ଦରଗଡ଼ିଶିଳାକୁ ମିଳୁନି ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା

କେନ୍ଦୁଝର,୬।୧୨(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କୋଳିମାଟି ପଞ୍ଚାୟତର ସିଂହନାଳୀ ନିକଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦରଗଡ଼ିଶୀଳା ଅଞ୍ଚଳକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହା ନିକଟରେ ରହିଛି ଜିଲାର ପ୍ରଥମ ଜଳ ବିଦ୍ୟୁତ୍‌(ହାଇଡେଲ୍‌ ପ୍ରୋଜେକ୍ଟ)। ବୈତରଣୀ ନଦୀର ପାଣିକୁ ଟନେଲ ଦ୍ୱାରା ଟରବାଇନରେ ପକାଇ ଏଠାରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ନିର୍ମାଣ କରାଯାଇଥିବା ବ୍ୟାରେଜ୍‌ ଅନ୍ୟତମ ଆକର୍ଷଣର ପାଲଟିଛି କେନ୍ଦ୍ର ପାଲଟିଛି। ଏହି ଅଞ୍ଚଳର ବିକାଶ ସହ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଲେ ସ୍ଥାନୀୟ ଆଦିବାସୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି।
ପ୍ରାକୃତିକ ସୌନ୍ଦର୍ଯପୂର୍ଣ୍ଣ ଏହି ସ୍ଥାନଟି ଶାନ୍ତ ପରିବେଶ ମଧ୍ୟରେ ଅବସ୍ଥିତ। ଆନନ୍ଦପୁରରୁ ୨୦ନଂ.ଏନ୍‌ଏଚ୍‌ରେ ଘଟଗଁା ଅଭିମୁଖେ ଯିବା ବାଟରେ କୋଳିମାଟି ନିକଟରୁ ପ୍ରାୟ ୧୫ କି.ମି. ଜଙ୍ଗଲାଞ୍ଚଳ ଦେଇ ଗଲେ ଏହି ସ୍ଥାନରେ ପହଞ୍ଚି ହେବ। ବାଟରେ ଯିବା ସମୟରେ ଝୁଲନ୍ତା ପୋଲ ଏବଂ ଉଭୟ ପାର୍ଶ୍ୱର ସବୁଜିମା ବନାନୀ ସମସ୍ତଙ୍କୁ ମନମୁଗ୍ଧ କରିବ। ଆଦିବାସୀ ଅଞ୍ଚଳ ହୋଇଥିବାରୁ ଗଁାର ଅନୁଭୂତି ଏବଂ କ୍ଷେତବାଡ଼ି ଦେଖିବାକୁ ମିଳିବ। ଉକ୍ତ ସ୍ଥାନରେ ପ୍ରବାହିତ ବୈତରଣୀ ନଦୀର ପ୍ରଶସ୍ତ ବକ୍ଷ ଏକ ନିଆରା ପରିବେଶ ସୃଷ୍ଟି କରୁଛି। ଏହା କଡ଼ରେ ଥିବା ଜଙ୍ଗଲ ଓ ପାହାଡ଼ର ଦୃଶ୍ୟ ଅତ୍ୟନ୍ତ ମନୋରମ। ବୈତରଣୀ ନଦୀ ଅଗଭୀର ଥିବାରୁ ଏଥିରେ ଗାଧୋଇବା, ବିଦ୍ୟୁତ୍‌ ଉପତ୍ାଦନ ପ୍ରକଳ୍ପ ବୁଲିବା ଏବଂ ଏହାର କୂଳରେ ଭୋଜିଭାତ କରି ଦିନଟିଏ କାଟିବା ନିଆରା।
ଅନ୍ୟତମ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡଠାରେ ବୈତରଣୀ ନଦୀ ପାହାଡିଆ ବାଟ ଦେଇ ପ୍ରବାହିତ ହୋଇ ସେଠାରୁ ପ୍ରାୟ ୧୦ କିମି ଦୂରରେ ରହିଛି ଦରଗଡ଼ିଶିଳା। ଏହି ସ୍ଥାନରେ ବୋଟିଂ, ରାଫ୍ଟିଂ ଆଦି ବ୍ୟବସ୍ଥା କରାଗଲେ ଏବଂ ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ୱକୁ ଯିବା ପାଇଁ କେବୁଲ କାର ବା ଝୁଲନ୍ତା ପୋଲ ଆଦି ନିର୍ମାଣ କରାଗଲେ ଏହା ଜାତୀୟ ସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ହୋଇ ପାରନ୍ତା ବୋଲି ପର୍ଯ୍ୟଟନ ପ୍ରେମୀମାନେ ମତବ୍ୟକ୍ତ କରୁଛନ୍ତି। ଏଠାରେ ଜଳପତ୍ତନ ଭୀମକୁଣ୍ଡ ଅପେକ୍ଷା କମ୍‌ ଥିବାରୁ ବିପଦ କମ୍‌ ରହିଛି। ଏଣୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ଏବଂ ଏହା ସହିତ ନିକଟରେ ଥିବା ଘଟଗଁା ମା’ ତାରିଣୀ ପୀଠ, ଗୁଣ୍ଡିଚାଘାଗୀ ଜଳପ୍ରପାତ, ସୀତାବିଞ୍ଝ ଆଦି ପର୍ଯ୍ୟଟନ କେନ୍ଦ୍ର ବୁଲିବା ସୁଯୋଗ ପାଇବେ ବୋଲି ପ୍ରକୃତି ପ୍ରେମୀ ପ୍ରଦୀପ ରାଉତ କୁହନ୍ତି ା ଏହା ଏକ ଭଲ ଟୁରିଷ୍ଟ ସର୍କିଟ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛିା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହି ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri