ମାଡ଼ି ଆସୁଛି ବିପଦ, ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ …

ଓ୍ବାଶିଂଟନ,୧୯।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ ଭାରତୀୟ ସମୟ ରାତ୍ର ୨ଟାରେ ଏହା ପୃଥିବୀର କକ୍ଷପଥ ନିକଟରେ ଅତିକ୍ରମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲମ୍ବ ୨୨୦ ମିଟର ରହିଛି। ଏହି ଗ୍ରହାଣୁପିଣ୍ଡର ଆକାର ଲଣ୍ଡନରେ ଥିବା ବିଗ୍‌ବେନ୍‌ ଘଣ୍ଟାର ଆକାରଠାରୁ ୨ ଗୁଣା ବଡ଼। ପୃଥିବୀର ଗୁରୁତ୍ୱ ଆକର୍ଷଣ ଦ୍ୱାରା ବାୟୁମଣ୍ଡଳରେ ଏହା ପ୍ରବେଶ କରିବାର ଆଶଙ୍କା ଖୁବ୍‌ କମ୍‌ ଥିଲେ ମଧ୍ୟ ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପୃଥିବୀଠାରୁ ୪୬.୫ ଲକ୍ଷ ମାଇଲ୍‌ରୁ କମ୍‌ ଦୂରତାରେ ଗତି କରୁଥିବା ଗ୍ରହାଣୁପିଣ୍ଡକୁ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ବିପଦ ଜନକ ବୋଲି କୁହାଯାଇଥାଏ। ଏଭଳି ୨ ହଜାର ବିପଦଜନକ ଗ୍ରହାଣୁପିଣ୍ଡ ଉପରେ ନାସା ପକ୍ଷରୁ ଲଗାତାର ତୀକ୍ଷ୍‌ଣ ଦୃଷ୍ଟି ରଖାଯାଉଛି। ନାସାର ସେଣ୍ଟ୍ରେ ସିଷ୍ଟମ ଏଭଳି ଗ୍ରହାଣୁପିଣ୍ଡ ଉପରେ ଗବେଷଣା ଜାରି ରହିଛି। ଆସନ୍ତା ୧୦୦ ବର୍ଷ ମଧ୍ୟରେ ଏଭଳି ୨୨ଟି ଗ୍ରହାଣୁପିଣ୍ଡ ପୃଥିବୀର କକ୍ଷପଥ ନିକଟରେ ଗତି କରିବେ ବୋଲି ନାସାର ସେଣ୍ଟ୍ରେ ସିଷ୍ଟମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri