ହାଇଟେକ୍‌ ସର୍ଭେରୁ ବଞ୍ଚିତ ଦର୍ପଣ ତହସିଲ

ଚଣ୍ଡିଖୋଲ,୧୦ା୬(ଡି.ଏନ.ଏ.): ରାଜ୍ୟ ସରକାର ଜମିଜମା ସଂଶୋଧନ ପାଇଁ ବନ୍ଦୋବସ୍ତ, ଚକବନ୍ଦୀ ଆଦି ପ୍ରଚଳନ କରି ସଂଶୋଧନ ପ୍ରକ୍ରିୟା କରିଥିଲେ। ହେଲେ ଇଂରେଜ ସରକାର ଅମଳରେ ହୋଇଥିବା ଭୂ ସଂଶୋଧନ ଆଜି ପର୍ଯ୍ୟନ୍ତ ବଦଳି ନାହିଁ। ଫଳରେ ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ୯ଟି ରାଜସ୍ବ ଗ୍ରାମ ୧୯୨୯ ମସିହା ପରେ ଅଦ୍ୟାବଧି ବନ୍ଦୋବସ୍ତ ହୋଇ ପାରିନାହିଁ। ଯେଉଁଥି ପାଇଁ ସମ୍ପୃକ୍ତ ରାଜସ୍ବ ଗ୍ରାମର ଜମିମାଲିକମାନେ ନାହିଁ ନ ଥିବା ହୀନସ୍ତା ଭୋଗୁଛନ୍ତି। ଜମି ପଟ୍ଟା ନ ଥିବାରୁ ସେମାନେ ବାସସ୍ଥାନ ପ୍ରମାଣପତ୍ର, ବ୍ୟାଙ୍କ ଋଣ ଆଦି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏପରି କି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ କ୍ଷତିପୂରଣ ମଧ୍ୟ ପାଇପାରୁନାହାନ୍ତି। ଅନ୍ୟପକ୍ଷରେ ଏବେ ଯାଜପୁର ଜିଲାର ୭ଟି ତହସିଲ ହାଇଟେକ୍‌ ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ସେଥିରୁ ଦର୍ପଣ ତହସିଲ ବାଦ ପଡ଼ିଛି, ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଦର୍ପଣ ତହସିଲ ଅନ୍ତର୍ଗତ ସୁଙ୍ଗୁଡ଼ା, ଦର୍ପଣ, ପତରାଜପୁର, ପଲେଇ, ମାତକାତପୁର, ଚାରିନଙ୍ଗଳ, କଳାଶ୍ରୀ, ବରଦା ଓ ପଣସୁଧା ରାଜସ୍ବ ଗ୍ରାମ ରହିଛି। ଏହି ଗ୍ରାମଗୁଡ଼ିକ ୧୯୨୬ରେ ବନ୍ଦୋବସ୍ତ କାର୍ଯ୍ୟ କରାଯାଇ ଜମି ସଂଶୋଧନ କରାଯାଇଥିଲା। ଏହାପରେ ୧୯୮୨ରୁ ଆରମ୍ଭ ହୋଇଥିବା ବନ୍ଦୋବସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ବିଭିନ୍ନ କାରଣ ଦର୍ଶାଇ ସମ୍ପୃକ୍ତ ୯ଟି ରାଜସ୍ବ ଗ୍ରାମ ଚକବନ୍ଦୀ ଓ ବନ୍ଦୋବସ୍ତରୁ ବାଦ ପଡ଼ିଲା। ଏପରି କି କେତେକ ରାଜସ୍ବ ଗ୍ରାମରେ ୯(୧)ଧାରାରେ ବନ୍ଦୋବସ୍ତ କାର୍ଯ୍ୟ ଚାଲିଥିବାବେଳେ ଏହା ବନ୍ଦ ହୋଇଥିଲା। ଆଉ କେତେକ ରାଜସ୍ବ ଗ୍ରାମ ୧୩(୧)ଧାରାରେ ବନ୍ଦ ହୋଇଯାଇଛି। ସୀମା ନିର୍ଦ୍ଧାରଣରୁ ସମ୍ପୃକ୍ତ ଗ୍ରାମଗୁଡ଼ିକ ବାଦ ପଡ଼ିଛି। ବନ୍ଦୋବସ୍ତ ହୋଇ ନ ଥିବା ଯୋଗୁ ଏହି ରାଜସ୍ବ ଗ୍ରାମର ଜମିପଟ୍ଟା ନାହିଁ। ସରକାରୀ ନିର୍ଦ୍ଦେଶ ମୁତାବକ ଜମି ପଟ୍ଟାରେ ହିଁ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର ମିଳିଥାଏ। ତେବେ ଏମାନଙ୍କ ନିକଟରେ ପଟ୍ଟା ନ ଥିବା ହେତୁ ୨୦ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବେଳ ସେତିକି ନୁହେଁ ଏହି ମୌଜାରେ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣ କରିବାବେଳେ ସେମାନେ ୧୯୨୯ର ଜମି ପଟ୍ଟା ଖୋଜୁଛନ୍ତି, ଯାହାକି ଆଉ ଏକ ବଡ଼ ସମସ୍ୟା ମୁଣ୍ଡଟେକିଛି।
୧୯୨୯ରେ ଯେଉଁମାନଙ୍କ ନାମରେ ଜମି ପଟ୍ଟା ଥିଲା ସେମାନଙ୍କ ଦେହାନ୍ତ ହୋଇ ସାରିଲାଣି। ତେଣୁ ପୁରଷାନୁକ୍ରମେ ଜମିର ମାଲିକ ଦର୍ଶାଇବା କଷ୍ଟକର ହୋଇପଡୁଛି। ଏହି ମୌଜା ଗୁଡ଼ିକର ଜମି ଖର୍ଦ୍ଦିବିକ୍ରି ଉପରେ ମଧ୍ୟ ସମସ୍ୟା ଦେଖାଦେଇଛି। ଦୀର୍ଘ ୯୩ ବର୍ଷ ଭିତରେ କେତେକ ଜମି ୮ରୁ ୧୦ଥର ବିକ୍ରି ହୋଇଗଲାଣି। ତେଣୁ ୧୯୨୯ ମସିହା ଜମି ପଟ୍ଟାକୁ ଦେଖି ବର୍ତ୍ତମାନର ଜମି ମାଲିକ ଚିହ୍ନଟ କରିବା ମୁସ୍କିଲ। ଏହି ସମସ୍ୟା ପାଇଁ ଜମିର କିସମ ପରିବର୍ତ୍ତନ ହୋଇପାରୁ ନାହିଁ। ଯେଉଁଥି ପାଇଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଜଳସେଚିତ ଚାଷଜମି ବା ଅଣଜଳସେଚିତ ଚାଷଜମିକୁ ସ୍ଥାନୀୟ ଅଞ୍ଚଳବାସୀ କିସମ ପରିବର୍ତ୍ତନ ନ କରି ଏହାକୁ ବାଧ୍ୟ ହୋଇ ଘରବାରି କରି ବ୍ୟବହାର କରୁଛନ୍ତି। ଯେହେତୁ ଜମି ସଂଶୋଧନ ପ୍ରକ୍ରିୟା ହୋଇନାହିଁ ସେଥିପାଇଁ ରାଜସ୍ବ ବିଭାଗ ନୀରବତା ଅବଲମ୍ବନ କରୁଛି। ଚାଷୀ ସରକାରଙ୍କ ବିଭିନ୍ନ ଯୋଜନାରୁ ମଧ୍ୟ ବଞ୍ଚତ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏହି ଜମିଗୁଡ଼ିକର ସର୍ଭେ କରାଯାଇ ସଂଶୋଧିତ ପଟ୍ଟା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କୁହନ୍ତି, ହାଇଟେକ ସର୍ଭେ ନେଇ ଆମ ପାଖକୁ ଏ ପର୍ଯ୍ୟନ୍ତ କୌଣସି ଚିଠି ଆସିନାହିଁ। କେବଳ ଗଣମାଧ୍ୟମରୁ ସୂଚନା ପାଇଛୁ ଯେ, ଆମର ଦର୍ପଣ ତହସିଲ ସେଥିରେ ନାହିଁ। ତେବେ ଚିଠି ଆସିଲା ପରେ ନିଶ୍ଚିତ ଭାବେ ଜିଲାପାଳଙ୍କ ସହ କଥା ହୋଇ ଦର୍ପଣ ତହସିଲକୁ ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri