ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କେତେବେଳେ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ତ କେଉଁଠି ଘରେ ନିଆଁ ଲାଗି ବିପଦ ଆସୁଛି ଆଉ କେତେବେଳେ ରାସ୍ତା ଦୁର୍ଘଟଣା, କିଏ ପାଣିରେ ବୁଡି ଯାଉଥିବା ବେଳେ ଉଦ୍ଧାର କରି ଲୋକଙ୍କ ଜୀବନକୁ ରକ୍ଷା କରୁଥିବା ଅଗ୍ନିଶମ ବିଭାଗ ଅନେକ ସମୟରେ ବାତ୍ୟା ବେଳେ ଲୋକଙ୍କୁ ସୁରକ୍ଷିତ ରଖିବାକୁ କାମ କରୁଥିବା ଦେଖାଯାଏ। ବିଭାଗ ସର୍ବଦା ଲୋକଙ୍କ ଦୁଃଖସୁଖର ସାଥି ଭଳି କାର୍ଯ୍ୟକରନ୍ତି ହେଲେ ସମୟ ମିଳିଲେ ସେମାନେ ସମୟ ନଷ୍ଟ ନ କରି ନିଜ ଶରୀରକୁ ଫିଟ ରଖିବା ସହ ନିଜ ରହିବା ବାସଭବନ ଓ ସରକାରୀ କାର୍ଯ୍ୟାଳୟ ପରିବେଶକୁ ସଫା ରଖିବା ପାଇଁ ଅଗ୍ନିଶମ ବିଭାଗୀୟ କର୍ମଚାରି ଅଫିସର ଅଣ୍ଟା ଭିଡ଼ିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସର ମଧ୍ୟରେ ସେମାନେ ନିଜେ ଏଭଳି ଘାସ ଉପାଡିବା, ଅଳିଆ ଆବର୍ଜନା ବାହାର କରିବା କାର୍ଯ୍ୟ କରିବା ସହ ଯେଉଁ ଅଞ୍ଚଳରେ ଉକ୍ତ କାର୍ଯ୍ୟାଳୟଟି ରହିଛି ସେହି ଅଞ୍ଚଳର ଲୋକଙ୍କୁ ସଚେତନ କରାଇଛନ୍ତି। ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟରତ କର୍ମଚାରି ହାବିଲଦାର ଚିନ୍ମୟ ପରିଡା, ମହେନ୍ଦ୍ର ବେହେରା,ଜୁଗୁନୁ କୁମାର ବେହେରା, ସୁନୀଲ କୁମାର ସମର୍ଥ,ଏକାନ୍ତ ଶବର,ସ୍ବରାଜ୍ୟ ଡାକୁଆ ଏବଂ ସାଜନ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ।


