କଟକଣା ଢିଲା ହେଲେ ଜିଲାକୁ ବିପଦ

ଅନୁଗୋଳ ଅଫିସ, ୧୬ା୧୦

ସପ୍ତାହେ ପରେ ଦୁର୍ଗା ପୂଜା। ଏଣେ ଅନୁଗୋଳ ଜିଲାରେ ଦ୍ରୁତଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଦୈନିକ ୨ଶହରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି ଜିଲାରୁ। ଏପରି ସ୍ଥିତିରେ ସରକାରୀ ଗାଇଡ୍‌ଲାଇନ ମଧ୍ୟରେ ପୂଜା ପାଳନ କରାଯିବା ଜିଲା ପ୍ରଶାସନ ପାଇଁ ନିଶ୍ଚିତ ଏକ ଚ୍ୟାଲେଞ୍ଜ। କୋଭିଡ୍‌ କଟକଣାରେ ସାମାନ୍ୟ ଢିଲା ଜିଲାରେ ସଂକ୍ରମଣ ସଂଖ୍ୟାରେ ଭୟଙ୍କର ବୃଦ୍ଧି ଘଟାଇପାରେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି ସହ ଆଲୋଚନା କରାଯାଇଛି। ପୂଜକ, କର୍ତ୍ତାଙ୍କୁ ମିଶାଇ ମାତ୍ର ୭ ଜଣ ଉପସ୍ଥିତ ରହିବା ସହ ଆବଦ୍ଧ ମଣ୍ଡପରେ ଦେବୀଙ୍କୁ ଆବାହନ ପାଇଁ ବୁଝାଇ ଦିଆଯାଇଛି।
ଅନୁଗୋଳ ଜିଲାରେ ବଡ଼ ଆଡ଼ମ୍ବରରେ ପାଳନ ହୁଏ ଦୁର୍ଗାପୂଜା। ଏହା ପରେ ମା’ ଲକ୍ଷ୍ମୀଙ୍କ ପୂଜା ପଡ଼ୁଥିବାରୁ ପାର୍ବଣ ମାହୋଲ ବେଶ୍‌ ଅଧିକ ଦିନ ଲାଗି ରୁହେ। କିନ୍ତୁ ଚିଳତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୂଜା ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହାକୁ ଯେପରି କଡ଼ାକଡ଼ି ଭାବେ ପାଳନ କରାଯାଏ ସେ ନେଇ ମଧ୍ୟ ଜିଲାପାଳ ଓ ଏସ୍‌ପିଙ୍କୁ ଦାୟିତ୍ୱ ଦେଇଛନ୍ତି। ତଦନୁଯାୟୀ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସରକାରୀ କଟକଣା ସମ୍ପର୍କରେ ସମସ୍ତ ପୂଜା କମିଟିକୁ ଅବଗତ କରାଯାଇଛି। ଗୁରୁବାର ଅପରାହ୍ନରେ ସେଣ୍ଟ୍ରାଲ ପୂଜା କମିଟର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରାଯାଇଛି। ପ୍ରତି ମଣ୍ଡପରେ ୭ ଜଣ ହିଁ ରହିପାରିବେ। ମଣ୍ଡପକୁ ଚାରି ପାଖରୁ ଆବଦ୍ଧ କରାଯାଇ ତାହାରି ମଧ୍ୟରେ ପୂଜାକୁ ସୀମିତ ରଖାଯିବ। କୌଣସି କମିଟି ଡାକବାଜି ଯନ୍ତ୍ର ବ୍ୟବହାର କରିପାରିବେ ନାହିଁ। ଭସାଣି ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ। କମିଟିର କୌଣସି କର୍ମକର୍ତ୍ତା କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଅଧ୍ୟକ୍ଷତା କରିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପୂଜା କମିଟି କର୍ମକର୍ତ୍ତାମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ଅପରପକ୍ଷରେ ସରକାରଙ୍କ ନୀତି ନିୟମ ମଧ୍ୟରେ ପୂଜା ନେଇ ଶିମିଳିପଡ଼ା, ହୁଲୁରିସିଂହା, ବସ୍‌ଷ୍ଟାଣ୍ଡ, ସୁସୁଡ଼ା, କାଲଟାକ୍ସ, ଗାନ୍ଧୀଛକ, ରାଣୀଗୁଡ଼ା ଆଦି କମିଟି ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେବେ ଘରେ ବସି ଶ୍ରଦ୍ଧାଳୁମାନେ ଯେପରି ମା’ଙ୍କ ପୂଜାର ସିଧା ପ୍ରସାରଣ ଦେଖିପାରିବେ ସେଥିପାଇଁ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯିବାର ଯୋଜନା ରହିଥିବା ସୂଚନା ମିଳିଛି।
ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯିବ
ସରକାର କରିଥିବା ନିୟମ ମଧ୍ୟରେ ହିଁ ପୂଜା କରାଯିବ। ତେବେ ମା’ଙ୍କ ପୂଜାର ସିଧା ପ୍ରସାରଣ କରିବା ପାଇଁ ପ୍ରଶାସନ ନିକଟରେ ପ୍ରସ୍ତାବ ରଖାଯିବ। ଲୋକାଲ ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମରେ କିପରି ଶ୍ରଦ୍ଧାଳୁମାନେ ଏହା ଦେଖିପାରିବେ ସେ ନେଇ ବ୍ୟବସ୍ଥା କରାଯିବାର ଯୋଜନା କରାଯାଉଛି।
-ଅକ୍ଷୟ କୁମାର ସାମନ୍ତ, ସଭାପତି, ସେଣ୍ଟ୍ରାଲ ପୂଜା କମିଟି
ଦର୍ଶନରୁ ବଞ୍ଚିତ ହେବା କଷ୍ଟ ଦେବ
କରୋନା ଯୋଗୁ ପୂଜାକୁ ନେଇ ଉତ୍ସାହ କମିଯାଇଛି। ତେବେ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିବା ଶ୍ରଦ୍ଧାଳୁମାନଙ୍କ ପାଇଁ କଷ୍ଟଦାୟକ। ମଣ୍ଡପକୁ ନ ଯାଇ କେମିତି ସମସ୍ତେ ଦେବୀଙ୍କୁ ଦେଖିପାରିବେ ତାହାର ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା। ଦଶମୀରେ ହେଉଥିବା ସିନ୍ଦୂର ଖେଳକୁ ମଧ୍ୟ ମିସ୍‌ କରିବୁ।
-ସରିତା ମିଶ୍ର, ଅନୁଗୋଳବାସୀ
ଆବେଦନ ଅନୁସାରେ ଫୋର୍ସ ମୁତୟନ
ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ସହରରେ ପୂଜା ପାଳନ କରିବାକୁ କୁହାଯାଇଛି। ଏଥିପାଇଁ କମିଟିଗୁଡ଼ିକୁ ଆବେଦନ କରିବାକୁ ପଡ଼ିବ। ସେମାନେ ଆବେଦନ କରିବା ପରେ ମଣ୍ଡପଗୁଡ଼ିକରେ ଫୋର୍ସ ମୁତୟନ ବ୍ୟବସ୍ଥା କରାଯିବ। ସେହିପରି ଦର୍ଶନ ପାଇଁ ମଣ୍ଡପକୁ ନ ଯିବାକୁ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯିବ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ସରକାରୀ ନିୟମର ତଦାରଖ କରାଯିବ
ପୂଜା ପାଇଁ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ପୂଜା କମିଟିର ସଦସ୍ୟମାନଙ୍କୁ ଡାକି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି। ମୂର୍ତ୍ତି ୪ ଫୁଟ ଉପରକୁ କରାଯିବ ନାହିଁ। ମଣ୍ଡପର ଚାରିପାଖ ଆବଦ୍ଧ କରାଯାଇ ପୂଜା କରାଯିବ। ସରକାରୀ ନିୟମ ପାଳନ କରାଯାଉଛି କି ନାହିଁ ତାହାର ମଧ୍ୟ ତଦାରଖ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୨ ନଭେମ୍ବର ୨୦୨୬ରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ ସମସ୍ତ…

ICC ଟି-୨୦ ରାଙ୍କିଂରେ ବଡ଼ ଅଦଳବଦଳ: ନମନ ଧୀରଙ୍କୁ ପଛରେ ପକାଇ ଏହି ସ୍ଥାନକୁ ଉଠିଲେ ବୈଭବ, ତାଲିକା ଦେଖିଲେ…

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଏଠାରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଟିମ…

ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ବିଜୟ ଅମୃତ କୁଲାଙ୍ଗେ, ୬ ବର୍ଷର ସମ୍ପର୍କକୁ ମନେ ପକାଇ…

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ଗଞ୍ଜାମ ମାଟି ସହ ପୁଣି ଯୋଡ଼ିହେଲା ପୁରୁଣା ସମ୍ପର୍କ। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏଏସ୍‌…

ବକ୍ରୀ ହେବେ ବୁଧ : ୩ ରାଶିଙ୍କ ଅଧୁରା ସ୍ବପ୍ନ ହେବ ପୂରଣ, ଭାଗ୍ୟରେ ଲାଗିବ ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୪ ଅକ୍ଟୋବର ୨୦୨୬ରେ ବୁଧ ତୁଳା ରାଶିରେ ବକ୍ରୀ ହୋଇଛନ୍ତି। ବୁଧଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ…

୪ ବର୍ଷ ପରେ କମ୍‌ବ୍ୟାକ, ଏବେ ଶେଷ ହୋଇଯିବ କ୍ୟାରିୟର? ଭୁବନେଶ୍ୱରଙ୍କୁ ନେଇ ସାଂଘାତିକ ବୟାନ କଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚ ଭୁବନେଶ୍ୱର କୁମାରଙ୍କ ପାଇଁ ଭଲ ରହିନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

ନୂଆଦିଲ୍ଲୀ,୨୮।୧୦: ଅବସର ପରେ ପ୍ରତି ମାସରେ ମିଳୁଥିବା ପେନସନ ହିଁ ଲୋକଙ୍କ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାଏ। ଏହି ପେନସନ ବଳରେ ହିଁ ଲୋକେ ନିଜ ଦୈନନ୍ଦିନ…

ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ମାଡ୍ରିଡ,୨୮।୧୦: ସ୍ପେନର କେନ୍ଦ୍ରୀୟ ଅଞ୍ଚଳ ଟୋଲେଡୋରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣଙ୍କର…

କେଉଁ ଧନ ପାଖରେ ସ୍ଥାୟୀ ହୋଇ ରହେ, ଆଉ କେଉଁ ଧନ ରହେ ନାହିଁ, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ମହାନ ରାଜନେତା, ଅର୍ଥନୀତିଜ୍ଞ ଏବଂ ଜଣେ ଦକ୍ଷ ରଣନୀତିଜ୍ଞ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ, ଜୀବନରେ ସଫଳତା ହାସଲ କରିବା ପାଇଁ ଯୁବାବସ୍ଥା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?