ମାଡ଼ି ଆସୁଛି ବିପଦ: ପୁରୁଣା ନଦୀବନ୍ଧ ଯୋଜନା ସୃଷ୍ଟି କରିବ ଆତଙ୍କ

ଜେନେଭା, ୨୪।୧: ପୃଥିବୀ ଉପରେ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ଦିନେ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ନଦୀ ବନ୍ଧ ଯୋଜନା ଯୋଗୁ ଆଗାମୀ ଦିନରେ ସଙ୍କଟ ସୃଷ୍ଟି ହେବ। ଏନେଇ ଜାତିସଂଘର ଏଜିଂ ଓ୍ବାଟର ଇନଫ୍ରାଷ୍ଟ୍ରକଚର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତରେ ୨୦୨୫ ବେଳକୁ ୧୧୧୫ ନଦୀବନ୍ଧ ୫୦ ବର୍ଷ ପୁରୁଣା ହୋଇଯିବ। ସେହିପରି ୨୦୫୦ ବେଳକୁ ୪୨୫୦ ନଦୀବନ୍ଧ ୫୦ ବର୍ଷ ପୁରୁଣା ହୋଇଯିବ। ସେହିପରି ୨୦୫୦ ବେଳକୁ ଦେଶର ୬୪ ବନ୍ଧ ୧୫୦ ବର୍ଷରୁ ଅଧିକ ପୁରୁଣା ହୋଇଯିବ। ଫଳରେ ଏସବୁ ନଦୀବନ୍ଧର ନିମ୍ନ ଅବବାହିକାରେ ବାସ କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ଯେ କୌଣସି ସମୟରେ ବନ୍ଧ ଭାଙ୍ଗିବା ଆତଙ୍କ ଯୋଗୁ ସ୍ଥିତି ସଙ୍କଟ ଜନକ ହେବ ବୋଲି ରିପୋର୍ଟରେ କୁହାଯାଇଛି। ପୃଥିବୀର ବିଭିନ୍ନ ଦେଶରେ ୧୯୩୦ରୁ ୧୯୭୦ ମଧ୍ୟରେ ୫୮, ୭୦୦ରୁ ଅଧିକ ନଦୀବନ୍ଧ ନିର୍ମିତ ହୋଇଥିଲା। ଏସବୁ ବନ୍ଧ ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବାର ସମ୍ଭବନା ରହିଛି। ୫୦ ବର୍ଷପରେ କଂକ୍ରିଟ୍‌ରେ ନିର୍ମାଣ କରାଯାଇଥିବା ବନ୍ଧ ଦୁର୍ବଳ ହେବାରେ ଲାଗିବ। ପୃଥିବୀର ୫୫ ପ୍ରତିଶତ ନଦୀବନ୍ଧ ଅର୍ଥାତ୍‌ ୩୨, ୭୧୬ଟି ଏସିଆର ଚାଇନା, ଭାରତ, ଜାପାନ ଏବଂ ଦକ୍ଷିଣ କୋରିଆ ଆଦି ୪ଟି ଦେଶରେ ରହିଛି। ଭାରତର କେରଳରେ ଥିବା ୧୦୦ ବର୍ଷ ପୁରୁଣା ମୁଲ୍ଲାପେରିୟାର ବନ୍ଧ ଯୋଗୁ ୩୫ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଆମେରିକାରେ ୯୦,୫୮୦ ନଦୀବନ୍ଧ ୫୬ ବର୍ଷରୁ ପୁରୁଣା। ୨୦୨୦ରେ ୮୫ ପ୍ରତିଶତ ନଦୀବନ୍ଧ ବିପଦ ଜନକ ଅବସ୍ଥାରେ ରହିଥିବା କୁହାଯାଇଥିଲା। ଗତ ୩୦ ବର୍ଷମଧ୍ୟରେ ଆମେରିକାର ୨୧ ରାଜ୍ୟରୁ ୧୨୭୫ ନଦୀବନ୍ଧକୁ ହଟାଯାଇଛି। ୨୦୧୭ରେ କେବଳ ୮୦ ବନ୍ଧକୁ ହଟାଯାଇଥିଲା। ଅନ୍ୟ ଦେଶରେ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହେବାରେ ଲାଗିଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri