ବାଟ ହୁଡ଼ିଲେ ବିପଦ

ଉପେନ୍ଦ୍ର ବିଶ୍ୱାଳ

କ୍ଷଣିକ ଉନ୍ମାଦନାରେ ଭାସିଯାଇ ଝିଅମାନେ କିପରି ନିଜ ପାଇଁ କବର ଖୋଳନ୍ତି, ସେମିତି କେତୋଟି ଘଟଣା ଓ ତା’ର କୁପରିଣତିକୁ ନେଇ ଆଜିର ଏ ଆଲେଖ୍ୟ। ମହିଳା କଲେଜ ସାମ୍ନାରେ ଏପାଖସେପାଖ ହେଉଥିବା ଜଣେ ଉଦ୍‌ଭ୍ରାନ୍ତ ଯୁବକର ଜାଲରେ ଶିକାର ହୁଏ ସମ୍ଭ୍ରାନ୍ତ ଘରର କନ୍ୟାଟିଏ। ବୁଝାଇବା ବିଫଳ ହେବାରୁ ତାକୁ ଯେବେ ଆକଟ କରାଯାଏ, ଘରଲୋକଙ୍କ ମୁହଁରେ ଚୂନ କଳା ବୋଳିଦେଇ, ନଛୋଡ଼ବନ୍ଦା ଝିଅଟି ଚମ୍ପଟ ମାରେ ସେ ପୁଅଟି ସହିତ। କିଛି ମାସ ପରେ ସମ୍ପୂର୍ଣ୍ଣ ଭିନ୍ନ ପରିବେଶ ଓ ସଂସ୍କୃତିରେ ଆଉଟୁପାଉଟୁ ହେଲା ସେ। ମାତ୍ର, ପଛକୁ ଫେରିଆସିବାକୁ ଆଉ ବାଟ ନ ଥିଲା। ପୁଣି, ବର୍ଷ କେଇଟା ପରେ ଯୁବତୀଠାରୁ ମୁହଁ ଫେରାଇ ନେଇ ସୌମ୍ୟଦର୍ଶୀ ଯୁବକଟି ଜଣେ ପରେ ଜଣେ, ଏହିପରି ଆଉ ଦୁଇଜଣଙ୍କୁ ବିବାହ କରିବା ପରେ, ବଢ଼ିଚାଲିଲା ନିର୍ଯାତନା। ଅଧିକ ଲୋକହସା ଓ ତଲାକର ଭୟରେ ନୀରବ ରହୁଥିବା ଝିଅଟି, ଶେଷରେ ବାଧ୍ୟ ହେଲା ଯମ ହାବୁଡ଼ରୁ ବାହାରି ଆସିବାକୁ। ବିଗତ ଦଶ ବର୍ଷକାଳ ଦୁଇ ପିଲାଙ୍କୁ ନେଇ ଅଲଗା ରହୁଥିବା ଝିଅଟି, ଆଜି ବି ଜଳୁଛି ତିଳତିଳ କରି। ଏଇ ଗଲା ଡିସେମ୍ବର ଶେଷ ସପ୍ତାହର ଏକ ଘଟଣା। ପୋଲିସର ସମୟୋଚିତ ହସ୍ତକ୍ଷେପ ଯୋଗୁ ବର୍ତ୍ତିଗଲା ଝିଅଟି। ମାତ୍ର କେଇଟା ଦିନର ଫେସ୍‌ବୁକ୍‌ର ସମ୍ପର୍କ, ସୁଦୂର ମୁମ୍ବାଇର ପୁଅଟି ସହିତ। ସମ୍ପୂର୍ଣ୍ଣ ଅଜଣା, ଅଦେଖା ସେ ପୁଅଟିକୁ ବିବାହ ପାଇଁ ଘରେ ଜିଦି କଲା ଝିଅଟି। କିଛି ନ ଜାଣି, ନ ବୁଝି କେଉଁ ମାଆ-ବାପା ଅବା ସମର୍ପି ଦିଅନ୍ତେ ନିଜ ଝିଅଟିକୁ? କାହା କଥାକୁ କର୍ଣ୍ଣପାତ ନ କରି ମୁମ୍ବାଇରୁ ଆସିଥିବା ଯୁବକଟି ସହ ପହଞ୍ଚତ୍ଲା କଚେରିରେ। ‘ଲଭ ଜିହାଦ’ ବୋଲି ପ୍ରଘଟ ହେବାରୁ, ଗଣ୍ଡଗୋଳର ଆଶଙ୍କାକରି ପୁଅ-ଝିଅଙ୍କୁ ନିଜ ହେପାଜତକୁ ନେଇଗଲା ପୋଲିସ ଏବଂ ଉଭୟ ପରିବାରକୁ ଡକାଇ ପଠାଇଲା। ତା’ ପରେ ଚେତନା ଫେରିପାଇଲା ଝିଅଟି। ନିଷିଦ୍ଧ ଇଲାକାରେ ବିକ୍ରି ହେବାର ଭୟ ହେଉ ଅବା ଜୀବନହାନିର ଭୟ, କେଉଁ ଏକ ଅଦୃଶ୍ୟ ଆଶଙ୍କାରେ ଶିହରି ଉଠିଲା ଓ ଭୋ ଭୋ ହୋଇ କାନ୍ଦି ଉଠିଲା ସେ। ସାରେ ମାଆ-ବାପାଙ୍କ ସହିତ ଫେରି ଯାଇଥିଲା ଘରକୁ। ମୋବାଇଲରୁ ଏକପ୍ରକାର ସେ ସନ୍ନ୍ୟାସ ନେଇଥିବାର ଜଣାଯାଏ ଏବେ।
‘ପ୍ରେମ’ କରିବା ଗୋଟେ ବଡ଼ ବାହାଦୁରି ବୋଲି ଭାବୁଥିବା ଆଜିର କେତେକ ଝିଅ କେମିତି ନୃଶଂସତାର ଶିକାର ହୁଅନ୍ତି, ତାହା ଜଣାପଡ଼େ ୨୩ ବର୍ଷୀୟା ଜଣେ ଆଇଟି ଇଞ୍ଜିନିୟରର ହତ୍ୟାରେ। ମୁମ୍ବାଇର ଏକ କମ୍ପାନୀରେ ଚାକିରି କରୁଥିବା ଯୁବତୀଟି ଛନ୍ଦି ହୋଇଗଲା ସେହି ଯୁବକର ଜାଲରେ, ଯିଏ କି ଫେସ୍‌ବୁକ୍‌ରେ ଜାଲ ବିଛାଇଥିଲା ନିଜକୁ ଜଣେ କୋଟିପତି ବଡ଼ ବ୍ୟବସାୟୀଙ୍କ ଏକମାତ୍ର ପୁଅର ପରିଚୟ ଦେଇ। ଘରେ ନ ଜଣାଇ ଦୁହେଁ ଭଡ଼ା ନେଇ ରହିଲେ ଅଲଗା। କିଛିଦିନ ପରେ ଝିଅଟି ଜାଣିବାକୁ ପାଇଲା- ଭିନ୍ନ ସମ୍ପ୍ରଦାୟର ଏହି ଯୁବକର ସ୍ତ୍ରୀ ସମେତ ଦୁଇଟି ପିଲା ବି ଅଛନ୍ତି। ଫଟୋ ଓ ଭିଡିଓ ଭାଇରାଲର ଭୟ ଦେଖାଇ ଧର୍ମ ପରିବର୍ତ୍ତନ ସହିତ ଝିଅଟିକୁ ଲୁଟି ଚାଲିଲା। ଆହୁରି ଅଧିକ ଅର୍ଥ ଲୋଭରେ ଅନୈତିକ କାମ ପାଇଁ ତାକୁ ଯେବେ ବାଧ୍ୟ କରିଛି, ସେତେବେଳେ ତା’ ପଞ୍ଝାରୁ ଖସିବାକୁ ଚେଷ୍ଟା କରିଛି ଝିଅଟି। ଏହା ଜାଣିପାରି ଅତି ବୀଭତ୍ସ ଭାବେ ଯୁବତୀକୁ ହତ୍ୟାକରିଛି ସେ। ଶବ ବ୍ୟବଚ୍ଛେଦ ଓ ପୋଲିସର ଅନୁସନ୍ଧାନରୁ ପରେ ଜଣାଗଲା ଯେ, ନୂଆ-ପୁରୁଣା ହୋଇ ଝିଅଟି ଦେହରେ ଅସଂଖ୍ୟ ଛୁରିକାଘାତ ଥିଲା। ‘ଦେହ ଓ ଅର୍ଥ ଲୋଭରେ ତାକୁ ଫସେଇଥିଲା’ ବୋଲି ପୋଲିସ ନିକଟରେ ପୁଅଟି ବି ସ୍ବୀକାର କରିଥିଲା।
ଏଠାରେ ଆଉଥରେ ସ୍ପଷ୍ଟ କରିଦେବା ଉଚିତ ହେବ ଯେ, କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରିବା, ଆଲେଖ୍ୟଟିର ଅଭିପ୍ରାୟ ନୁହଁ। କଠୋର ସତ୍ୟକୁ ଉପସ୍ଥାପନ ପୂର୍ବକ ସରଳ-ନିରୀହପ୍ରାଣା ଝିଅଙ୍କୁ ଟିକିଏ ସତର୍କ ଓ ସଚେତନ କରାଇବା ସହ ସାମ୍ପ୍ରଦାୟିକ ହିଂସାକାଣ୍ଡ ଏଡ଼ାଇ, ସାମାଜିକ ସଂହତି ଅତୁଟ ରଖିବା ହେଉଛି ଆମର ଅସଲ ଉଦ୍ଦେଶ୍ୟ। କାରଣ, ଗତ ଦୁଇବର୍ଷ ଭିତରେ ବରୀ-ରାମଚନ୍ଦ୍ରପୁର, କାକଟପୁର, ଭଦ୍ରକ, ବାଲେଶ୍ବର, ବ୍ରହ୍ମପୁର ଆଦି ସ୍ଥାନରେ ପୋଲିସର ସତର୍କ ପଣିଆ ଯୋଗୁ, ସାମ୍ପ୍ରଦାୟିକ ସଂଘର୍ଷକୁ ଏଡ଼ାଯାଇ ପାରିଛି। ପୁନଶ୍ଚ, ଆଜିର ଦିନରେ ଗଣମାଧ୍ୟମରେ ପ୍ରକାଶିତ ଏହିପରି କେତୋଟି ଘଟଣା ନଜରକୁ ଆସିଛି, ଯାହାର ଲିଙ୍କ୍‌ ରହିଛି ଆତଙ୍କୀଙ୍କ ସହିତ।
ଜାତିସଂଘ ଆତଙ୍କବାଦୀ ଦମନ ଅଭିଯାନର ମୁଖ୍ୟ ଭି. ଭ୍ଲାଦିମୀରଙ୍କ ଅନୁଯାୟୀ ସିରିୟା, ତୁର୍କୀ, ଇରାକ, ଲିବିୟା, ୟେମେନ ଆଦି ଦେଶରେ ୨୮ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ସଂଗଠନରେ ହଜାର ହଜାର ଉଗ୍ରବାଦୀ ଯୁବକ ସକ୍ରିୟ। ଗତ ୨୦୧୭ର ସିରିୟାରେ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ୩୫ହଜାରରୁ ଅଧିକ ସଂଖ୍ୟକ ମୃତ୍ୟୁରେ କେବଳ ୧୬ହଜାର ଥିଲେ ଇସ୍ଲାମିକ ଷ୍ଟେଟ୍‌ର ଜିହାଦୀ ଯୁବକ। ଆଜି ବି ସିରିୟାରେ ଖୁବ ସକ୍ରିୟ ଥିବା ଅତି ଉଗ୍ର, ଇସ୍ଲାମିକ ଷ୍ଟେଟ ସଂଗଠନରେ ପ୍ରାୟ ୧୫ ହଜାର ଯୁବକ ଅଛନ୍ତି। ଭାରତର ଶହଶହ ଯୁବକ (କେବଳ କେରଳରୁ ଶତାଧିକ) ବି ସେଥିରେ ଯୋଗଦେଇଛନ୍ତି। ଉପରୋକ୍ତ ଦେଶଗୁଡ଼ିକରେ ସକ୍ରିୟ ଥିବା ଉଗ୍ରବାଦୀ ଶିବିର ପାଇଁ ମୋଟା ଅଙ୍କର ଅର୍ଥ ବିନିମୟରେ ସେମାନେ ଯୌନଦାସୀ କିଣୁଥିବାର ଚର୍ଚ୍ଚା ଧରେ। ଆଉ ଏଥିପାଇଁ ସେମାନଙ୍କ ଆଖି ଭାରତ ଉପରେ ହିଁ ବେଶି ଅଛି। ଇସ୍ଲାମିକ ଷ୍ଟେଟ ସଂଗଠନରେ ସାମିଲ ଥିବା ସନ୍ଦିଗ୍ଧ ଯୁବକମାନଙ୍କ ପରିବାର ସଦସ୍ୟଙ୍କ ଭଏସ କ୍ଲିପିଙ୍ଗ, ଫୋନ୍‌ ଟ୍ୟାପିଂ ଆଦି ଜରିଆରେ କେନ୍ଦ୍ର ଗୋଇନ୍ଦା ଓ କେରଳ ପୋଲିସକୁ ଏ ସଂକ୍ରାନ୍ତ ଅନେକ ତଥ୍ୟ ଆଜି ହସ୍ତଗତ। ବିବାହରେ ବିଫଳ ହେଲେ ବା ବିବାହର ମାସ/ବର୍ଷ କେଇଟା ପରେ, ଯୁବତୀମାନଙ୍କୁ ବିକ୍ରି କରୁଥିବାର ଜଣାଯାଏ। ସିରିୟାସ୍ଥ ଇସ୍ଲାମିକ ଷ୍ଟେଟରେ ସାମିଲ ଥିବା କେରଳର ଜଣେ ଯୁବକ ୨୦୧୭ ମସିହାର ଆତ୍ମଘାତୀ ଆକ୍ରମଣରେ ମୃତ୍ୟୁବରଣ କଲାପରେ, ସ୍ତ୍ରୀ (ହିନ୍ଦୁ ଯୁବତୀ)ଟି ଉଗ୍ରବାଦୀ ଶିବିରରେ ଯୌନଦାସୀ ଭାବେ କିପରି ଷଢୁଛି, ସ୍ବାମୀର ପରିବାର ଲୋକଙ୍କୁ କାନ୍ଦିକାନ୍ଦି କହୁଥିଲାବେଳେ, କେରଳ ପୋଲିସ ତାହାକୁ ରେକର୍ଡ କରିବାରେ ସମର୍ଥ ହୋଇଥିଲା। ଅନ୍ୟ ଏକ ଘଟଣା କ୍ରମରେ ବିବାହର ବର୍ଷେ ପରେ ସୌଦି ଆରବରେ ଚାକିରି କରୁଥିବା ଯୁବକଟି ଖୁବ୍‌ ମୋଟା ଅଙ୍କରେ ସିରିୟାର ଇସ୍ଲାମିକ ଷ୍ଟେଟକୁ ଯୌନଦାସୀ ଭାବେ ସ୍ତ୍ରୀଙ୍କୁ ବିକ୍ରି କରିବାକୁ ମୂଲଚାଲ କରୁଥିଲାବେଳେ, ଯୁବତୀଟି ଜାଣିପାରି ଘର ଲୋକଙ୍କୁ ଜଣେଇବା ଦ୍ୱାରା ସେଠାକାର ପ୍ରବାସୀ ଭାରତୀୟଙ୍କ ସହାୟତାରେ ମୁକୁଳି ପାରିଥିଲା। ଭାରତରେ ପହଞ୍ଚତ୍ କେରଳ ହାଇକୋର୍ଟରେ ନଭେମ୍ବର ୨୦୧୭ ମସିହାରେ ଏ ସଂକ୍ରାନ୍ତରେ ସ୍ବାମୀ ବିରୋଧରେ କେସ୍‌ କରିବାରୁ, ସମଗ୍ର ଦକ୍ଷିଣ ଭାରତରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଓଡ଼ିଶାରେ ବି ଏମିତି ଘଟଣାଟିଏ ଘଟିବାକୁ ଯାଉଥିଲା ୨୦୧୯ ମସିହାରେ। ଜୁନ୍‌ ୯, ୨୦୧୯ରେ ଅପହୃତା ଯୁବତୀକୁ ବିବାହ କରିବାରେ ବିଫଳ ହେବାରୁ ୩୫ ଲକ୍ଷ ଟଙ୍କା ଅଗ୍ରୀମ ନେଇ ସୌଦି ଆରବ ଚାଲାଣ କରିବାକୁ ଉଦ୍ୟମ କରୁଥିବାବେଳେ ଯାଜପୁର ପୋଲିସ ହରିୟାଣାରୁ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଯୁବକଟିକୁ ବାନ୍ଧିବାରେ ସମର୍ଥ ହୋଇଥିଲା।
ଏବେ ଆସିବା ଯୌବନର ଡେଣା ଲାଗୁ ଲାଗୁ ପତଙ୍ଗସମ ନିଆଁକୁ ଝାସ ଦେଇ ସର୍ବନାଶ ରଚୁଥିବା ଝିଅମାନଙ୍କ ପାଖକୁ। ଜୀବନ ଯୁଦ୍ଧରେ ହାରିଯାଉଥିବା ସେ ଝିଅମାନଙ୍କୁ ଯଦି ପଚରାଯାଏ, ତାଙ୍କ ଦୁର୍ଦ୍ଦଶାର କାରଣ କିଏ? ତେବେ ଉତ୍ତର ଆସିବ- ସେମାନେ ନିଜେ। ଅର୍ଥାତ୍‌ ଜୀବନର ଭଲ ବା ମନ୍ଦର ସୃଷ୍ଟିକର୍ତ୍ତା ଆମ୍ଭେ ହିଁ ନିଜେ। ଅବଶ୍ୟ ଯୌବନ ଆସିଲେ ସ୍ବପ୍ନମୟ ହୋଇଉଠେ ଝିଅଙ୍କ ମନ। ତା’ ବୋଲି ମାଆ ବାପାଙ୍କୁ ତୁଚ୍ଛକରି ସଂସାର ରଚିବା ଆଳରେ ଅନିଶ୍ଚିତତାକୁ ଆପଣାଇ ନେବା କ’ଣ ଠିକ୍‌ କି? ଯେଉଁଠି ଅନିଶ୍ଚିତତା, ସେଇଠି ଅନ୍ଧାର। ଯେଉଁଠି ଅନ୍ଧକାର, ସେଇଠି ବିପଦର ସମ୍ଭାବନା। ଯୌବନର ରଙ୍ଗିନ ଚଷମାରେ ଦୁନିଆଟା ଆମକୁ ରଙ୍ଗମୟ ଦେଖାଯାଏ। କିନ୍ତୁ ବାସ୍ତବରେ ଦୁନିଆର ଚିତ୍ର କିନ୍ତୁ ଭିନ୍ନ ଥାଏ। କେବଳ ବାହାରର ଚେହେରାକୁ ଦେଖି କାହାକୁ ବରଣ କରିନେବା ଅର୍ଥ, ବିନାଶକୁ ଆମନ୍ତ୍ରଣ କରିବା। ମଶା ମାରିବାବେଳେ ତାଳି ମାରିବା ଓ ନାମ-ଜପବେଳର ତାଳି, ଉଭୟଙ୍କ ଭିତରେ ଯେମିତି ଅନେକ ତଫାତ ଥାଏ, ସେମିତି ବି ଅନ୍ଧଭାବେ ନିଜେ ନିଷ୍ପତ୍ତି ନେବା ଓ ବୁଝି-ବିଚାରି ସଭିଙ୍କ ସମ୍ମତି ଓ ଆଶୀର୍ବାଦରେ ସଂସାର ରଚିବା ଭିତରେ ଅନେକ ପ୍ରଭେଦ। ଏବେ ଏବେ ଆମ୍ବଗଛରେ ବଉଳ। ତା’ପରେ ଆମ୍ବଟି କଷି ହୋଇ ବଢ଼ିଥାଏ। ଯେତେ ବଢ଼ିଲେ ବି ତୋଳିବାକୁ ତାହା ଉପଯୁକ୍ତ ହୋଇ ନ ଥାଏ, ଯେ ପର୍ଯ୍ୟନ୍ତ ଭଗବାନ ସେଥିରେ ମଧୁରତା ଭରି ନ ଥାନ୍ତି। କଞ୍ଚା ଆମ୍ବ ଖଟା ହିଁ ଖଟା। ସେହିପରି ଯୌବନ ଆସିଗଲାକ୍ଷଣି ଆମେ କ’ଣ ସଂସାର ବସେଇବା ପାଇଁ ଉପଯୁକ୍ତ ହୋଇଗଲୁ? ଠିକ୍‌ ସମୟ ଆସିଗଲେ ଆମ ଜୀବନରେ ମଧୁରତା ଭରିବାକୁ ମାଆ ବାପା ଆମର ସୁବ୍ୟବସ୍ଥା ନିଶ୍ଚିତ କରିବେ। ସେଥିପାଇଁ ଟିକେ ଅପେକ୍ଷା କରିବା ଉଚିତ। ଅପେକ୍ଷାର ଫଳ ବି ସବୁବେଳେ ମିଠା ହୋଇଥାଏ। ଏଣୁ ଚହଲା ବୟସ (ଅନ୍ତତଃ ୨୧ ବର୍ଷ ପର୍ଯ୍ୟନ୍ତ)ରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହଜାରେ ଥର ଚିନ୍ତା କରିବା ଉଚିତ। ତରତରରେ ଶିଆଳକୁ ସହଜ ଶିକାର କରିବା ଅପେକ୍ଷା, ସିଂହ ସନ୍ଧାନରେ ରହିବା ଉଚିତ। ଏଥିରେ ବିଫଳତା ଆସିଲେ ବି ବିଶେଷ କ୍ଷତି ନୁହଁ। ଜୀବନରେ ଶାନ୍ତି ଚାହଁ ତ ନିଜ ହୃଦୟ ଓ ବିବେକର କଥାକୁ ଟିକେ ଶୁଣ। ଚହଲା ମନକୁ ଯିଏ ବୁଝାଇ / ବଦଳାଇ ପାରିଛି, ସିଏ ହିଁ ବାସ୍ତବରେ ବିଜୟୀ ହୋଇଛି। ଅତଏବ, କାହାରି ସଉକ ଓ ସ୍ବାର୍ଥ ପାଇଁ ଝିଅମାନେ ଯେମିତି ବଳି ନ ପଡ଼ନ୍ତୁ, ଏତିକି ହିଁ କାମନା।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ବର
ମୋ-୯୪୩୭୪୩୬୦୭୩
email-unbiswal05@gmail. com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri