ଲଦାଖକୁ ବିପଦ

ଭାରତ ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଛନ୍ତି। ଏଭଳି ପଦକ୍ଷେପ ନେଇ ସରକାର ଲଦାଖର ବିକାଶ ଚିନ୍ତା କରୁଥିବାବେଳେ ମେ ୨୦୨୦ରେ ଚାଇନା ସୈନ୍ୟ ଏଲ୍‌ଏସି ଟପି ଭାରତ ପଟକୁ ପ୍ରବେଶ କଲେ। ଫଳରେ ଲଦାଖ ଅଶାନ୍ତ ହୋଇ ପଡ଼ିଲା। ଏପରିକି ଗଲଓ୍ବାନ୍‌ ଘାଟିରେ ଚାଇନା ସେନାଙ୍କ ଅନୁପ୍ରବେଶକୁ କେନ୍ଦ୍ର କରି ଉଭୟ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ। ସେବେଠାରୁ ଦୁଇ ଦେଶର ସେନାସ୍ତରୀୟ ବହୁ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏକ ସ୍ଥାୟୀ ସମାଧାନର ବାଟ ବାହାରି ପାରିନାହିଁ। ଗୋଟିଏ ପଟେ ଲଦାଖରେ ଯୁଦ୍ଧଭୟର ବାତାବରଣ ଲାଗି ରହିଥିବାବେଳେ ଅନ୍ୟ ପଟେ ପରିବେଶଗତ ବିପଦ ବଢିଛି ବୋଲି ନିକଟରେ କଶ୍ମୀର ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରକାଶ କରିବା ପରେ ଲଦାଖ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି। ମୁଖ୍ୟତଃ ପେଙ୍ଗୋଙ୍ଗ ହ୍ରଦ ଆଖପାଖ ଗ୍ଲେସିୟର୍‌ ବା ହିମବାହଗୁଡ଼ିକ ତରଳି ଲଦାଖ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେମାନେ ସୂଚାଇ ଦେଇଛନ୍ତି। ଗବେଷକମାନେ କହିଛନ୍ତି ଯେ, ଲଦାଖର ପେଙ୍ଗୋଙ୍ଗ ଅଞ୍ଚଳରେ ୧୯୯୦ରୁ ୨୦୨୦ ମଧ୍ୟରେ ଭାରତ ପଟେ ଥିବା ୮୭ଟି ଗ୍ଲେସିୟର ୬.୭ ପ୍ରତିଶତ ତରଳିଯାଇଛି। ପ୍ରତିବର୍ଷ ୦.୨୩ ପ୍ରତିଶତ ଗ୍ଲେସିୟର ତରଳି ପେଙ୍ଗୋଙ୍ଗ ହ୍ରଦରେ ମିଶୁଛି। ହ୍ରଦରୁ ଏହି ପାଣି କୌଣସି ନଦୀ କିମ୍ବା ସମୁଦ୍ରକୁ ଯାଏ ନାହିଁ। ଏଣୁ ହ୍ରଦର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି ଏବଂ ସମୟକ୍ରମେ ପାଣି ମାଡିିଯାଇ ଲଦାଖକୁ ମାଟିରେ ମିଶାଇ ଦେବ ବୋଲି ଗବେଷକମାନେ ସତର୍କ କରି ଦେଇଛନ୍ତି।
ବିଶ୍ୱ ତାପନ ବୃଦ୍ଧି, ମାନବୀୟ କାର୍ଯ୍ୟକଳାପ ଜନିତ ପ୍ରଦୂଷଣ ଯୋଗୁ ପେଙ୍ଗୋଙ୍ଗ ଆଖପାଖରେ ଉଭୟ ଚାଇନା ଏବଂ ଭାରତ ପଟରେ ଥିବା ୩୦୦ ଗ୍ଲେସିୟର ଦ୍ରୁତ ବେଗରେ ତରଳୁଛି। ହିମାଳୟର ୪୩୫୦ ଫୁଟ ଉପରେ ଥିବା ୧୩୪ କି.ମି. ଲମ୍ବ ଏହି ହ୍ରଦ ଭାରତରୁ ଚାଇନା ପର୍ଯ୍ୟନ୍ତ ଲମ୍ବିଛି। ଏହାର ୬୦ ଭାଗ ରହିଛି ଚାଇନାରେ ଓ ୪୦ ପ୍ରତିଶତ ଭାରତରେ। ହ୍ରଦ ଆଖପାଖରେ ଚାଇନା ସଡ଼କ, ସାମରିକ ଘାଟି ଓ ଟାଓ୍ବାର ନିର୍ମାଣ କରିଚାଲିଛି। ଚାଇନା ପଟରେ ଅଧିକ ଗ୍ଲ୍ଲେସିୟର ଓ ହ୍ରଦର ୬୦ ଭାଗ ରହିଥିବାରୁ ଭିତ୍ତିଭୂମି ବିକାଶ କାର୍ଯ୍ୟ ଦ୍ୱାରା ଏହା ଅଧିକ ପ୍ରଭାବିତ ହେଉଛି। ଭାରତ ମଧ୍ୟ ଏହାର ସୁରକ୍ଷାକୁ ଲକ୍ଷ୍ୟ କରି ସେଠାରେ ଭିତ୍ତିିଭୂମି ବିକାଶକୁ ଗୁରୁତ୍ୱ ଦେଉଛି ଓ ପେଙ୍ଗୋଙ୍ଗ ଆଖପାଖରେ ଅତ୍ୟଧିକ ଯାନ ଚଳାଚଳ କରୁଛି। ଉଭୟ ଦେଶ ହ୍ରଦର ୬ କି.ମି. ପରିଧିତ୍ତ୍ ମଧ୍ୟରେ ନିର୍ମାଣ କାର୍ଯ୍ୟ ଜୋରସୋରରେ କରୁଛନ୍ତି। ଉଲ୍ଲେଖନୀୟ ଯେ, ପେଙ୍ଗୋଙ୍ଗ ହ୍ରଦରେ ଚାଇନା ଏବେ ୪୦୦ ମିଟର ବ୍ରିଜ୍‌ ନିର୍ମାଣ କରୁଛି। ଏହି ସବୁ କାର୍ଯ୍ୟ ନ ରୋକିଲେ ସୁନ୍ଦର ଲଦାଖକୁ ସୁରକ୍ଷିତ ରଖାଯାଇପାରିବ ନାହିଁ। ଗ୍ଲେସିୟର ତରଳିବା ଯୋଗୁ ମାଟିର ଆର୍ଦ୍ରତା କମୁଛି; ଯାହାଦ୍ୱାରା ଲଦାଖର ପରିବେଶ, ଫସଲ, ଜୀବ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତିି ବୋଲି କଶ୍ମୀର ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀମାନେ କହିଛନ୍ତି। ଜୈବ ବିବଧତାର ଅପୂରଣୀୟ କ୍ଷତି ଘଟିବ। ପେଙ୍ଗୋଙ୍ଗ ନିକଟରେ ନିର୍ମାଣ କାର୍ଯ୍ୟ ବନ୍ଦ କରା ନ ଗଲେ ଉଭୟ ଦେଶର କ୍ଷତି ଘଟିବ। ବିଶେଷ କରି ଭାରତର ଅଧିକ କ୍ଷତି ହେବ। ଦେଶର ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟର ଆବଶ୍ୟକତା ରହିଛି ଓ ଅନ୍ୟ ପକ୍ଷରେ ଲଦାଖର ସୁରକ୍ଷା ମଧ୍ୟ ଦେଶ ପାଇଁ ଜରୁରୀ। ମନେରଖିତ୍ବାକୁ ହେବ ଯେ, ପେଙ୍ଗୋଙ୍ଗ ଆଖପାଖ ଗ୍ଲେସିୟରଗୁଡ଼ିକର ସୁରକ୍ଷା ହିଁ ଲଦାଖର ସୁରକ୍ଷା। ଏଣୁ କେବଳ ପରିବେଶ ଉପଯୋଗୀ ବିକାଶଭିତ୍ତିକ କାର୍ଯ୍ୟ ବା ସବୁଜ ଯୋଜନା ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ। ସେଠାରେ ପ୍ରଦୂଷଣ ରୋକିବାକୁ ହେଲେ ଗ୍ରୀନ ଟୁରିଜମ ବା ସବୁଜ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri