ବିପଜ୍ଜନକ ଯୋଜନା

ଭାରତର ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ସୁପ୍ରିମକୋର୍ଟ ବେଆଇନ ଘୋଷିତ କରିଛନ୍ତି। ଯେଉଁମାନେ ଏକଚ୍ଛତ୍ରବାଦକୁ ବିରୋଧ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବିରଳ ନ୍ୟାୟିକ ବିଜୟ। କିନ୍ତୁ ଗତ ସାଧାରଣ ନିର୍ବାଚନ ସମେତ ଅନେକ ନିର୍ବାଚନ ଏହି ବେଆଇନ ପାଣ୍ଠିକୁ ନେଇ ଲଢ଼େଇ କରାଯାଇଛି। ଏହା ପୂର୍ବରୁ ବଣ୍ଡ୍‌ ଉପରେ ବିଚାରକରି ରାୟ ଦେଇଥିଲେ ଭଲ ହୋଇଥାନ୍ତା, କିନ୍ତୁ କୋର୍ଟ ତାହା କରିବାକୁ ଚାହିଁ ନ ଥିଲେ। ଏହି ପ୍ରସଙ୍ଗରେ ବିଚାରକରିବାରେ କାହିଁକି ବିଳମ୍ବ କରିଥିଲେ ବୋଲି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ପଚରାଯାଇଥିଲା। ସେ କହିଥିଲେ, ତାଙ୍କ କୋର୍ଟକୁ ଏହି ପ୍ରସଙ୍ଗ ଆସିଥିବା ସେ ମନେରଖିନାହାନ୍ତି। ଇଲେକ୍ଟୋରାଲ ବଣ୍ଡ୍‌ କାରବାର କିଭଳି ଖରାପ ଥିଲା ତାହା ଜାଣିବା ଲାଗି ଏଠାରେ ଉଲ୍ଲେଖ କରାଯାଉଛି। ୨୦୧୭ ବଜେଟ ବେଳେ ମୋଦି ସରକାର ଏହି ଯୋଜନା ଘୋଷଣା କରିଥିଲେ। କୁହାଯାଇଥିଲା ଯେ, ବଣ୍ଡ୍‌ଗୁଡ଼ିକ ରାଜନୈତିକ ଦଳଗୁଡ଼ିକ ପାଇଁ ବେନାମୀ ତଥା ଅଜଣା ଦାତାଙ୍କ ମାଧ୍ୟମରେ ଟଙ୍କା ପାଇବା ପାଇଁ ଏକ ମାଧ୍ୟମ ହେବ। ବଣ୍ଡ୍‌ କିଣିବା ସମୟରେ ଦାତା ସେମାନଙ୍କ ପରିଚୟ ବ୍ୟାଙ୍କରେ ପ୍ରକାଶ କରିବାକୁ ପଡ଼ିବ, କିନ୍ତୁ ବଣ୍ଡ୍‌ରେ ପରିଚୟ ପ୍ରକାଶ ପାଇବ ନାହିଁ। ରାଜନୈତିକ ଦଳଗୁଡ଼ିକ ଦାତାଙ୍କୁ ନ ଜାଣି ଟଙ୍କା ଗ୍ରହଣ କରିପାରବେ। ତେଣୁ ରାଜନୈତିକ ଦଳଗୁଡ଼ିକୁ କିଏ ପାଣ୍ଠି ଦେଉଛନ୍ତି ଏବଂ ପ୍ରଭାବିତ କରୁଛନ୍ତି ତାହା ଭୋଟରମାନେ ଜାଣିପାରିବେ ନାହିଁ। ଏହି ଯୋଜନା ବିଦେଶୀ କମ୍ପାନୀ ଏପରିକି ସେଲ୍‌ କମ୍ପାନୀଗୁଡ଼ିକୁ ଦାନ ବିଷୟରେ କାହାକୁ ନ ଜଣାଇ କିମ୍ବା ଦାତାଙ୍କ ନାମ ପ୍ରକାଶ ନ କରି ଭାରତର ରାଜନୈତିକ ପାର୍ଟିକୁ ଦାନ କରିବାକୁ ଅନୁମତି ଦିଏ। ଏହା ମଧ୍ୟ କମ୍ପାନୀ ଅଧିନିୟମର ଏକ ଭାଗକୁ ଶେଷ କରିଦେଇଥିଲା ଯେଉଁଥିରେ କର୍ପୋରେଟଗୁଡ଼ିକୁ ସେମାନଙ୍କର ବାର୍ଷିକ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟରେ ରାଜନୈତିକ ଦାନର ବିବରଣୀ ପ୍ରକାଶ କରିବାକୁ ପଡ଼େ। ବର୍ତ୍ତମାନ ସେମାନଙ୍କୁ ଆଉ ସେଭଳି କରିବା ଆବଶ୍ୟକ ପଡ଼ିଲା ନାହିଁ। ପୂର୍ବରୁ ମଧ୍ୟ କର୍ପୋରେଟଗୁଡ଼ିକ ସେମାନଙ୍କ ହାରାହାରି ୩ ବର୍ଷର ମୋଟ୍‌ ଲାଭର ସର୍ବାଧିକ ୭.୫ ପ୍ରତିଶତ ରାଜନୈତିକ ଦଳକୁ ଦାନ କରିବାର ସୀମା ଥିଲା। ଏବେ ଏହା ଆଉ ନାହିଁ। ଏହି କଟକଣାକୁ ଆଇନଗତଭାବେ ଉଠାଇଦିଆଯିବା ଯୋଗୁ କର୍ପୋରେଟଗୁଡ଼ିକ ବର୍ତ୍ତମାନ ଇଲେକ୍ଟୋରାଲ ବଣ୍ଡ୍‌ ମାର୍ଗ ଦେଇ ଯାଇପାରିଲେ। ନାମ ଗୁପ୍ତ ରଖି ପାର୍ଟିକୁ ପାଣ୍ଠି ଯୋଗାଇବା ପ୍ରକ୍ରିୟା ସହଜ କରାଗଲା। ଆଉ ମଧ୍ୟ କୁହାଯାଇଥିଲା ଯେ, ୨୯ଟି ସହରର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅନେକ ବଣ୍ଡ୍‌ ଆକାରରେ ଉପଲବ୍ଧ ହେବ। ଜଣେ ଦାତା ସେଗୁଡ଼ିକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ କିଣିପାରିବେ, ନିଜ ପସନ୍ଦର ପାର୍ଟି କିମ୍ବା ବ୍ୟକ୍ତିଙ୍କୁ ହସ୍ତାନ୍ତର କରିପାରିବେ ଏବଂ ବଣ୍ଡ୍‌ଗୁଡିକ ୧୫ ଦିନ ପାଇଁ ବୈଧ ହେବ।
୨୦୧୭ ବଜେଟର ୪ଦିନ ପୂର୍ବରୁ ଜଣେ ଅମଲାତନ୍ତ୍ରୀ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଭିଭାଷଣରେ ଏସବୁ ଚିହ୍ନିତକରି ଉଲ୍ଲେଖ କରିଥିଲେ ଯେ, ଏଭଳି ଏକ ବିରାଟ ପରିବର୍ତ୍ତନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ଙ୍କ ସହମ୍ମତି ଆବଶ୍ୟକ। ଏହାର କାରଣ ହେଲା ବଣ୍ଡ୍‌ର ପ୍ରବର୍ତ୍ତନ ଆର୍‌ବିଆଇ ଅଧିନିୟମରେ ପରିବର୍ତ୍ତନ ଆବଶ୍ୟକ କରେ। ଏହି ଅଧିନିୟମକୁ ବଣ୍ଡ୍‌ ଯୋଜନା ସହିତ ସମାନ କରିବା ପାଇଁ ଅଧିକାରୀ ଜଣକ ଏକ ପ୍ରସ୍ତାବିତ ସଂଶୋଧନ ପ୍ରସ୍ତୁତ କରିଥିଲେ ଏବଂ ମନ୍ତ୍ରୀଙ୍କୁ ଦେଖିବା ପାଇଁ ଫାଇଲ ପଠାଇଥିଲେ। ସେହିଦିନ, ୨୮ ଜାନୁଆରୀ ୨୦୧୭ ଶନିବାରରେ ଆର୍‌ବିଆଇଠାରୁ ଏହାର ମତାମତ ଜାଣିବାକୁ ଚାହିଁ ପାଞ୍ଚ ଧାଡ଼ିର ଲେଖା ଇ-ମେଲ୍‌ରେ ପଠାଯାଇଥିଲା। ଏହାର ଉତ୍ତର ପରବର୍ତ୍ତୀ କାର୍ଯ୍ୟଦିବସ ଅର୍ଥାତ୍‌ ୩୦ ଜାନୁଆରୀ ସୋମବାରରେ ମିଳିଥିଲା। ଆର୍‌ବିଆଇ ସ୍ପଷ୍ଟ କରିଥିଲା ଯେ, ଆର୍‌ବିଆଇ ଅଧିକାର ବିରୋଧରେ ଇଲେକ୍ଟୋରାଲ ବଣ୍ଡ୍‌ ଯାଉଥିବାରୁ ଏହା ଏକ ଖରାପ ସିଦ୍ଧାନ୍ତ। ଆର୍‌ବିଆଇ ପ୍ରକାଶ କରିଥିଲା ଯେ, ଆଇନରେ ସଂଶୋଧନ ଆଣି ସୁଗମ କରିବା କାର୍ଯ୍ୟ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍‌ ଆଇନର ମୂଳ ନୀତିକୁ ଗୁରୁତର ଭାବରେ କ୍ଷୁଣ୍ଣ କରିବ ଏବଂ ଏହା କରିବା ଏକ ଖରାପ ଉଦାହରଣ ସୃଷ୍ଟି କରିବ। ଆର୍‌ବିଆଇର ଦ୍ୱିତୀୟ ଆପତ୍ତି ଥିଲା , ବଣ୍ଡ୍‌ର ମୂଳ କ୍ରେତା ପାର୍ଟିକୁ ଦାନ ଦେଉଥିବା ପ୍ରକୃତ ଦାତା ହେବା ଦରକାର ପଡ଼ୁ ନ ଥିବାରୁ ସ୍ବଚ୍ଛତାର ଉଦ୍ଦେଶ୍ୟ ମଧ୍ୟ ହାସଲ ହୋଇପାରିବ ନାହିଁ। ଆର୍‌ବିଆଇ କହିଥିଲା ଯେ, ଏହି ବଣ୍ଡ୍‌ଗୁଡ଼ିକ ଅର୍ଥ ହେରଫେର ଆଇନ ଉପରେ ପ୍ରଭାବ ପକାଇବ। ଶେଷରେ ଆର୍‌ବିଆଇ ସ୍ପଷ୍ଟ କରିଥିଲା ଯେ, ଏକ ଇଲେକ୍ଟୋରାଲ ବିୟର ବଣ୍ଡ୍‌ ସୃଷ୍ଟିକରି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଧାରାରେ ସମସ୍ୟା ସୃଷ୍ଟି କରିବାର କୌଣସି ଆବଶ୍ୟକତା ନ ଥିଲା।
ନିର୍ବାଚନ ବଣ୍ଡ୍‌ ଯୋଜନା ବିପଜ୍ଜନକ ଥିଲା ବୋଲି ଭାରତର ନିର୍ବାଚନ କମିଶନ(ଇସି) ମଧ୍ୟ କହିଥିଲା। ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠରେ ଏହା କହିଥିଲା ଯେ, ନିର୍ବାଚନ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳ ଗ୍ରହଣ କରିଥିବା ଦାନର ତଥ୍ୟକୁ ବାଦ୍‌ ଦେବା ଦ୍ୱାରା ରାଜନୈତିକ ଦଳଗୁଡ଼ିକର ରାଜନୈତିକ ପାଣ୍ଠିର ସ୍ବଚ୍ଛତା ଉପରେ ଗୁରୁତର ପ୍ରଭାବ ପଡ଼ିବ। କିନ୍ତୁ ସୁପ୍ରିମକୋର୍ଟ ସରକାରଙ୍କ ଏଭଳି ତ୍ରୁଟିକୁ ଅଣଦେଖା କରିଥିଲେ ମଧ୍ୟ ଏହି ଯୋଜନା ପ୍ରଣୟନ ହେବା ଦିନରୁ ଇସି ଏହାକୁ ପ୍ରତିରୋଧ ଜାରି ରଖିଥିଲା। ବଣ୍ଡ୍‌ ସହ ଜଡ଼ିତ ଦୁଇ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ସେମାନଙ୍କ କାର୍ଯ୍ୟ କରିବାକୁ ଚେଷ୍ଟା କରିବା ସହ ଏହି ଯୋଜନାକୁ ବିିରୋଧ କରିଥିଲେ। ହେଲେ ସେମାନେ ଅସମର୍ଥ ହେଲେ। ଯଦିଓ ଆର୍‌ବିଆଇ ତୁରନ୍ତ ଏହାର ଜବାବ ଦେଇଥିଲା ତଥାପି ସରକାର ଗୋଟିଏ କାରଣ ଦର୍ଶାଇ ଏହାକୁ ଖାରଜ କରିଦେଇ କହିଥିଲେ ଯେ, ଆର୍‌ବିଆଇର ପରାମର୍ଶ ବହୁ ବିଳମ୍ବରେ ଆସିଥିଲା ଓ ଏହା ପୂର୍ବରୁ ଫାଇନାନ୍ସ ବିଲ୍‌ ମୁଦ୍ରିତ ହୋଇସାରିଥିଲା। ଏହି ଇଲେକ୍ଟୋରାଲ ବଣ୍ଡ୍‌ ଅଧ୍ୟାୟ ଆମ ଗଣତନ୍ତ୍ରରେ ସଂସ୍ଥାଗତ ପ୍ରତିରୋଧର ପରିସୀମାକୁ ପ୍ରକାଶ କରିଛି। ତେବେ ଶେଷରେ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ଅସାମ୍ବିଧାନିକ କହି ରଦ୍ଦ କରିଛନ୍ତି। ଆମ ଅନୁଷ୍ଠାନଗୁଡ଼ିକ କେତେ ଦୁର୍ବଳ ଏବଂ ସେମାନେ ଦେଶ ପାଇଁ ଭଲ ଚାହୁଁଥିବାବେଳେ ସେମାନଙ୍କୁ କିଭଳି ଅଣଦେଖା କରାଯାଇପାରେ, ସେ ଦିଗରେ ଆମକୁ ଏହି ରାୟ ସଚେତନ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri