ସୀମା ଡେଇଁଲେ ବିପଦ

ଗତି ଆଣେ ପ୍ରଗତି। ମଣିଷ ଗାଡ଼ି ହେଉ ବା ଯନ୍ତ୍ର ତାହାକୁ ଉଦ୍ଭାବନ କରିଥିଲେ ମଧ୍ୟ ଚଳାଇଲା ବେଳେ ନିୟନ୍ତ୍ରଣ ଭିତରକୁ ଆଣି ନ ପାରିଲେ ଦୁର୍ଘଟଣା ଅବଶ୍ୟମ୍ଭାବୀ। ଆଉ ଏହି ଗତିଶୀଳତାକୁ ଡିଜିଟାଲ ଯୁଗ ଅଧିକ କ୍ଷୀପ୍ର କରିଦେଇଥିବାରୁ ଅନେକେ ସ୍ପିଡ୍‌ ପଛରେ ଧାଉଁଛନ୍ତି। ବିଶେଷକରି ଜାଣତରେ ଯୁବବର୍ଗଙ୍କ ମଧ୍ୟରୁ କେତେକଙ୍କ ଜୀବନ ରାସ୍ତାରେ ଚାଲିଯାଉଛି। ଏହାର ସଦ୍ୟ ଦୃଷ୍ଟାନ୍ତ ୧୪ ଅକ୍ଟୋବରରେ ଉତ୍ତରପ୍ରଦେଶ ସୁଲତାନପୁର ଜିଲା ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ଓ୍ବେରେ ହୋଇଥିବା ଦୁର୍ଘଟଣାରୁ ଦେଖିବାକୁ ମିଳିଛି। ୪ ଜଣ ବନ୍ଧୁ ଘଣ୍ଟା ପ୍ରତି ୨୩୦ କିଲୋମିଟର ବେଗରେ ବିଏମ୍‌ଡବ୍ଲ୍ୟୁ କାର୍‌ ଚଳାଉଥିଲେ। ସ୍ପିଡ୍‌ ଆହୁରି ବଢ଼ାଇ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ତାହାକୁ ପହଞ୍ଚାଇବାକୁ ଥିଲା ଲକ୍ଷ୍ୟ। ଏଥିସହିତ ସ୍ପିଡୋମିଟର ଉପରେ ଧ୍ୟାନ କେନ୍ଦ୍ରିତ କରାଇ ତାହାକୁ ଫେସ୍‌ବୁକ୍‌ରେ ଲାଇଭ୍‌ ଭିଡିଓ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କହୁଥିବାର ଶୁଣାଯାଇଥିଲା ଆହୁରି ସ୍ପିଡ୍‌ ଚଳାଅ, ନ ହେଲେ ୩୦୦ କିଲୋମିଟର ଛୁଇଁପାରିବା ନାହିଁ। ଆଉ ଜଣେ କହୁଥିଲେ ‘ଆମେ ସମସ୍ତେ ମରିଯିବା’। ଏହା କହୁ କହୁ ବିଏମ୍‌ଡବ୍ଲ୍ୟୁ କାର୍‌ଟି ଏକ କଣ୍ଟେନରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସମସ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମୃତ୍ୟୁକୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ଡାକ୍ତର ଥିବାବେଳେ ଦୁଇ ଜଣ ଇଞ୍ଜିନିୟର ଓ ଜଣେ ବ୍ୟବସାୟୀ ଥିଲେ। ବିହାରର ଏହି ଯୁବବନ୍ଧୁମାନେ ଡାକ୍ତରଙ୍କ ଗାଡ଼ିି ସର୍ଭିସିଂ ପାଇଁ ଲକ୍ଷ୍ନୌ ଯାଉଥିବା ବେଳେ ପ୍ରାଣ ହରାଇଛନ୍ତି।
ଉପରଲିଖିତ ଦୁର୍ଘଟଣା ସମ୍ପୂର୍ଣ୍ଣ ମନୁଷ୍ୟକୃତ ବୋଲି କୁହାଯାଇପାରିବ। ଆଜିର ସମୟରେ ହାଇସ୍ପିଡ୍‌ ସହ ଆରାମଦାୟକ ଗାଡ଼ି ଯୁବପିଢ଼ିଙ୍କ ପସନ୍ଦ ପାଲଟିଯାଇଛି। ଦାମିକା ଯାନରେ ସୁରକ୍ଷା ବୈଶିଷ୍ଟ୍ୟ ଅଧିକ ଖଞ୍ଜା ଯାଇଥିବାରୁ ଅନେକେ ଭାବିନେଉଛନ୍ତି ଦୁର୍ଘଟଣା ଘଟିଲେ ତାହା ସେମାନଙ୍କ ପାଇଁ ରକ୍ଷାକବଚ ପାଲଟିଯିବ। ହେଲେ ବେଗର ଗୋଟେ ସୀମା ଅଛି। ସେହି ସୀମା ଲଂଘିଲେ କୌଣସି ସୁରକ୍ଷା କବଚ କାମରେ ଆସି ନ ଥାଏ। ଭାରତର ସଡ଼କପଥରେ ହେଉଥିବା ଅସଂଖ୍ୟ ଦୁର୍ଘଟଣା ପାଇଁ ସାଧାରଣତଃ ଡ୍ରାଇଭରଙ୍କୁ ଦାୟୀ କରାଯାଇଥାଏ। ଏଥିସହିତ କୁହାଯାଏ, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଚାଳକମାନେ ଅପାଠୁଆ ବା ସ୍ବଳ୍ପ ଶିକ୍ଷିତ। ହେଲେ ଏହି ଯେଉଁ ୪ ଜଣ ସାଙ୍ଗ ଦୁର୍ଘଟଣାରେ ପ୍ରାଣ ହରାଇଲେ ସମସ୍ତେ ସମାଜରେ ଉଚ୍ଚଶିକ୍ଷିତ ଓ ପ୍ରତିଷ୍ଠିତ। କିନ୍ତୁ ସୋସିଆଲ୍‌ ମିଡିଆରେ ଚହଳ ପକାଇବା ସକାଶେ ସେମାନେ ଯେଉଁ ତଥାକଥିତ ଦୁଃସାହସିକତା ପ୍ରଦର୍ଶନ କରୁଥିଲେ ତାହା ସବୁ ଦୃଷ୍ଟିରୁ ନିନ୍ଦନୀୟ। ପାହାଡ଼ ଚଢ଼ିବା, ମୋଟର ରେସିଂ କିମ୍ବା ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ାରେ ଭାଗ ନେଉଥିବା ବେଳେ ଯଦି କାହାର ଜୀବନ ଚାଲିଯାଇଥାଏ, ସେମାନଙ୍କ ପ୍ରତି ସମାଜରେ ଦରଦ ରହିବା ସ୍ବାଭାବିକ। ଅନ୍ୟପକ୍ଷରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ଓ୍ବେରେ ଯେଉଁ ୪ଟି ଜୀବନ ଚାଲିଗଲା, ତାହା ଦ୍ୱାରା ମୃତକଙ୍କ ପରିବାର ଗଭୀର ଦୁଃଖରେ ଥିବେ। କିନ୍ତୁ ସେମାନଙ୍କ ବେପରୁଆ କାର୍ଯ୍ୟ ସମାଜ ଉପରେ ଖରାପ ପ୍ରଭାବ ପକାଉଛି। କେବଳ ଏହି ୪ ବନ୍ଧୁ ନୁହନ୍ତି, ପ୍ରତିଦିନ କେଉଁଠି ନା କେଉଁଠି ରେଳ ଧାରଣା ଉପରେ ସେଲ୍‌ଫି ନେବା, ବାଘ ସହ ଫଟୋ ଉଠାଇବା, କୁମ୍ଭୀର ପାଟି ଆଁ କରି ଆସୁଥିବା ବେଳେ ନିଜକୁ ତାହା ସହ ସାମିଲ କରି ସୋସିଆଲ୍‌ ମିଡିଆରେ ଲାଇଭ୍‌ ଭିଡିଓ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ବିଷୟରେ ଗଣମାଧ୍ୟମରୁ ବାରମ୍ବାର ଶୁଣିବାକୁ ମିଳୁଛି। ଡିଜିଟାଲ ଯୁଗରେ ମଣିଷର କାର୍ଯ୍ୟ ଓ ଜୀବନଯାପନ ଶୈଳୀକୁ ପ୍ରଯୁକ୍ତି ଆଧାରିତ ସଫ୍ଟଓ୍ବେର ସହଜ ଓ ସୁଗମ କରିଦେଇଛି। ମାତ୍ର ତାହାର ଦୁରୁପଯୋଗ ଦ୍ୱାରା ଅନେକଙ୍କ ଜୀବନ ଅନ୍ଧକାରମୟ ହୋଇଯାଉଛି। ଯୁବବର୍ଗ ଏ ବିଷୟରେ ହେଜିବା ଦରକାର। ସୂଚାଇ ଦିଆଯାଇପାରେ, ‘ଦ୍ରୁତ ଗତି ମହାବିପତ୍ତି’ ଶୀର୍ଷକ ସତର୍କତା ସଡ଼କର ଅନେକ ସ୍ଥାନରେ ଲେଖାଯାଇଥିବା ଦେଖିବାକୁ ମିଳେ। ତାହାକୁ ଯିଏ ମାନିଲେ ସେ ଶୃଙ୍ଖଳିତ ଭାବେ ଜୀବନକୁ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି। ଅମାନିଆ ଓ ବିଶୃଙ୍ଖଳିତମାନେ ନିଜ ଜୀବନକୁ ବାଜି ଲଗାଇ ଯେଉଁ ସ୍ପିଡ୍‌କୁ ଆପଣାଇଥାଆନ୍ତି, ସେଥିରେ ଦୋଷ ନ ଥିବା ଲୋକଙ୍କ ଜୀବନ ଚାଲିଗଲେ କେବଳ ସେହିମାନଙ୍କ ପାଇଁ ଦୁଃଖ ଲାଗିଥାଏ। ସୀମା ଡେଇଁଲେ ବିପଦ; ରାସ୍ତାରେ ଜୀବନ ଯିବା ଭିତରେ ଏହା ସୀମିତ ରହୁ ନାହିଁ। ବରଂ ଜୀବନଯାତ୍ରାର ପ୍ରତିଟି ସୋପାନରେ ସତର୍କତା ଅବଲମ୍ବନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri