Posted inଖେଳ

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି ଗୁଜବ ପ୍ରଚାରିତ ହେଉଥିବା ବେଳେ ଏବେ ପୂର୍ବତନ ଅଧିନାୟକ କୋହଲିଙ୍କ ସହ କେ.ଏଲ୍‌ ରାହୁଲଙ୍କ ସମ୍ପର୍କ ଠିକ୍‌ ନ ଥିବା କୁହାଯାଉଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବିଷୟରେ କଥା ହୋଇ ପାକିସ୍ତାନର ପୂର୍ବ ଲେଗ୍‌ ସ୍ପିନର ଡାନିଶ କାନେରିଆ ଦାବି କରିଛନ୍ତି ଯେ, ଏବେ ଭାରତୀୟ ଟିମ୍‌ ଦୁଇଟି ଦଳରେ ବିଭକ୍ତ ହୋଇସାରିଛି। ଏଥିରୁ ଗୋଟିଏ ଗୋଷ୍ଠୀ କୋହଲି ଏବଂ ଅନ୍ୟଟି ରାହୁଲଙ୍କର।

କାନେରିଆ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ଭାରତୀୟ ଡ୍ରେସିଂ ରୁମ୍‌ ଦୁଇଟି ଦଳରେ ବିଭକ୍ତ ହୋଇଥିବା ଆମେ ଦେଖିଛୁ। ରାହୁଲ ଏବଂ କୋହଲି ଅଲଗା ଅଲଗା ବସିଥିଲେ। ଏପରିକି ଅଧିନାୟକ ଭାବେ କୋହଲିଙ୍କୁ ଯେମିତି ଦେଖିଆସିଛୁ, ସେଭଳି ମନୋଭାବରେ ସେ ନ ଥିଲେ। କିନ୍ତୁ ସେ ଜଣେ ଟିମ୍‌ ମ୍ୟାନ୍‌। ଶୀଘ୍ର ସେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି କାନେରିଆ କହିଛନ୍ତି।

ପ୍ରକାଶ ଯେ, କୋହଲି ନିଜେ ଟି-୨୦ ଫର୍ମାଟର ଅଧିନାୟକତ୍ୱ ଛାଡ଼ିବା ପରେ ଦିନିକିଆ ନେତୃତ୍ୱରୁ ତାଙ୍କୁ ବାହାର କରିଦିଆଯାଇଥିଲା। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ପରାଜିତ ହେବା ପରେ ସେ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଦେଇଥିଲେ। ଦଳରେ ଏବେ ରୋହିତ ଶର୍ମାଙ୍କ ଅନୁପସ୍ଥିତି କାରଣରୁ ରାହୁଲ ଦିନିକିଆର ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେଉଁଠି, କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ତ୍ରିନିଦାଦ,୧।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଆଜି ଖେଳାଯିବ। ଏପର୍ଯ୍ୟନ୍ତ ଭାରତ ଏବଂ...

କର୍ବର ହାରିଲେ, ପ୍ଲିସ୍‌କୋଭାଙ୍କ ବିଜୟ

ପ୍ୟାରିସ୍‌, ୩୦ା୯ (ଏପି)-ଫ୍ରେଞ୍ଚ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍‌ ପ୍ଲିସ୍‌କୋଭା କ୍ୱାଲିଫାୟର ତଥା ଇଜିପ୍ଟର...

ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତତମ ୧୦ ହଜାର ରନ୍‌ ସଂଗ୍ରହ କରିଥିବା ବିଶ୍ୱର ୫ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। ଏକଦିବସୀୟ ମ୍ୟାଚରେ ୧୦ ହଜାର ରନ ସଂଗ୍ରହ ଏକ ଏଭଳି ମାଇଲ୍‌ଖୁଣ୍ଟ, ଯାହାକୁ...

ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରୁଥିବାର ନଜର ଆସିଲେ ପନ୍ତ

ନୂଆଦିଲ୍ଲୀ,୧୬।୮: ୨୦୨୨ରେ ଡିସେମ୍ବରରେ ଏକ କାର ଦୁର୍ଘଟଣାରେ ଭାରତୀୟ ଦଳର ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାଙ୍କୁ...

ଟେଷ୍ଟ ଟିମ୍‌ର କ୍ୟାପଟେନ୍‌ ହେବାକୁ ଚାହୁଁ ନ ଥଲେ ରୋହିତ ଶର୍ମା: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୧୪।୬: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମାଙ୍କୁ ତିନୋଟି ଫର୍ମାଟରେ ଭାରତୀୟ ଟିମ୍‌ର ଫୁଲ୍‌ ଟାଇମ୍‌ କ୍ୟାପଟେନ୍‌ କରାଯାଇଥିଲା। କୋହଲି ପ୍ରଥମେ ହ୍ବାଇଟ୍‌ ବଲ୍‌ର ପୂର୍ବରୁ...

ଆଇପିଏଲ୍‌ ପୂର୍ବରୁ ବିବାହ କଲେ ଆର୍‌ସିବିର ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ,୯।୩: ଆଇପିଏଲ୍‌ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ଖେଳାଳି ଓ୍ବାନିନ୍ଦୁ ହସରଙ୍ଗା। ପ୍ରେମିକା ବିଦ୍ୟା ପଦ୍ମାପେରୁମାଙ୍କ ହାତ ଧରିଛନ୍ତି...

ଟସ୍‌ ଜିତିଲା ଭାରତ, ବୋଲିଂ ନିଷ୍ପତ୍ତି…

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ...

ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍‌ ସମୟଚକ୍ର ଅବଧି ବୃଦ୍ଧି ଆବଶ୍ୟକ

ନୂଆଦିଲ୍ଲୀ, ୨୯ା୬ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍‌ ସମୟଚକ୍ରର ଅବଧି ବୃଦ୍ଧି କରିିବା ଉଚିତ୍‌ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ...

Advertisement
Archives

Model This Week