ଲଦାଖକୁ ବିପଦ

ଭାରତ ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରି ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଛନ୍ତି। ଏଭଳି ପଦକ୍ଷେପ ନେଇ ସରକାର ଲଦାଖର ବିକାଶ ଚିନ୍ତା କରୁଥିବାବେଳେ ମେ ୨୦୨୦ରେ ଚାଇନା ସୈନ୍ୟ ଏଲ୍‌ଏସି ଟପି ଭାରତ ପଟକୁ ପ୍ରବେଶ କଲେ। ଫଳରେ ଲଦାଖ ଅଶାନ୍ତ ହୋଇ ପଡ଼ିଲା। ଏପରିକି ଗଲଓ୍ବାନ୍‌ ଘାଟିରେ ଚାଇନା ସେନାଙ୍କ ଅନୁପ୍ରବେଶକୁ କେନ୍ଦ୍ର କରି ଉଭୟ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ। ସେବେଠାରୁ ଦୁଇ ଦେଶର ସେନାସ୍ତରୀୟ ବହୁ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏକ ସ୍ଥାୟୀ ସମାଧାନର ବାଟ ବାହାରି ପାରିନାହିଁ। ଗୋଟିଏ ପଟେ ଲଦାଖରେ ଯୁଦ୍ଧଭୟର ବାତାବରଣ ଲାଗି ରହିଥିବାବେଳେ ଅନ୍ୟ ପଟେ ପରିବେଶଗତ ବିପଦ ବଢିଛି ବୋଲି ନିକଟରେ କଶ୍ମୀର ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରକାଶ କରିବା ପରେ ଲଦାଖ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି। ମୁଖ୍ୟତଃ ପେଙ୍ଗୋଙ୍ଗ ହ୍ରଦ ଆଖପାଖ ଗ୍ଲେସିୟର୍‌ ବା ହିମବାହଗୁଡ଼ିକ ତରଳି ଲଦାଖ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେମାନେ ସୂଚାଇ ଦେଇଛନ୍ତି। ଗବେଷକମାନେ କହିଛନ୍ତି ଯେ, ଲଦାଖର ପେଙ୍ଗୋଙ୍ଗ ଅଞ୍ଚଳରେ ୧୯୯୦ରୁ ୨୦୨୦ ମଧ୍ୟରେ ଭାରତ ପଟେ ଥିବା ୮୭ଟି ଗ୍ଲେସିୟର ୬.୭ ପ୍ରତିଶତ ତରଳିଯାଇଛି। ପ୍ରତିବର୍ଷ ୦.୨୩ ପ୍ରତିଶତ ଗ୍ଲେସିୟର ତରଳି ପେଙ୍ଗୋଙ୍ଗ ହ୍ରଦରେ ମିଶୁଛି। ହ୍ରଦରୁ ଏହି ପାଣି କୌଣସି ନଦୀ କିମ୍ବା ସମୁଦ୍ରକୁ ଯାଏ ନାହିଁ। ଏଣୁ ହ୍ରଦର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି ଏବଂ ସମୟକ୍ରମେ ପାଣି ମାଡିିଯାଇ ଲଦାଖକୁ ମାଟିରେ ମିଶାଇ ଦେବ ବୋଲି ଗବେଷକମାନେ ସତର୍କ କରି ଦେଇଛନ୍ତି।
ବିଶ୍ୱ ତାପନ ବୃଦ୍ଧି, ମାନବୀୟ କାର୍ଯ୍ୟକଳାପ ଜନିତ ପ୍ରଦୂଷଣ ଯୋଗୁ ପେଙ୍ଗୋଙ୍ଗ ଆଖପାଖରେ ଉଭୟ ଚାଇନା ଏବଂ ଭାରତ ପଟରେ ଥିବା ୩୦୦ ଗ୍ଲେସିୟର ଦ୍ରୁତ ବେଗରେ ତରଳୁଛି। ହିମାଳୟର ୪୩୫୦ ଫୁଟ ଉପରେ ଥିବା ୧୩୪ କି.ମି. ଲମ୍ବ ଏହି ହ୍ରଦ ଭାରତରୁ ଚାଇନା ପର୍ଯ୍ୟନ୍ତ ଲମ୍ବିଛି। ଏହାର ୬୦ ଭାଗ ରହିଛି ଚାଇନାରେ ଓ ୪୦ ପ୍ରତିଶତ ଭାରତରେ। ହ୍ରଦ ଆଖପାଖରେ ଚାଇନା ସଡ଼କ, ସାମରିକ ଘାଟି ଓ ଟାଓ୍ବାର ନିର୍ମାଣ କରିଚାଲିଛି। ଚାଇନା ପଟରେ ଅଧିକ ଗ୍ଲ୍ଲେସିୟର ଓ ହ୍ରଦର ୬୦ ଭାଗ ରହିଥିବାରୁ ଭିତ୍ତିଭୂମି ବିକାଶ କାର୍ଯ୍ୟ ଦ୍ୱାରା ଏହା ଅଧିକ ପ୍ରଭାବିତ ହେଉଛି। ଭାରତ ମଧ୍ୟ ଏହାର ସୁରକ୍ଷାକୁ ଲକ୍ଷ୍ୟ କରି ସେଠାରେ ଭିତ୍ତିିଭୂମି ବିକାଶକୁ ଗୁରୁତ୍ୱ ଦେଉଛି ଓ ପେଙ୍ଗୋଙ୍ଗ ଆଖପାଖରେ ଅତ୍ୟଧିକ ଯାନ ଚଳାଚଳ କରୁଛି। ଉଭୟ ଦେଶ ହ୍ରଦର ୬ କି.ମି. ପରିଧିତ୍ତ୍ ମଧ୍ୟରେ ନିର୍ମାଣ କାର୍ଯ୍ୟ ଜୋରସୋରରେ କରୁଛନ୍ତି। ଉଲ୍ଲେଖନୀୟ ଯେ, ପେଙ୍ଗୋଙ୍ଗ ହ୍ରଦରେ ଚାଇନା ଏବେ ୪୦୦ ମିଟର ବ୍ରିଜ୍‌ ନିର୍ମାଣ କରୁଛି। ଏହି ସବୁ କାର୍ଯ୍ୟ ନ ରୋକିଲେ ସୁନ୍ଦର ଲଦାଖକୁ ସୁରକ୍ଷିତ ରଖାଯାଇପାରିବ ନାହିଁ। ଗ୍ଲେସିୟର ତରଳିବା ଯୋଗୁ ମାଟିର ଆର୍ଦ୍ରତା କମୁଛି; ଯାହାଦ୍ୱାରା ଲଦାଖର ପରିବେଶ, ଫସଲ, ଜୀବ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତିି ବୋଲି କଶ୍ମୀର ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀମାନେ କହିଛନ୍ତି। ଜୈବ ବିବଧତାର ଅପୂରଣୀୟ କ୍ଷତି ଘଟିବ। ପେଙ୍ଗୋଙ୍ଗ ନିକଟରେ ନିର୍ମାଣ କାର୍ଯ୍ୟ ବନ୍ଦ କରା ନ ଗଲେ ଉଭୟ ଦେଶର କ୍ଷତି ଘଟିବ। ବିଶେଷ କରି ଭାରତର ଅଧିକ କ୍ଷତି ହେବ। ଦେଶର ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟର ଆବଶ୍ୟକତା ରହିଛି ଓ ଅନ୍ୟ ପକ୍ଷରେ ଲଦାଖର ସୁରକ୍ଷା ମଧ୍ୟ ଦେଶ ପାଇଁ ଜରୁରୀ। ମନେରଖିତ୍ବାକୁ ହେବ ଯେ, ପେଙ୍ଗୋଙ୍ଗ ଆଖପାଖ ଗ୍ଲେସିୟରଗୁଡ଼ିକର ସୁରକ୍ଷା ହିଁ ଲଦାଖର ସୁରକ୍ଷା। ଏଣୁ କେବଳ ପରିବେଶ ଉପଯୋଗୀ ବିକାଶଭିତ୍ତିକ କାର୍ଯ୍ୟ ବା ସବୁଜ ଯୋଜନା ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ। ସେଠାରେ ପ୍ରଦୂଷଣ ରୋକିବାକୁ ହେଲେ ଗ୍ରୀନ ଟୁରିଜମ ବା ସବୁଜ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?