ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…

ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର ୧୯୫୧ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ଏହିଧାରା ଜାରି ରହିଲେ ୨୦୫୦ ବେଳକୁ ବହୁ ଉପକୂଳ ସହର ସମୁଦ୍ରରେ ବୁଡ଼ିଯିବ ବୋଲି ଚାଇନାର ଲାନଝୋଉ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗବେଷକ ଦଳର ନେତୃତ୍ୱ ନେଉଥିବା ଭୂବିଜ୍ଞାନୀ ଶିଆଓକିଙ୍ଗ୍‌ ପେଙ୍ଗ୍‌ କହିଛନ୍ତି ଯେ, ବିଶ୍ୱତାପନ ବଢ଼ିବା ଯୋଗୁ ପ୍ରତିବର୍ଷ ମେରୁ ଅଞ୍ଚଳର ୫୩ ହଜାର ବର୍ଗ କିଲୋମିଟର ବରଫ ତରଳୁଛି। ୨୦୨୦ ବିଶ୍ୱର ସବୁଠାରୁ ଅଧିକ ଉତପ୍ତ ବର୍ଷ ରହିଥିବା ନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା ଧୀରେଧୀରେ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିବାରେ ଲାଗିଛି। ୧୯୭୯ରୁ ୨୦୧୬ ମଧ୍ୟରେ ତରଳିଥିବା ବରଫ ଦ୍ୱାରା ବିରାଟ ହ୍ରଦ ସୃଷ୍ଟି ହୋଇପାରିଥାନ୍ତା। ୩୦ ବର୍ଷ ପରେ ଏହାଯୋଗୁ ପୃଥିବୀର ୪୦ ପ୍ରତିଶତ ଲୋକେ ପ୍ରଭାବିତ ହେବେ ବୋଲି ପେଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିକ ସାଇକେଲରୁ ବିଲ୍ଡିଂରେ ଲାଗିଲା ନିଆଁ: ୧୫ ଜିଅନ୍ତା ଜଳିଗଲେ, ୪୪ ଆହତ

ବେଜିଂ,୨୪ା୨: ଚାଇନାର ପୂର୍ବ ପ୍ରଦେଶର ଜିଆଙ୍ଗସୁ ସହରର ନାନଜିଙ୍ଗ ସହରରେ ଅଗ୍ନିକାଣ୍ଡ ଘଟି ବହୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।...

ଫୋନ୍‌ରେ ପାଣି ପଶିଥିଲେ ଚାଉଳ ଡବାରେ ରଖୁଛନ୍ତି କି? ହୋଇଯାଆନ୍ତୁ ସତର୍କ

ମୂଲ୍ୟବାନ ବସ୍ତୁ ପରି ଆମେ ସମସ୍ତେ ନିଜ ଫୋନକୁ ଅତି ଯତ୍ନର ସହିତ ରଖିଥାଉ। ସ୍କ୍ରାଚ ନ ହେବା ପାଇଁ କଭର୍‌ ପକାଇଥାଉ। ଏଥିସହ ସ୍କ୍ରିନର...

ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର

ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ...

ଫୋନ୍‌ ସାଇଲେଣ୍ଟ ରଖି ଭୁଲି ଯାଇଛନ୍ତି କି, ଏହି ଟ୍ରିକ୍‌ ଦ୍ୱାରା ବାଜି ଉଠିବ ଫୋନ୍‌

ମୋବାଇଲ ଫୋନ ଆମ ଜୀବନରେ ଏପରି ଜରୁରୀ ହୋଇଯାଇଛି ଯାହାର ସ୍ଥାନ ଅନ୍ୟ କୌଣସି ଡିଭାଇସ ନେଇ ପାରିବ ନାହିଁ। ଯେତେବେଳେ ଫୋନ ହଜିଯାଏ ଆପଣ...

ଗୁରୁତର ରୋଗରେ ପୀଡିତ ଥାଇ ଷ୍ଟେରଏଡ ନେବାରୁ ବଢି ଯାଇଥିଲା ଅନନ୍ତ ଅମ୍ବାନୀଙ୍କ ଓଜନ

ମୁମ୍ବାଇ: ଅନନ୍ତ ଅମ୍ବାନୀ ୧୮ ମାସରେ ୧୦୮ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। କିନ୍ତୁ ହଠାତ୍‌ ତାଙ୍କ ଓଜନ ପୁଣି ବଢିଗଲା। ଯେତେବେଳେ ନୀତା ଅମ୍ବାନୀଙ୍କ...

Instagram Reel: ରିଲ୍ସରେ ଆସୁନି କି ଲାଇକ୍‌-ଭ୍ୟୁ, ଏହି ସମୟରେ କରନ୍ତୁ ଅପଲୋଡ୍‌

ସୋସିଆଲ ମିଡିଆର ପ୍ରଭାବ ଏବେ ବଢିବାରେ ଲାଗିଛି। ଲୋକେ ଛୋଟରୁ ଛୋଟ ଭିଡିଓ କରି ସୋସିଆଲ ମିଡିଆ ଫେସବୁକ୍‌, ଇନଷ୍ଟାରେ ଅପଲୋଡ୍‌ କରୁଛନ୍ତି। ଫଟୋ ଓ...

ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ

ନୂଆଦିଲ୍ଲୀ/କାନଭେରା,୨୪।୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ...

ସେଣ୍ଟ୍ରାଲ ଏକ୍ସାଇଜ ଦ୍ୱାରା ଦେଶରେ ଆର୍ଥିକ ବିକାଶ

୧୯୪୪ ଫେବୃୟାରୀ ୨୪ରେ ଲାଗୁହୋଇଥିବା ସେଣ୍ଟ୍ରାଲ ଏକ୍ସାଇଜ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଲୁଣ ଆଇନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଫେବୃୟାରୀ ୨୪କୁ ସେଣ୍ଟ୍ରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri