ବିପଦପୂର୍ଣ୍ଣ ସ୍ଥାନ ସମ୍ପର୍କରେ ଜଣାଇବେ କର୍ପୋରେଟର

ଭୁବନେଶ୍ୱର, ୧୮।୬ (ବ୍ୟୁରୋ): ଓଡ଼ିଶା ଛୁଇଁଛି ମୌସୁମୀ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆଗକୁ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ବର୍ଷାଜନିତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଚଳିତ ମୌସୁମୀରେ ଯେପରି ସହରରେ ଜଳବନ୍ଦୀ ଏବଂ ଡ୍ରେନେଜ ସମସ୍ୟା ନ ହେବ ସେଥିପାଇଁ ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମୟ ପୂର୍ବରୁ ପଙ୍କ ଉଦ୍ଧାର ସରିଯାଇଥିଲେ ହେଁ, ହଠାତ୍‌ ପଙ୍କ ଜମୁଥିବା ସ୍ଥାନକୁ ଯାଇ ତୁରନ୍ତ ପଙ୍କ ଉଦ୍ଧାର କରିବା, ଜଳବନ୍ଦୀ ସାମ୍ଭାବ୍ୟ ସ୍ଥାନ ଉପରେ କଡ଼ା ନଜର ରଖି ଏହାର ପ୍ରତିକାର ବ୍ୟବସ୍ଥାରେ ଗୋଷ୍ଠୀ ସହଯୋଗ ଲୋଡ଼ିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ ଏବଂ ଡ୍ରେନେଜ୍‌ ଅଧିକ୍ଷଣ ଯନ୍ତ୍ରୀ ଗୌତମ ଦାସଙ୍କ ଉପସ୍ଥିତିରେ ମେୟର ଦାସ ଗୋଷ୍ଠୀ ସହିତ ଜଡ଼ିତ ଥିବା ଅଭିଜ୍ଞ କର୍ପୋରେଟରଙ୍କୁ ନେଇ ବୈଠକରେ ଆଲୋଚନା କରିଥିଲେ। କର୍ପୋରେଟରମାନଙ୍କୁ ନିଜ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନ ଏବଂ ଆବଶ୍ୟକ ସୁରକ୍ଷା ବାବଦରେ ସୂଚନା ଦେବାକୁ କୁହାଯାଇଛି। ଏଥିସହ ଡ୍ରେନ୍‌ରେ ସ୍ଲାବ୍‌ ନ ଥିବା ବା ବ୍ୟାରିକେଡ଼ିଙ୍ଗ୍‌ ନ ଥିବା ଭଳି ସ୍ଥାନକୁ ଚିହ୍ନଟ କରି କର୍ପୋରେଟରମାନେ ସ୍ଥାନୀୟ ନାଗରିକଙ୍କୁ ଏ ବାବଦରେ ସୂଚନା ଦେବେ ଓ କାର୍ଯ୍ୟ ପୂରଣ କରିବାରେ ସହଯୋଗ କରିବାକୁ ମେୟର ଅନୁରୋଧ କରିଥିଲେ। ସେହିଭଳି ସଂଯୁକ୍ତ ବିଭାଗ ୱାଟ୍‌କୋ, ପୂର୍ତ୍ତ ବିଭାଗ, ଟାଟା ପାୱାର୍‌ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ବସି ବର୍ଷା ମୁକାବିଲା ରଣନୀତି ଆପଣାଯିବ ବୋଲି ସୂଚନା ଦିଆଯାଇଛି।
ଅପରପକ୍ଷେ ବର୍ଷା ବିପତ୍ାତରେ କୌଣସି ସମସ୍ୟା ହେଲେ ନାଗରିକମାନେ ବିଏମ୍‌ସି ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ତରଫରୁ ଜାରି କରାଯାଇଥିବା ଟୋଲ୍‌ ଫ୍ରି ନମ୍ବର ୧୯୨୯ରେ ଫୋନ୍‌ କରି ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ନମ୍ବରରେ ଏକକାଳୀନ ଏକାଧିକ ଚୁକ୍ତି ଫୋନ୍‌ ଗ୍ରହଣ କରିବାର ବ୍ୟବସ୍ଥା (ୱାର୍କ ଷ୍ଟେସନ୍‌) ରହିଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅଧିକ ସଂଖ୍ୟାରେ କରାଯିବ। ଏଦ୍ୱାରା ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆସୁଥିବା କଲ୍‌କୁ ରେକର୍ଡ଼ କରି ଜଳବନ୍ଦୀ ସ୍ଥାନଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇ ପାରିବ ବୋଲି କୁହାଯାଇଛି। ବିଏମ୍‌ସି ତରଫରୁ ୩୧ଟି ଜଳବନ୍ଦୀ ଓ ୭୫ଟି ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରାଯାଇଛି। ଏହା ଉପରେ କଡ଼ା ନଜର ରଖିପାରିଲେ ଆସନ୍ତା ମୌସୁମୀ ଜନିତ ଜଳବନ୍ଦୀ ସମସ୍ୟା ଲାଘବ ହୋଇ ପାରିବ। ତେବେ ଏ ଦିଗରେ କେବଳ ସରକାରୀ କଳ ନୁହେଁ ବରଂ ଗୋଷ୍ଠୀ ସହଯୋଗର ନିତାନ୍ତ ଏବଂ ସମୟ ଉପଯୋଗୀ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri