ହାତୀ ପାଇଁ ବିପଦ ହାତୀ ଚଲାପଥ

ସମ୍ବଲପୁର, ୭।୧୧(ବ୍ୟୁରୋ): ହାତୀ ପାଇଁ ବିପଦ ହାତୀ ଚଲାପଥ। ଅଣ୍ଡରପାସ୍‌ ନିର୍ମାଣ ନ କରି ରାସ୍ତା ଉପରେ ହାତୀ ଚଲାପଥ ନିର୍ମାଣ କରିବାରୁ ହାତୀ ସହିତ ଅନ୍ୟ ବନ୍ୟପ୍ରାଣୀ, ସରୀସୃପଙ୍କ ଜୀବନ ପ୍ରତି ବିପଦ ରହିଛି। ଜିଲାରେ ନିର୍ମାଣାଧୀନ ସମ୍ବଲପୁର-ତିଲେଇବଣି ୫୫ନଂ. ଜାତୀୟ ରାଜପଥର ତିନୋଟି ସ୍ଥାନରେ ଏଭଳି କରାଯାଇଥିବାର ଦେଖିବାକୁ ମିଳିଛି। ଏପରି ହେବା ପଛରେ ଜାତୀୟ ରାଜପଥ ବିଭାଗ ଓ ବନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଜିଲାବାସୀ। ଅନ୍ୟପଟେ ଠିକାସଂସ୍ଥାକୁ ଅନୁକମ୍ପା ଦେଖାଇ ସର୍ଭେ ହୋଇଥିବା ବେଳେ ଅଭିଯୋଗ କଲା ପରେ ମଧ୍ୟ ରାସ୍ତା ନିର୍ମାଣ ଡିଜାଇନ (ଡ୍ରଇଂ)ରେ ପରିବର୍ତ୍ତନ କରାଗଲା ନାହିଁ। ହେଲେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ବଲପୁର- ଅନୁଗୋଳ ୫୫ନଂ. ଜାତୀୟ ରାଜପଥରେ ଜନସାଧାରଣଙ୍କ ଅଭିଯୋଗ ପରେ ଡ୍ରଇଂ ପରିବର୍ତ୍ତନ କରାଯାଇଥିଲା। ଏପରି କି ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥର ୧୦ରୁ ଅଧିକ ସ୍ଥାନରେ ଅଣ୍ଡରପାସ୍‌ ନିର୍ମାଣ କରିବାକୁ ଯୋଜନା କରାଯାଇ କାମ ବନ୍ଦ କରି ଦିଆଯାଇଥିଲା। ମାତ୍ର ୭୦କି.ମି. ବ୍ୟାପୀ ସମ୍ବଲପୁର-ତିଲେଇବଣି ରାସ୍ତା କାମ ହାତକୁ ନେଇଥିବା ନିର୍ମାଣ ସଂସ୍ଥାକୁ ଅନୁକମ୍ପା ଦେଖାଇବାକୁ ଯାଇ ଏଠାରେ ନିୟମ ପାଳନ କରାଗଲା ନାହିଁ। ଉଭୟ ରାସ୍ତା ସମ୍ବଲପୁର ଏନ୍‌ଏଚ୍‌ଏଆଇ ଡିଭିଜନ ଅଧୀନରେ ଥିବାବେଳେ ନିୟମ ଭିନ୍ନ କରାଯାଇଛି। ଅନ୍ୟପଟେ କାମ ଶୀଘ୍ର କରିବା ନିଶାରେ ଏନ୍‌ଏଚ୍‌ଏଆଇ ସରକାରଙ୍କ ବନ୍ୟପ୍ରାଣୀ ସୁରକ୍ଷା ନିୟମକୁ ଭୁଲିଗଲା ବୋଲି ଅଭିଯୋଗ ହେଉଛି। ସରକାରଙ୍କ ନିୟମ ଅନୁସାରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାତୀ ଚଲାପଥ ନିର୍ମାଣ କରାଯାଉ ବୋଲି ଦାବି ହେଉଛି।

ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ସମ୍ବଲପୁର ଜିଲାରେ ସମ୍ବଲପୁର ବନଖଣ୍ଡ ଓ ବାମରା ବନଖଣ୍ଡ ଦେଇ ଏହି ଜାତୀୟ ରାଜପଥ ନିର୍ମାଣ କରାଯାଉଛି। ପୂର୍ବରୁ ନିମ୍ନମାନର ରାସ୍ତା କାମ, ଫ୍ଲାଇ ଆଶ୍‌ ବ୍ୟବହାରରେ ଅନିୟମିୟତା ଭଳି ଅଭିଯୋଗକୁ ନେଇ ଉକ୍ତ ଠିକା ସଂସ୍ଥା ଚର୍ଚ୍ଚାରେ ରହିଥିଲା। ଏହାକୁ ନେଇ ମାନ ଯାଞ୍ଚ କରୁଥିବା ଏଜେନ୍ସି ଓ ଜାତୀୟ ରାଜପଥ ବିଭାଗକୁ ଦାୟୀ କରାଯାଇଥିଲା। ତଦନ୍ତକାରୀ ଟିମ୍‌ ଆସି ଅଭିଯୋଗକୁ ପ୍ରମାଣିତ କରି ତାଗିଦା ମଧ୍ୟ କରିଥିଲେ। ରାସ୍ତା କାମ ବିଳମ୍ବ ହେବାରୁ ଅନେକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏବେ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ହୋଇଛି ଏହି ରାସ୍ତା। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ଜୟନ୍ତପୁର, ନୀଳଡୁଙ୍ଗୁରି, ଗୌଡ଼ପାଲି ବ୍ରିଜ ପୂର୍ବରୁ ହାତୀ ଚଲାପଥ ରହିଥିଲା। ସେ ସମୟରେ ଜାତୀୟ ରାଜପଥ ଅଣଓସାରିଆ ଥିଲା। ହାତୀପଲ ସହଜରେ ରାସ୍ତାପାର ହୋଇ ଯାଉଥିଲେ। ଏବେ ନୂତନ ରାସ୍ତା ଓସାରିଆ ହେବା ସହ ମଝିରେ ଡିଭାଇଡର ମଧ୍ୟ ରହିଛି। ତେଣୁ ବନ୍ୟପ୍ରାଣୀ ଯିବାଆସିବାରେ ଅସୁବିଧା ହେବ। ରାସ୍ତା ନିର୍ମାଣ ପୂର୍ବରୁ ସର୍ଭେ ସମୟରେ ବନ ବିଭାଗ ପକ୍ଷରୁ ରାସ୍ତାରେ କେତେଗୋଟି ହାତୀ ଚଲାପଥ ରହିଛି ସେ ନେଇ ଏନ୍‌ଏଚ୍‌ଏଆଇକୁ ସୂଚନା ଦିଆଯାଇଥାଏ। କିନ୍ତୁ ସମ୍ବଲପୁର-ତିଲେଇବଣି ରାସ୍ତା କାମରେ ସେଭଳି କରାଯିବା ଭଳି ମନେ ହେଉନାହିଁ। ନୀଳଡୁଙ୍ଗୁରିଠାରେ ରାସ୍ତାନିର୍ମାଣ ପରେ ହାତୀ ଚଲାପଥ ଥିବା ନେଇ ଏକ ବୋର୍ଡରେ ସୂଚନା ଦିଆଯାଉଛି। ରାସ୍ତା ଉପର ଦେଇ ପାର ହେବା ହାତୀମାନଙ୍କ ପାଇଁ ବିପଦ। ସମ୍ବଲପୁର ବନଖଣ୍ଡର ସଦର, ଧମା, ପଡିଆବାହାଲ, ରେଙ୍ଗାଲି ରେଞ୍ଜରେ ହାତୀପଲ ରହୁଛନ୍ତି। ସେମାନେ ଏହି କରିଡର ଦେଇ ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯିବାଆସିବା କରନ୍ତି। ଏପରି ରାସ୍ତା ଦେଇ ଗଲେ ଜୀବନ ହାନିର ଆଶଙ୍କା ରହିଛି ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଜାତୀୟ ରାଜପଥ ପିଡି ନାଗେଶ୍ୱର ରାଓ କହିଛନ୍ତି ଯେ, ସମ୍ବଲପୁର-ତିଲେଇବଣି ରାସ୍ତାରେ ମୋଟ ୨ ଗୋଟି ଅଣ୍ଡରପାସ୍‌ ହେବାର ଯୋଜନା ରହିଛି। ଗୋଟିଏ କାମ ବାକି ରହିଛି। ପଡିଆବାହାଲ ନିକଟରେ ହାତୀ ଚଲାପଥ ପାଇଁ ଅଣ୍ଡରପାସ୍‌ କରାଯାଉ ନାହିଁ ବୋଲି କହିଥିଲେ। ଏସିଏଫ ତେଜରାଜ ନାଏକ କହିଛନ୍ତି ଯେ, ସମ୍ବଲପୁର ବନଖଣ୍ଡ ଅଧୀନରେ ଗୌଡପାଲି ବ୍ରିଜ ପୂର୍ବରୁ ଗୋଟିଏ ଅଣ୍ଡରପାସ୍‌ ନିର୍ମାଣ ହେବାକୁ ଯୋଜନା ରହିଛି। ଅନ୍ୟ ସ୍ଥାନରେ ଘରୋଇ ଜମି ଥିବାରୁ ଅଣ୍ଡରପାସ୍‌ ହୋଇପାରିଲା ନାହିଁ। ହେଲେ ରାସ୍ତା ଉପରେ ବନ ବିଭାଗ ହାତୀ ଚଲାପଥ ନେଇ ସୂଚନା ବୋର୍ଡ ଲଗାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri