୍ରାକୋ ଉଲ୍‌କା ସାହାଯ୍ୟ କରିବ।

ଏକ ଛୋଟ ଉପଗ୍ରହ ହାଲୁକା ଇଟାଲୀୟନ କ୍ୟୁବସାଟ ମଧ୍ୟ ପଠାଯାଇଛି, ଯାହା ଧକ୍କା ହେବା ପୂର୍ବରୁ ମହାକାଶ ଯାନରୁ ଅଲଗା ହେବ। ଏହା ସହିତ, ଧକ୍କାର ଅତି ସ୍ପଷ୍ଟ ଚିତ୍ର ୩ ମିନିଟ ପରେ ନିଆଯାଇପାରିବ ।

 

Share