କରୋନାରୁ ସୁସ୍ଥ ପରେ ବି ବିପଦ, ବିନା ଯନ୍ତ୍ରଣାରେ କିଡ୍‌ନୀ ହେଉଛି ଅକାମୀ …

ଓ୍ବାଶିଂଟନ,୨।୯: କରୋନା ଅକ୍ରାନ୍ତଙ୍କ ଉପରେ ବିପଦ ପରେ ବିପଦ ମାଡ଼ି ଆସୁଛି। ସୁସ୍ଥ ହେବା ପରେ ସେମାନଙ୍କଠାରେ କିଡ୍‌ନୀ ସମସ୍ୟା ଦେଖା ଦେଉଛି। ସେମାନଙ୍କ ଅଜାଣତରେ ବିନା ଯନ୍ତ୍ରଣାରେ କିଡ୍‌ନୀ ଅକାମୀ ହୋଇଯାଉଛି। ଏନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଜର୍ନାଲ ଅଫ୍‌ ଆମେରିକାନ୍‌ ସୋସାଇଟ ଅଫ୍‌ ନେଫ୍ରୋଲୋଜିରେ ଏହି ରିପୋଟର୍ର୍ ପ୍ରକାଶ ପାଇଛି।

ପ୍ରତି ୧୦ ହଜାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭.୮ ପ୍ରତିଶତଙ୍କଠାରେ ଡାଏଲିସିସ୍‌ ସ୍ଥିତି ସୃଷ୍ଟି ହେଉଛି। ବିନା ଯନ୍ତ୍ରଣାରେ ଏଭଳି ହେଉଥିବାରୁ କିଡ୍‌ନୀ ଅକାମୀ ହେବାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଉଛି ବୋଲି ମିସୁରି ସ୍ଥିତ ସେଣ୍ଟ୍‌ ଲୁଇସ୍‌ ହେଲଥ୍‌ କେୟାର ସିଷ୍ଟମର କ୍ଲିନିକାଲ ଇପିଡିମିଓଲୋଜି କେନ୍ଦ୍ରର ନିର୍ଦ୍ଦେଶକ ଜିୟାଦ୍‌ ଅଲ୍‌-ଆଲି କହିଛନ୍ତି। ଫଳରେ ଏଭଳି ଲୋକଙ୍କ ବଞ୍ଚିବା କଷ୍ଟକର ହେଉଛି।

ସେହିପରି କରୋନାରୁ ସୁସ୍ଥ ହେବା ପରେ ଧମନୀରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା, ଷ୍ଟ୍ରୋକ୍‌, ଡାଇବେଟିସ୍‌, ନିଶ୍ୱାସ ନେବାରେ ସମସ୍ୟା, ହାର୍ଟ ଓ ଲିଭର ସମସ୍ୟା, ଅବସାଦ ଏବଂ ସ୍ମୃତି ଶକ୍ତି ହ୍ରାସ ସମସ୍ୟା ଦେଖିବାକୁ ମିଳୁଛି। ଇତିମଧ୍ୟରେ ୮୯,୨୧୬ ଜଣ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କଠାରେ କିଡ୍‌ନୀ ସମସ୍ୟା ଦେଖାଯିବାର ଆଶଙ୍କା ୨୩ ପ୍ରତିଶତ ରହିଛି ବୋଲି ଅଲ୍‌-ଆଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ମିଳିଲାନି ସିଗାରେଟ୍‌: ସ୍ପେନ୍‌ରୁ ଇଟାଲୀ ଚାଲି ପଳେଇଲେ ଯୁବକ, ଗଣିଲେ ଜରିମାନା

ପ୍ୟାରିସ୍‌,୮ା୪: ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଲୋକେ ଘରୁ...

ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ବ୍ରୁସେଲସ୍ସ,୨୭।୧୦: ବେଲଜିୟମର ଅର୍ଥମନ୍ତ୍ରୀ ଥିବା ସୋଫି ଓ୍ବିଲିୟମ୍ସ ଏବେ ବେଲଜିୟମର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏବେ ସେ କାମଚଳା ପ୍ରଧାନମନ୍ତ୍ରୀ...

ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ପୂରିଲା ୨୪ ବର୍ଷ

ୱାଶିଂଟନ,୮ ।୮: ପୂର୍ବ ଆଫ୍ରିକାରେ ଆମେରିକା ଦୂତାବାସ ଉପରେ ୧୯୯୮ରେ ହୋଇଥିବା ବୋମାମାଡ ଘଟଣାକୁ ୨୪ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ଆମେରିକା...

କରୋନା ଭୂତାଣୁ ଚାଇନାର ଉହାନ୍‌ ଲ୍ୟାବ୍‌ରୁ ଲିକ୍‌ ହୋଇଥିବାର ରହିଛି ପ୍ରମାଣ: ମାଇକ୍‌ ପୋମ୍ପିଓ

ଓ୍ବାଶିଂଟନ,୪।୫: ଚାଇନାର ଉହାନ୍‌ ସ୍ଥିତ ଲ୍ୟାବ୍‌ରୁ କରୋନା ଭୂତାଣୁ ଲିକ୍‌ ହୋଇଥିବାର ପ୍ରମାଣ ରହିଛି। ଏନେଇ ଆମେରିକା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପିଓ ସୂଚନା...

ୟୁଏନ୍‌ରେ ସ୍ଥାପନ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ଓ୍ବାଶିଂଟନ,୨ା୧୨: ଡିସେମ୍ବର ୧୪ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିର ଉଦ୍‌ଘାଟନ...

ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ

ଓ୍ବାଶିଂଟନ୍‌, ୧୨।୧୦: ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏଥର ଆମେରିକାର ପଲ୍‌ ଆର୍‌ ମିଲଗ୍ରମ ଏବଂ ରବର୍ଟ ବି ଉଇଲସନଙ୍କୁ ଅର୍ଥନୀତିରେ ନୋବେଲ...

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା: ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୩୧।୫: କରୋନା ସଂକ୍ରମଣକୁ ନେଇ ବିଭିନ୍ନ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଜାରି ରହିଛି। ଏକ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ସମ୍ମୁଖରେ...

ଯୁଦ୍ଧ ମଧ୍ୟରେ ୟୁକ୍ରେନର ବଡ଼ ଦାବି: ରୁଷିଆ ସହ ଲଢ଼ିବେ ୧୬ହଜାର ବିଦେଶୀ ସୈନ୍ୟ

କ୍ୱିଭ୍‌,୩।୩: ରୁଷିଆ ଓ ୟକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ରୁଷିଆ ପକ୍ଷରୁ ଲଗାତର ଭାବେ ୟୁକ୍ରେନର ବିଭିନ୍ନ ସହରରେ ବୋମାମାଡ଼...

Advertisement
Archives

Model This Week