ବ୍ଲାକ୍‌ ଫଙ୍ଗସ୍‌ ବିପଦ

ନାରାୟଣ ଚନ୍ଦ୍ର ବିଶ୍ୱାଳ

 

ମହାମାରୀ କରୋନାର ଦ୍ୱିତୀୟ ଲହରର ଭୟାବହତା ଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍‌ ଫଙ୍ଗସ୍‌ ରୋଗୀ। ଷ୍ଟେରଏଡ୍‌ର ଅତ୍ୟଧିକ ବ୍ୟବହାର ସହ ଅଧିକ ଦିନ ଆଇସିୟୁରେ ରହିବା ଦ୍ୱାରା ବ୍ଲାକ୍‌ ଫଙ୍ଗସ୍‌ ରୋଗ ହୋଇଥାଏ। ଦିଲ୍ଲୀ ଓ ଗୁଜରାଟରେ କରୋନାରୁ ସୁସ୍ଥ ହେବା ପରେ କିଛି ଲୋକଙ୍କ ଦେହରେ ବ୍ଲାକ୍‌ ଫଙ୍ଗସ୍‌ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବ୍ଲାକ୍‌ ଫଙ୍ଗସ୍‌ ଆଜିର ନୁହେଁ। ଏହି ଭୂତାଣୁ ବାୟୁମଣ୍ଡଳରେ ରହିଥାଆନ୍ତି। ତେବେ ଯେଉଁ ରୋଗୀ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ, ଭୂତାଣୁ ସେମାନଙ୍କ ଦେହକୁ ଯାଇଥାଏ। ଅଧିକ ଦିନ ଷ୍ଟେରଏଡ୍‌ ନେବା, ଆଇସିୟୁରେ ବେଶି ଦିନ ରହିବା, ଡାଇବେଟିସ୍‌, କିଡ୍‌ନୀ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଥାଏ। ତେଣୁ ଆମକୁ ସତର୍କ ହେବା ସହ ରୋଗୀଙ୍କୁ ତୁରନ୍ତ ଚିହ୍ନଟ କରିବା ଦରକାର। ସୁସ୍ଥହୋଇ ରୋଗୀ ଘରକୁ ଯିବା ପରେ ଡାଇବେଟିସ୍‌ ନିୟନ୍ତ୍ରଣ ନ କଲେ ବ୍ଲାକ୍‌ ଫଙ୍ଗସ୍‌ ଚିହ୍ନଟ ହୁଏ। ଆଖି ଦରଜ, ଗୋଟିଏ ପଟେ ମୁଣ୍ଡ ପିନ୍ଧିବା, ନାକରୁ କଳା ଓ ନାଲି ରଙ୍ଗର ପାଣି ବାହାରିବା, ନାକ ବନ୍ଦ ହେବା ଭଳି ସମସ୍ୟା ଦେଖାଯାଇଥାଏ।
କରୋନା ମହାମାରୀ ମଧ୍ୟରେ ମଧୁମେହ, କିଡ୍‌ନୀ, ହାଇପରଟେନ୍‌ସନ ଓ ମୋଟାପଣଜନିତ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କୁ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ। ଏଭଳି ରୋଗରେ ପୀଡ଼ିତ ଲୋକେ ଏବେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ମ୍ୟୁକୋରମାଇକୋସିସ୍‌ (ଫଙ୍ଗଲ୍‌ ଇନ୍‌ଫେକଶନ୍‌) ନାମକ ଏକ ଘାତକ ରୋଗ ହେଉଛି। ଅହମ୍ମଦାବାଦରେ ଏପର୍ଯ୍ୟନ୍ତ ଏପରି ୬୦ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ପ୍ରାଣହାନି ଘଟିଛି। ୩ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ୩୦ରୁ ଅଧିକ ରୋଗୀ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅହମ୍ମଦାବାଦ ସିଭିଲ ହସ୍ପିଟାଲର ଡାକ୍ତର ବେଲାବେନ୍‌ ପ୍ରଜାପତିଙ୍କ ଅନୁସାରେ ପୂର୍ବରୁ ଅନ୍ୟ ରୋଗ ଥିବା ଲୋକଙ୍କ ପାଇଁ କରୋନା ଏକ ବଡ଼ ବିପଦ ହୋଇ ଉଭା ହେଉଛି। ଏଭଳି ରୋଗୀଙ୍କୁ କରୋନା ହେଲେ ଶରୀରରେ ରକ୍ତ ଶର୍କରାର ପରିମାଣ ବଢ଼ିଯାଉଛି। ଏହାଛଡ଼ା ନାକ-କାନ-ଗଳାରେ ସଂକ୍ରମଣ ହୋଇ ମୁହଁ ଫୁଲି ଯାଉଛି। ଏହାର ସବୁଠୁ ଅଧିକ ପ୍ରଭାବ ଆଖି ଉପରେ ପଡ଼ୁଛି। ଠିକ୍‌ ସମୟରେ ଚିକିତ୍ସା କରା ନ ଗଲେ ଦୃଷ୍ଟିଶକ୍ତି ନଷ୍ଟ ହେବାର ଆଶଙ୍କା ରହୁଛି। କରୋନା ରୋଗୀ ଏହିପରି ୩-୪ ଜଣ ରୋଗୀ ସିଭିଲ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏମିତି ରୋଗୀଙ୍କୁ ପ୍ରଥମେ ଥଣ୍ଡା ହୋଇଥାଏ। ସେମାନେ ଡାକ୍ତରଙ୍କ ପାଖକୁ ନ ଯାଇ ଘରୋଇ ଚିକିତ୍ସା କଲେ ସଂକ୍ରମଣ ବଢ଼ିଥାଏ। କିଛି ଦିନ ପରେ କଫ ଜମା ହୋଇ ନାକ ପାଖରେ ଆବୁଭଳି ଫୁଲିଯାଏ। ସେହି ଆବୁର ସିଧା ପ୍ରଭାବ ଆଖି ଉପରେ ପଡ଼ିଥାଏ। ଏହାପରେ ଆଖି ସଂକ୍ରମିତ ହୁଏ ଓ ମୁଣ୍ଡ ବିନ୍ଧେ। ତେଣୁ ପ୍ରଥମରୁ ହଁ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସିତ ହେବା ଦରକାର। ମଧୁମେହ ରୋଗୀଙ୍କ ପାଇଁ ଏହା ସବୁଠୁ ଖୁବ୍‌ ବିପଜ୍ଜନକ। ଏହା ଯୋଗୁ ରୋଗୀଙ୍କ ନାକ ଫୁଲିବା ବା ଯନ୍ତ୍ରଣା ହେବା, ଆଖିକୁ ଝାପ୍‌ସା ଦିଶିବା ଭଳି ସମସ୍ୟା ହୋଇପାରେ। ଏହା ପ୍ରତି ଧ୍ୟାନ ଦିଆନଗଲେ ସଂକ୍ରମଣ କାରଣରୁ ଆଖିର ପିତୁଳା କିମ୍ବା ଆଖପାଖ ସ୍ଥାନ ପକ୍ଷାଘାତ ଆକ୍ରାନ୍ତ ହୋଇପାରେ। ସଂକ୍ରମଣ ଅଧିକ ବଢ଼ିଗଲେ ମସ୍ତିଷ୍କ ସଂକ୍ରମିତ ହେବାର ଆଶଙ୍କା ରହେ।
କରୋନା ମହାମାରୀର ଦ୍ୱିତୀୟ ଲହର ଆଗକୁ ମାଡ଼ି ଚାଲିଥିବାବେଳେ ସରକାର ବ୍ୟାପକ ଟିକାକରଣ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସତର୍କତା ଗ୍ରହଣ କରିଥିବାରୁ କିଛିଟା ରୋକ ଲାଗିପାରିଛି। ତେବେ ବର୍ତ୍ତମାନ ଲକ୍‌ଡାଉନ ଘୋଷଣା ହୋଇଥିବାରୁ କୌଣସି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥିଲେ ବା ଆପଣ କୌଣସି ପ୍ରତିଷ୍ଠାନରେ କାର୍ଯ୍ୟରତ ଥିଲେ ୱାର୍କ ଫ୍ରମ ହୋମ୍‌ ଭାବେ ଦାୟିତ୍ୱ ନିର୍ବାହ କରନ୍ତୁ। ଘରକୁ କୌଣସି ଆଗନ୍ତୁକଙ୍କୁ ଆସିବାକୁ ଅନୁମତି ଦିଅନ୍ତୁ ନାହିଁ। ଘର ଭିତରେ ଓ ବାହାରର ପରିଷ୍କାର ପରିଚ୍ଛନ୍ନତା ଦେଖନ୍ତୁ। ଦିନ ତମାମ ମୁକ୍ତ ପବନ ଘର ପାଇଁ ଦରକାର। ସନ୍ଧ୍ୟା ପରେ ଝରକା କବାଟ ବନ୍ଦ କରିଦିଅନ୍ତୁ। ବାହାରକୁ ଯାଇଥିଲେ ତୁରନ୍ତ ନିଜ ପୋଷାକ ସବୁ ସଫାସୁତରା କରି ସାନିଟାଇଜ୍‌ ବ୍ୟବସ୍ଥା ଗ୍ରହଣ କରନ୍ତୁ। କୌଣସି ଜ୍ୱର ବା ସାମାନ୍ୟ ଅନ୍ୟ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କୌଣସି ପ୍ରକାର ଗୁଜବକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ଉଷୁମ ପାଣି ସବୁବେଳେ ପିଅନ୍ତୁ, ସୁଷମ ଖାଦ୍ୟ ଖାଆନ୍ତୁ। ଶରୀରର ଗୁରୁତ୍ୱପୂର୍ଣ୍ଣ କର୍ଣ୍ଣ-ନାସା-ଗଳା କ୍ଷେତ୍ରକୁ ଦେଖନ୍ତୁ। ଗଳାରେ ଅସ୍ପଷ୍ଟ ଅନୁଭବ କଲେ ବା ନାକର ନିଃଶ୍ୱାସ ପ୍ରଶ୍ୱାସ ପ୍ରଣାଳୀ ଅସ୍ବସ୍ତିକର ଲାଗିଲେ ବା କାନ ଶୁଣିବାରେ ପ୍ରାଥମିକ ଭାବେ ବାକ୍‌ ଶ୍ରବଣ ସମସ୍ୟା ଅନୁଭବ କଲେ, ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ନିଜକୁ ସ୍ବାଭାବିକ ରଖନ୍ତୁ ଓ ଫୋନ୍‌ ଯୋଗେ ନିଜ ଆତ୍ମୀୟସ୍ବଜନ, ବନ୍ଧୁବର୍ଗଙ୍କୁ ନିୟମିତ କଥାବାର୍ତ୍ତା ଜାରି ରଖି ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତୁ। ନିଜକୁ ଦୃଢ଼ନିଷ୍ଠ କରନ୍ତୁ ଯେ ଏପରି ଏକ ମହାମାରୀ ବିରୁଦ୍ଧରେ ଆମେ ସମସ୍ତେ ଲଢ଼ି ତାକୁ ହରାଇବାକୁ ସମର୍ଥ ହୋଇପାରିବା।
ବାକ୍‌ଶ୍ରବଣ ବିଶେଷଜ୍ଞ ‘ଧ୍ୱନୀ’, କାଠଗୋଲା ରୋଡ଼, କଟକ, ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri