ଟଳିଲା ବିପଦ, ପାଗରେ ପରିବର୍ତ୍ତନ: ବାତ୍ୟାରେ ହୋଇନି କୌଣସି କ୍ଷୟକ୍ଷତି

ଦାରିଙ୍ଗବାଡି, ୨୯।୧୦ (ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ ଦୁର୍ବଳ ହୋଇଛି। ବୁଧବାର ଭୋର ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିଥିବାବେଳେ ସକାଳ ୧୦ଟା ପରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଛି। ଖରା ଆଉ କେତେବେକେ ପାଗ ମେଘୁଆ ହେଉଥିବାବେଳେ ପ୍ରାୟ ପାଗ ଶୁଖିଲା ହେଉଛି। ଧୀରେ ଧୀରେ ବଜାରରେ ଭିଡ଼ ଲାଗିବା ଆରମ୍ଭ ହୋଇଛି। ଦୁର୍ଗମ ଅଞ୍ଚଳରୁ ଲୋକଙ୍କ ଦାରିଙ୍ଗବାଡି ସମେତ ଆଖପାଖ ସିମନବାଡି, ବ୍ରାହ୍ମଣୀଗାଁ, ବୁଡ଼ାଗୁଡା ଆଦି ବଜାରକୁ ଲୋକଙ୍କ ଆଗମନ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଏନଡିଆରଏଫ ଟିମ ଦାରିଙ୍ଗବାଡିରେ ସୋମବାରଠାରୁ ଡେରା ପକାଇଛନ୍ତି।

ଏନଡିଆରଏଫର ଅଧିକାରୀ ଅଭିଷେକ ମିଶ୍ରଙ୍କ ନେତୃତ୍ୱରେ ଟିମ ଦାରିଙ୍ଗବାଡି ସରକାରୀ ଆଇଟିଆଇ କେନ୍ଦ୍ରରେ ରହି ମକଡ୍ରିଲ କରିବା ସହ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ଉକ୍ତ ଟିମ ସଜାଗ ରହିଥିଲେ। ସେହିପରି ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ସହାଭାଗିତାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ମା’ଗୃହକୁ ୧୧ ଜଣ ଆସନ୍ନ ପ୍ରସବାଙ୍କୁ ଅଣାଯାଇ ସେମାନଙ୍କ ଚିକିତ୍ସା ଓ ଆବଶ୍ୟକ ସେବା ଯୋଗାଇଦିଆଯାଇଥିଲା। ପୂର୍ବରୁ ଏହି ମା’ଗୃହରେ ୪ ଜଣ ଆସନ୍ନ ପ୍ରସବା ରହିଥିଲେ। ସମସ୍ତେ ସୁରକ୍ଷିତ ଓ ସୁସ୍ଥ ରହିଥିବା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି, ଅତି ଦୁର୍ଗମ ଅଞ୍ଚଳରୁ ସେମାନଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିଲା ବୋଲି ସେ କହିଛନ୍ତି।

ତେବେ ଅଞ୍ଚଳରେ ଏହି ବାତ୍ୟା ସମୟରେ ବିଦ୍ୟୁତ ଅଚଳ ଦେଖାଯାଇଥିବାବେଳେ ସିମନବାଡି ଫିଡ଼ରରେ ୨୬ ଘଣ୍ଟା ବିଦ୍ୟୁତ ଅଚଳ ହୋଇଥିଲା ଏଥିସହ ବିଦ୍ୟୁତ ଅଚଳ ଯୋଗୁ ମୋବାଇଲ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା ଏହି ୨ଟି ବିଭାଗର ଅବହେଳା ପାଇଁ ହଜାର ହଜାର ଉପଭୋକ୍ତା ହଇରାଣ ହୋଇଥିଲେ। ପରେ ଏନେଇ କନ୍ଧମାଳ ଜିଲାପାଳ ବେଦଭୂଷଣଙ୍କୁ ଅବଗତ କରାଯିବା ପରେ ସେ ପୁନଃସ୍ଥାପନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ସହ ମଙ୍ଗଳବାର ବିଳମ୍ବିତ ରାତିରେ ବିଏସଏନଏଲ ଏବଂ ଜିଓ ନେଟୱାର୍କ ସିମନବାଡି ଅଞ୍ଚଳରେ ସ୍ବାଭାବିକ ହୋଇଥିଲା। ତେବେ ଏହି ବାତ୍ୟା ସମୟରେ ଦାରିଙ୍ଗବାଡି ଅଞ୍ଚଳରେ ସର୍ବାଧିକ ୫୧ ମିମି ବର୍ଷା ରେକର୍ଡ କରାଯାଇଥିଲା ଏବଂ କୌଣସି ସ୍ଥାନରେ ଏହି ବାତ୍ୟାରେ କ୍ଷୟକ୍ଷତି ହୋଇ ନ ଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri