କଟକଣା ଢିଲା ହେଲେ ଜିଲାକୁ ବିପଦ

ଅନୁଗୋଳ ଅଫିସ, ୧୬ା୧୦

ସପ୍ତାହେ ପରେ ଦୁର୍ଗା ପୂଜା। ଏଣେ ଅନୁଗୋଳ ଜିଲାରେ ଦ୍ରୁତଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଦୈନିକ ୨ଶହରୁ ଅଧିକ ପଜିଟିଭ୍‌ ବାହାରୁଛନ୍ତି ଜିଲାରୁ। ଏପରି ସ୍ଥିତିରେ ସରକାରୀ ଗାଇଡ୍‌ଲାଇନ ମଧ୍ୟରେ ପୂଜା ପାଳନ କରାଯିବା ଜିଲା ପ୍ରଶାସନ ପାଇଁ ନିଶ୍ଚିତ ଏକ ଚ୍ୟାଲେଞ୍ଜ। କୋଭିଡ୍‌ କଟକଣାରେ ସାମାନ୍ୟ ଢିଲା ଜିଲାରେ ସଂକ୍ରମଣ ସଂଖ୍ୟାରେ ଭୟଙ୍କର ବୃଦ୍ଧି ଘଟାଇପାରେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି ସହ ଆଲୋଚନା କରାଯାଇଛି। ପୂଜକ, କର୍ତ୍ତାଙ୍କୁ ମିଶାଇ ମାତ୍ର ୭ ଜଣ ଉପସ୍ଥିତ ରହିବା ସହ ଆବଦ୍ଧ ମଣ୍ଡପରେ ଦେବୀଙ୍କୁ ଆବାହନ ପାଇଁ ବୁଝାଇ ଦିଆଯାଇଛି।
ଅନୁଗୋଳ ଜିଲାରେ ବଡ଼ ଆଡ଼ମ୍ବରରେ ପାଳନ ହୁଏ ଦୁର୍ଗାପୂଜା। ଏହା ପରେ ମା’ ଲକ୍ଷ୍ମୀଙ୍କ ପୂଜା ପଡ଼ୁଥିବାରୁ ପାର୍ବଣ ମାହୋଲ ବେଶ୍‌ ଅଧିକ ଦିନ ଲାଗି ରୁହେ। କିନ୍ତୁ ଚିଳତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୂଜା ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହାକୁ ଯେପରି କଡ଼ାକଡ଼ି ଭାବେ ପାଳନ କରାଯାଏ ସେ ନେଇ ମଧ୍ୟ ଜିଲାପାଳ ଓ ଏସ୍‌ପିଙ୍କୁ ଦାୟିତ୍ୱ ଦେଇଛନ୍ତି। ତଦନୁଯାୟୀ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ସରକାରୀ କଟକଣା ସମ୍ପର୍କରେ ସମସ୍ତ ପୂଜା କମିଟିକୁ ଅବଗତ କରାଯାଇଛି। ଗୁରୁବାର ଅପରାହ୍ନରେ ସେଣ୍ଟ୍ରାଲ ପୂଜା କମିଟର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରାଯାଇଛି। ପ୍ରତି ମଣ୍ଡପରେ ୭ ଜଣ ହିଁ ରହିପାରିବେ। ମଣ୍ଡପକୁ ଚାରି ପାଖରୁ ଆବଦ୍ଧ କରାଯାଇ ତାହାରି ମଧ୍ୟରେ ପୂଜାକୁ ସୀମିତ ରଖାଯିବ। କୌଣସି କମିଟି ଡାକବାଜି ଯନ୍ତ୍ର ବ୍ୟବହାର କରିପାରିବେ ନାହିଁ। ଭସାଣି ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ। କମିଟିର କୌଣସି କର୍ମକର୍ତ୍ତା କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଅଧ୍ୟକ୍ଷତା କରିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପୂଜା କମିଟି କର୍ମକର୍ତ୍ତାମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ଅପରପକ୍ଷରେ ସରକାରଙ୍କ ନୀତି ନିୟମ ମଧ୍ୟରେ ପୂଜା ନେଇ ଶିମିଳିପଡ଼ା, ହୁଲୁରିସିଂହା, ବସ୍‌ଷ୍ଟାଣ୍ଡ, ସୁସୁଡ଼ା, କାଲଟାକ୍ସ, ଗାନ୍ଧୀଛକ, ରାଣୀଗୁଡ଼ା ଆଦି କମିଟି ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ତେବେ ଘରେ ବସି ଶ୍ରଦ୍ଧାଳୁମାନେ ଯେପରି ମା’ଙ୍କ ପୂଜାର ସିଧା ପ୍ରସାରଣ ଦେଖିପାରିବେ ସେଥିପାଇଁ ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯିବାର ଯୋଜନା ରହିଥିବା ସୂଚନା ମିଳିଛି।
ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯିବ
ସରକାର କରିଥିବା ନିୟମ ମଧ୍ୟରେ ହିଁ ପୂଜା କରାଯିବ। ତେବେ ମା’ଙ୍କ ପୂଜାର ସିଧା ପ୍ରସାରଣ କରିବା ପାଇଁ ପ୍ରଶାସନ ନିକଟରେ ପ୍ରସ୍ତାବ ରଖାଯିବ। ଲୋକାଲ ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମରେ କିପରି ଶ୍ରଦ୍ଧାଳୁମାନେ ଏହା ଦେଖିପାରିବେ ସେ ନେଇ ବ୍ୟବସ୍ଥା କରାଯିବାର ଯୋଜନା କରାଯାଉଛି।
-ଅକ୍ଷୟ କୁମାର ସାମନ୍ତ, ସଭାପତି, ସେଣ୍ଟ୍ରାଲ ପୂଜା କମିଟି
ଦର୍ଶନରୁ ବଞ୍ଚିତ ହେବା କଷ୍ଟ ଦେବ
କରୋନା ଯୋଗୁ ପୂଜାକୁ ନେଇ ଉତ୍ସାହ କମିଯାଇଛି। ତେବେ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିବା ଶ୍ରଦ୍ଧାଳୁମାନଙ୍କ ପାଇଁ କଷ୍ଟଦାୟକ। ମଣ୍ଡପକୁ ନ ଯାଇ କେମିତି ସମସ୍ତେ ଦେବୀଙ୍କୁ ଦେଖିପାରିବେ ତାହାର ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା। ଦଶମୀରେ ହେଉଥିବା ସିନ୍ଦୂର ଖେଳକୁ ମଧ୍ୟ ମିସ୍‌ କରିବୁ।
-ସରିତା ମିଶ୍ର, ଅନୁଗୋଳବାସୀ
ଆବେଦନ ଅନୁସାରେ ଫୋର୍ସ ମୁତୟନ
ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ସହରରେ ପୂଜା ପାଳନ କରିବାକୁ କୁହାଯାଇଛି। ଏଥିପାଇଁ କମିଟିଗୁଡ଼ିକୁ ଆବେଦନ କରିବାକୁ ପଡ଼ିବ। ସେମାନେ ଆବେଦନ କରିବା ପରେ ମଣ୍ଡପଗୁଡ଼ିକରେ ଫୋର୍ସ ମୁତୟନ ବ୍ୟବସ୍ଥା କରାଯିବ। ସେହିପରି ଦର୍ଶନ ପାଇଁ ମଣ୍ଡପକୁ ନ ଯିବାକୁ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯିବ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ସରକାରୀ ନିୟମର ତଦାରଖ କରାଯିବ
ପୂଜା ପାଇଁ ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ପୂଜା କମିଟିର ସଦସ୍ୟମାନଙ୍କୁ ଡାକି ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି। ମୂର୍ତ୍ତି ୪ ଫୁଟ ଉପରକୁ କରାଯିବ ନାହିଁ। ମଣ୍ଡପର ଚାରିପାଖ ଆବଦ୍ଧ କରାଯାଇ ପୂଜା କରାଯିବ। ସରକାରୀ ନିୟମ ପାଳନ କରାଯାଉଛି କି ନାହିଁ ତାହାର ମଧ୍ୟ ତଦାରଖ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri