ସ୍କୁଲରେ ଶିକ୍ଷକ ଅଭାବ: ୫ରୁ ତାଲା ବନ୍ଦ ଆନ୍ଦୋଳନ ଚେତାବନୀ

ଅତାବିରା, ୩୧ା୭(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଖଇରପାଲିସ୍ଥିତ ସରକାରୀ ୟୁଜିଏମ୍‌ଇ ସ୍କୁଲରେ ଶିକ୍ଷକ ଅଭାବରୁ ପାଠପଢ଼ାରେ ବ୍ୟାଘାତ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି l ଏହାକୁ ନେଇ ବୁଧବାର ସ୍କୁଲ କମିଟି ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଥିଲା l ତେବେ ଏହି ବୈଠକ ସରିବା ପରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ସୁଦାମ ଭୋଇଙ୍କ ସଭାପତିତ୍ୱରେ ପୁଣି ଅଭିଭାବିକା ଓ ଅଭିଭାବକଙ୍କୁ ନେଇ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ନେଇ ଏକ ସଭା ସାଢ଼େ ୪ଟାରେ ହୋଇଥିଲା l ଗତ ଶିକ୍ଷାବର୍ଷରୁ ଏଠାରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନେଇ ୪ଥର ଦାବିପତ୍ର ତତ୍କାଳୀନ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଏବଂ ରତ୍ନମୟୀ ପୁରୋହିତଙ୍କୁ ପରିଚାଳନା କମିଟି ପକ୍ଷରୁ ଦିଆଯାଇଥିବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହୋଇ ନ ଥିବା ଆଲୋଚନା ହୋଇଥିଲା। ଆସନ୍ତା ସୋମବାର ସୁଦ୍ଧା ଖାଲିଥିବା ଶିକ୍ଷକ ପଦବୀ ପୂରଣ ନ ହେଲେ ଅଗଷ୍ଟ ୫ରୁ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଥିବା କମିଟି ଅଧ୍ୟକ୍ଷ ଭୋଇ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତ ଶିକ୍ଷାବର୍ଷରୁ ଶିକ୍ଷକ ପଦବୀ ଖାଲିପଡ଼ିଛି। ସ୍କୁଲରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏ ଏବେ ୨୬୬ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି l ସରକାରଙ୍କ ନିୟମ ୩୫:୧ ଅନୁପାତରେ ୭ରୁ ୮ ଜଣ ଶିକ୍ଷକ ରହିବା କଥା। ତେବେ ବର୍ତ୍ତମାନ ପ୍ରଧାନଶିକ୍ଷକଙ୍କୁ ମିଶାଇ ୫ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି l ୫ ଶିକ୍ଷକ କିଭଳି ୯ଟି ଶ୍ରେଣୀ ସମ୍ଭାଳିବେ ବୋଲି କମିଟି ପ୍ରଶାସନକୁ ପ୍ରଶ୍ନ କରିଛି। ପୁଣି କମିଟି କହିଛି, ସେହି ୫ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଶିକ୍ଷକଙ୍କୁ ସିଆର୍‌ସିସି କରି ଗୋଷ୍ଠୀ ଶିକ୍ଷାକେନ୍ଦ୍ର କାର୍ଯ୍ୟାଳୟକୁ ନେବା ପାଇଁ ପ୍ରସ୍ତୁତି ଚାଲିଛି। ଏପରି ହେଲେ ସ୍କୁଲରେ କେବଳ ଜଣେ ପ୍ରଧାନଶିକ୍ଷକଙ୍କୁ ଛାଡ଼ିଦେଲେ ଆଉ କେହି ପୁରୁଷ ଶିକ୍ଷକ ରହିବେ ନାହିଁ l ଫଳରେ କେବଳ ୩ ଶିକ୍ଷୟିତ୍ରୀଙ୍କୁ ନେଇ ସ୍କୁଲ ଚାଲିବ। ଏଠାରୁ କୌଣସି ଶିକ୍ଷକଙ୍କୁ ଛଡ଼ାଯିବ ନାହିଁ। ଏଠାରେ ଖାଲିଥିବା ଶିକ୍ଷକ ପଦବୀ ଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରିଛନ୍ତି। ଏହାର ଖିଲାପ ହେଲେ ନିଶ୍ଚିତ ଭାବେ କମିଟି ତାଲା ବନ୍ଦ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ଥିବା ଭେଡେନ ବିଇଓ ମଛିନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ, ଏହି ସ୍କୁଲର ସ୍ଥିତି ବିଷୟରେ ତଦନ୍ତକରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?