ପୁଟିନ୍‌ଙ୍କ ପାଖରେ ବିପଜ୍ଜନକ ଆଣବିକ ସୁଟକେସ୍‌, ନିମିଷକେ ରଚିବ ତାଣ୍ଡବ…

ମସ୍କୋ,୧୯।୨ : ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ପାଖରେ ୨୪ ଘଣ୍ଟା ଏକ ଆଣବିକ ସୁଟକେସ୍‌ ରହୁଛି। ଏହି ବିପଜ୍ଜନକ ସୁଟକେସ୍‌ ଦ୍ୱାରା ୬,୨୫୭ ଆଣବିକ ବୋମାକୁ ନିୟନ୍ତ୍ରଣ କରାଯାଇ ପାରିବ। ସୁଟକେଟ୍‌ ଭିତରେ ଥିବା ନିୟନ୍ତ୍ରଣ ମେସିନ୍‌ର ବଟନ୍‌ ଦବାଇଲେ ନିମିଷକେ ପୃଥିବୀରେ ଆଣବିକ ବୋମା ତାଣ୍ଡବ ରଚିବ। ଏହି ପରମାଣୁ ସୁଟକେସ ଏକ ସାଧାରଣ ବ୍ରିଫକେସ ପରି ଦେଖାଯାଇଥାଏ। ପୁଟିନଙ୍କ ଏହି ଆଣବିକ ବ୍ରିଫକେସ ୨୦୧୯ରେ ପ୍ରଥମ ଥର ପାଇଁ ଲୋକଲୋଚନକୁ ଆସିଥିଲା।

ଏହି ବ୍ରିଫକେସରେ ଥିବା ମେସିନ୍‌ରେ ନାଲି ଏବଂ ଧଳା ବଟନ ରହିଛି। ପୁଟିନ ଏହି ବଟନଗୁଡ଼ିକ ସାହାଯ୍ୟରେ ପରମାଣୁ ଆକ୍ରମଣର ଆଦେଶ ଦେଇପାରିବେ। ପୁଟିନ୍‌ଙ୍କ ସହିତ ଆଣବିକ ସୁଟକେସ୍‌ ମଧ୍ୟ ଯାତ୍ରା କରିଥାଏ। ରୁଷିଆର ଗଣମାଧ୍ୟମ ଅନୁଯାୟୀ, ଏହି ସୁଟକେସ କେବଳ ଏକ କୋଡ ମାଧ୍ୟମରେ ଖୋଲାଯାଇପାରିବ। ଏହା ୨୪ ଘଣ୍ଟା କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଥାଏ। ପୁଟିନ ଯୁଆଡେ ଯାଆନ୍ତି, ଜଣେ ସୁରକ୍ଷା ଅଧିକାରୀ ଏହି ସୁଟକେସ୍‌କୁ ସବୁବେଳେ ସାଙ୍ଗରେ ତାଙ୍କ ସହିତ ବୋହି ନେଇ ଯାଇଥାନ୍ତି ।

ଆଣବିକ ଆକ୍ରମଣ କରିବା ପାଇଁ ପୁଟିନଙ୍କୁ ସାହାଯ୍ୟ କରିବା ଲାଗି ଏହି ଅଧିକାରୀ ତାଲିମପ୍ରାପ୍ତ। ରୁଷୀୟ ଭାଷାରେ, ଏହି ସୁଟକେସ୍‌କୁ ଚେଗେଟ କୁହାଯାଏ। ଯାହା ଏକ ପର୍ବତ ନାମରେ ନାମିତ ହୋଇଛି। ହାଇପରସୋନିକ କ୍ଷେପଣାସ୍ତ୍ର ଠାରୁ ଯୁଦ୍ଧ ବିମାନ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ଏହା ଦ୍ୱାରା ନିୟନ୍ତ୍ରିତ ହୋଇ ପାରିଥାଏ।
୧୯୮୦ଦଶକରେ ଏହି ସୁଟକେସ୍‌କୁ ବିକଶିତ କରା ଯାଇଥିଲା। ପୁଟିନଙ୍କ ସହିତ କେବଳ ଗୋଟିଏ ସୁଟକେସ ଦେଖାଯାଏ କିନ୍ତୁ ଏହାର ମୋଟ ସଂଖ୍ୟା ୩। ଏହି ତିନୋଟି ସୁଟକେସ୍‌କୁ କେବଳ ବରିଷ୍ଠ ଅଧିକାରୀମାନେ ଖୋଲିପାରିବେ। ଏହି ଅଧିକାରୀମାନଙ୍କ ମଧ୍ୟରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ, ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍‌ ମୁଖ୍ୟ ଅନ୍ତର୍ଭୁକ୍ତ।
୧୯୮୩ରେ ଆଣବିକ ସୁଟକେସ କାର୍ଯ୍ୟ ଆରମ୍ଭ କରିଥିଲା। ରୁଷିଆର ରାଷ୍ଟ୍ରପତିଙ୍କ ପରି ଆଣବିକ ଆକ୍ରମଣ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସହ ମଧ୍ୟ ଏକ ବ୍ରିଫକେସ ସବୁବେଳେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri