ଭିଡ଼ରୁ ବିପଦ

ଧର୍ମପୀଠ, ଧର୍ମୀୟ ସମାବେଶ ଓ ମେଳାଗୁଡ଼ିକରେ ଦଳାଚକଟା ହୋଇ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିବା ଏକ ନିତିଦିନିଆ ଖବର ପାଲଟିଲାଣି। ଏହି କ୍ରମରେ ଅଗଷ୍ଟ୧୧ରେ ବିହାର ଜେହାନାବାଦ ଜିଲା ମଖୁଦମପୁରର ବାବା ସିଦ୍ଧିନାଥ ମନ୍ଦିରରେ ଦଳାଚକଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ଜଣ ଆହତ ହୋଇଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ଘଟଣାର ପ୍ରାୟ ମାସେ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୨ରେ ଉତ୍ତରପ୍ରଦେଶ ହାଥରାସ୍‌ରେ ଭୋଲେ ବାବାଙ୍କ ଧର୍ମୀୟ ସମାବେଶରେ ଦଳାଚକଟା ହେତୁ ୧୨୧ ଜଣଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରୁ ୯୮ ଜଣ ଥିଲେ ମହିଳା। ସ୍ବଳ୍ପ ସମୟ ବ୍ୟବଧାନରେ ଘଟିଥିବା ଏହି ଦୁଇଟି ଘଟଣାର କାରଣ ହେଲା କମ୍‌ ଜାଗାରେ ଅତ୍ୟଧିକ ଭକ୍ତଙ୍କ ସମାଗମ। ହାଥରାସ୍‌ରେ କାର୍ଯ୍ୟକ୍ରମ ପାଇଁ ୮୦,୦୦୦ ଲୋକଙ୍କ ନିମନ୍ତେ ପ୍ରଶାସନଠାରୁ ଅନୁମତି ନିଆଯାଇଥିଲା, କିନ୍ତୁ ସେଠାରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିଲେ। ସେହିଭଳି ଶ୍ରାବଣ ମାସ ସୋମବାର ପାଇଁ ଶିବଭକ୍ତମାନେ ପୂର୍ବ ରାତିରୁ ସିଦ୍ଧିନାଥ ମନ୍ଦିରରେ ଭିଡ଼ ଜମାଇଥିଲେ। ଏହି ପୁରାତନ ମନ୍ଦିରର ସୀମିତ ପରିସରରେ ଲୋକଙ୍କ ଭିଡ଼ ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିବା ଦ୍ୱାରା ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଦେଖିବାକୁ ଗଲେ ଏଭଳି ସବୁ ଘଟଣା ପଛରେ ବଡ଼ କାରଣ ହେଉଛି ଅତ୍ୟଧିକ ଭିଡ଼ ଓ ତାହାକୁ ନିୟନ୍ତ୍ରଣ କରିବାରେ ସ୍ଥାନୀୟ ପ୍ରଶାସନର ଦୁର୍ବଳ ପଦକ୍ଷେପ ।
ଏହାସହ ଭାରତୀୟମାନଙ୍କ ମଧ୍ୟରେ ଥିବା ତୀବ୍ର ଧର୍ମୀୟ ଭାବନା ମଧ୍ୟ ଏହା ପାଇଁ ଅନେକାଂଶରେ ଦାୟୀ। ବାସ୍ତବରେ ଲୋକମାନେ ଆଧ୍ୟାତ୍ମିକତାଠାରୁ ଦୂରେଇ ରହି କେବଳ ଧର୍ମୀୟ ଭାବନାରେ ରହିଗଲେଣି, ଯାହା ପ୍ରତିଫଳିତ ହେଉଛି ବିଭିନ୍ନ ମନ୍ଦିର, ମେଳା ଓ ମାତାବାବାଙ୍କ ସମାବେଶରେ। ଭକ୍ତମାନଙ୍କ ମନରେ ଧର୍ମ ଅବଧାରଣା ଏମିତି ବସାବାନ୍ଧିଛି ଯେ, କିଛି ଆଶା ପୂରଣ ଲାଗି ନିଜର ସ୍ବାସ୍ଥ୍ୟ ଓ ଜୀବନକୁ ଅଣଦେଖା କରୁଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବଗତ ଥାଇ ମଧ୍ୟ ବହୁ ତୀର୍ଥଯାତ୍ରୀ ହିମାଳୟର ଉଚ୍ଚ ଅଞ୍ଚଳରେ ଚାରିଧାମ ଯାତ୍ରା ପାଇଁ ଯାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏପରିକି ସରକାରଙ୍କୁ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ଭୁଲ୍‌ ତଥ୍ୟ ଦେଇ ଯାତ୍ରାରେ ସାମିଲ ହେଉଛନ୍ତି। ଉଲ୍ଲେଖନୀୟ ଯେ,୨୦୨୪ ମେ ଶେଷ ସୁଦ୍ଧା ଏବର ଚାରିଧାମ ଯାତ୍ରାରେ ୬୮ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ବଡ଼ ବିଡ଼ମ୍ବନାର ବିଷୟ ,ଲୋକଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଦେବାକୁ ଯାଇ ସରକାର ଚାରିଧାମ ଭଳି ବିପଦସଙ୍କୁଳ ଯାତ୍ରାକୁ ନିଜ ହାତକୁ ନେଇ ନିୟନ୍ତ୍ରଣ କରୁଛନ୍ତି। ଅନେକ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି ମଧ୍ୟ ନିଜ ଜୀବନକୁ ପାଣି ଛଡ଼ାଇ ସରକାରଙ୍କ ଭରସାରେ ମିଛଖଚ ଫର୍ମ ଭରି ଯାତ୍ରା କରୁଛନ୍ତି। ଏଭଳି ଧର୍ମୀୟ ଯାତ୍ରାରେ ସରକାର ଜଡ଼ିତ ନ ହୋଇ ଦେଶର ବିକାଶ, ଅର୍ଥନୈତିକ ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଧ୍ୟାନ ଦେବା ଦରକାର।
ବିଗତ ୨ ଦଶନ୍ଧି ମଧ୍ୟରେ ଭାରତରେ ବିଭିନ୍ନ ମନ୍ଦିର, ମେଳା କିମ୍ବା ଆଧ୍ୟାମତ୍ିକ ସମାବେଶରେ ଦଳାଚକଟା ଘଟି ପାଖାପାଖି ୧୩୦୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ୨୫ ଜାନୁଆରୀ ୨୦୦୫ରେ ମହାରାଷ୍ଟ୍ର ସତାରାସ୍ଥିତ ମନ୍ଧାରଦେବୀ ମନ୍ଦିର ଦଳାଚକଟାରେ ସବୁଠୁ ବେଶି ୩୪୦ ଲୋକଙ୍କ ମୃତ୍ୟୁ ଘଟିଥିଲା। କେରଳର ସାବରିମାଳା ମନ୍ଦିରରେ ସବୁଠୁ ବେଶି ଥର ଦଳାଚକଟା ଘଟିଛି। ଧର୍ମୀୟ ସମାବେଶ ମଧ୍ୟରେ କୁମ୍ଭମେଳାରେ ଏଭଳି ଘଟଣା ସର୍ବାଧିକ ଘଟି ସବୁଠୁ ବେଶି ଲୋକଙ୍କ ଜୀବନ ଯାଇଛି। ଉଲ୍ଲେଖନୀୟ ଯେ, ପ୍ରାୟ ସବୁ ଘଟଣାରେ ମହିଳା ଓ ଶିଶୁମାନଙ୍କର ଅଧିକ ମୃତ୍ୟୁ ଘଟିଛି।
ଜାତିସଂଘର ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ଏବେ ୧୪୦ କୋଟିରୁ ଅଧିକ ଏବଂ ଏଥିରେ ହିନ୍ଦୁଙ୍କ ସଂଖ୍ୟା ପାଖାପାଖି ୮୦ ପ୍ରତିଶତ। ଫଳରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଅତି ପୁରାତନ ମନ୍ଦିରଗୁଡ଼ିକରେ କୌଣସି ପୂଜାପାର୍ବଣ କିମ୍ବା ଉତ୍ସବରେ ଭିଡ଼ ଅଣାୟତ୍ତ ହେବା ସ୍ବାଭାବିକ ଏବଂ ହେଉଛିି ମଧ୍ୟ। ବହୁ ସମୟରେ ବିଭିନ୍ନ ତଥାକଥିତ ମାତାବାବାଙ୍କ ପ୍ରତି ଆକୃଷ୍ଟ ହୋଇ ସେମାନଙ୍କ ସମାବେଶରେ ଲୋକେ ଅସମ୍ଭବ ଭିଡ଼ ଜମାଉଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ରାଜ୍ୟରେ ଏବେ ଶ୍ରାବଣ ମାସରେ ଶିବ ମନ୍ଦିରଗୁଡ଼ିକରେ ଭକ୍ତମାନେ ଭିଡ଼ ଜମାଇବା ବିପଦକୁ ଆମନ୍ତ୍ରଣ କରିପାରେ। ଏଭଳି ସ୍ଥିତିରେ ଭିଡ଼ ରୋକିବା ପାଇଁ ପ୍ରଭାବୀ ଉପାୟ ଅବଲମ୍ବନ କରାଯାଇପାରେ। ମନ୍ଦିରରେ ଶୃଙ୍ଖଳିତ ଦର୍ଶନ କିମ୍ବା ଏହାର ପରିସର ତଥା ଆଖପାଖରେ ସୁରକ୍ଷିତ ସମାବେଶ ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଲୋକଙ୍କ ମଧ୍ୟରେ ସଚେତନତା ନ ଆସିବା ଯାଏ ସରକାର ବା ପ୍ରଶାସନ ଯାହା କଲେ ମଧ୍ୟ ଏଭଳି ଅଘଟଣଗୁଡ଼ିକୁ ରୋକିବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri