ଧର୍ମରେ ନୃତ୍ୟ

ନୃତ୍ୟ ହେଉଛି ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏକ ପ୍ରଦର୍ଶନର ବିଷୟ ହୋଇଥିବାରୁ ଏହା ସ୍ଥାନ କାଳପାତ୍ରରେ ପରିବର୍ତ୍ତନ ହୁଏ। ତେଣୁ ସଙ୍ଗୀତ ପରି ଏହା ଏକ ଅବର୍ଣ୍ଣନୀୟ ଐତିହ୍ୟ। ହିନ୍ଦୁ ମନ୍ଦିର କଳାରେ ଦେବତାମାନେ ଯଥା ଶିବ ନୃତ୍ୟ, କୃଷ୍ଣ ନୃତ୍ୟ, ଗଣେଶ ନୃତ୍ୟ କରୁଥିବା ଦେଖାଯାଏ। ଦେବଦାସୀଙ୍କ ନୃତ୍ୟ ମନ୍ଦିରଗୁଡ଼ିକରେ ଦେବତାମାନଙ୍କ ମନୋରଞ୍ଜନକୁ ପ୍ରତିପାଦିତ କରେ। କିନ୍ତୁ ଆମେ ବୁଦ୍ଧଙ୍କ ନୃତ୍ୟ, ତୀର୍ଥଙ୍କର ନୃତ୍ୟ ମୂର୍ତ୍ତି ଏବଂ ଇସଲାମୀୟ ଧର୍ମଗୁରୁଙ୍କ ନୃତ୍ୟର ମୂର୍ତ୍ତି କେବେ ବି ଦେଖିବାକୁ ପାଉନାହଁୁ। ବାସ୍ତବରେ ସୁଫି ଧର୍ମର ପରମ୍ପରାରେ ଏବଂ ଭକ୍ତି ଆନ୍ଦୋଳନରେ ଦିବ୍ୟତାର ଅନୁଭବ ପାଇଁ ନୃତ୍ୟ ଏକ ସାଧନ ହୋଇଥିବାବେଳେ ରୂଢ଼ିବାଦୀ ମୁସଲମାନ ପରମ୍ପରାରେ ଏହାକୁ ବାରଣ କରାଯାଇଛି। ୟୁରୋପରେ ନୃତ୍ୟ ପୂଜାପାଠ ସହିତ ଜଡ଼ିତ ଥିଲା ଏବଂ ପରେ ଖ୍ରୀଷ୍ଟିଆନ ଧର୍ମ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିଲା। ଏହିପରି ଭାବେ ନୃତ୍ୟ ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଏବଂ ଆଦିବାସୀଙ୍କ ବିଚାରଧାରାକୁ ପ୍ରତିଫଳିତ କରେ। ହିନ୍ଦୁମାନଙ୍କ ପାଇଁ ଏହା ସାଂସାରିକତା ଓ ବୌଦ୍ଧମାନଙ୍କ ପାଇଁ ଏହା ମୋହକୁ ପ୍ରତିପାଦିତ କରେ। ଏକେଶ୍ୱରବାଦ ବିଶ୍ୱାସ ଏହାକୁ ମୂର୍ତ୍ତିପୂଜା ସହିତ ଜଡ଼ିତ କରେ।
ପ୍ରାଚୀନ କାଳରୁ ଭାରତୀୟ ନୃତ୍ୟର ପ୍ରମାଣ ରହିଆସିଛି। କେନ୍ଦ୍ରୀୟ ଭାରତର ଭୀମବେଟକା ଗୁମ୍ଫାର ‘ୱିଜାର୍ଡ ଡ୍ୟାନ୍ସ’ ହେଉଛି ସର୍ବ ପୁରାତନ, ଯେଉଁଥିରେ ମୁଣ୍ଡରେ ଶିଙ୍ଗ ଲଗାଇ ଲୋକମାନେ ନାଚୁଥିବା ଦେଖାଯାଏ। ଏହା ପଥର ଯୁଗର ନୃତ୍ୟ। ହରପ୍ପାରେ ଆବିଷ୍କୃତ ହୋଇଥିବା ସିଲ୍‌ ବା ମୋହରରେ ସାତ ଜଣ ଲୋକ ସମାନ ପୋଷାକ ପିନ୍ଧିି ଏକ ଗଛ ଚାରିପଟେ ନାଚୁଥିବା ଦେଖାଯାଏ।
ଏହା ଆଦିବାସୀ ନୃତ୍ୟର ଏକ ସୂଚକ। ଭୀମବେଟକା ଗୁମ୍ଫାର ନୃତ୍ୟଶିଳ୍ପୀମାନଙ୍କ ଭଳି ଏମାନେ ମଧ୍ୟ ମୁଣ୍ଡରେ ଶିଙ୍ଗ ଲଗାଇଛନ୍ତି।
ବେଦରେ ସଙ୍ଗୀତ ସମ୍ପର୍କରେ ଯେତିକି ଆଲୋଚନା କରାଯାଇଛି ନୃତ୍ୟକୁ ସେହି ଅନୁପାତରେ ଗୁରୁତ୍ୱ ଦିଆଯାଇନାହିଁ। ମନେରଖିବା ଉଚିତ ଯେ, ବେଦ ଶ୍ରୁତି ଭାବରେ ଜଣାଶୁଣା। ଋକ୍‌ବେଦର ସ୍ତୋତ୍ରକୁ ସାମବେଦ ସ୍ବର ପ୍ରଦାନ କରିଥିଲା। କର୍ମକାଣ୍ଡ ବା ଉତ୍ସ ସମୟରେ ମୁଦ୍ରା(ଅଙ୍ଗଭଙ୍ଗୀ)ର ଧାରଣା ଉପସ୍ଥାପନ କରେ ଯର୍ଜୁବେଦ। ଏହା ନୃତ୍ୟର ଉତ୍ପତ୍ତି ବୋଲି କୁହାଯାଏ। ପରେ ପ୍ରାଚୀନ କାଳର ରାଜା, ସାଧୁ ଏବଂ ଦୈବୀ କାହାଣୀ ବର୍ଣ୍ଣନା କରିବା ପାଇଁ ବୈଦିକ ସମାରୋହରେ ନୃତ୍ୟ ଏବଂ ଗୀତକୁ ମନୋରଞ୍ଜନ ଭାବରେ ବ୍ୟବହୃତ କରାଯାଇଥିଲା। ସାଞ୍ଚି, ବର୍‌ହାଟ, ଏବଂ ଅମରାବତୀ ପରି ସ୍ଥାନରେ ମୌର୍ଯ୍ୟ ସମୟର (୩୨୧-୧୮୫ ଖ୍ରୀଷ୍ଟପୂର୍ବ) ମିଳିଥିବା ପଥର ଖୋଦେଇ ମୂର୍ତ୍ତିଗୁଡ଼ିକରେ ନୃତ୍ୟଶିଳ୍ପୀ ଦେଖିବାକୁ ମିଳନ୍ତି। ସେହିଭଳି ଗାନ୍ଧାରର ବୌଦ୍ଧ କଳାରେ ଗ୍ରୀକ୍‌ ନୃତ୍ୟଶିଳ୍ପୀମାନେ ବଚୁସ/ଡିଓନିସସ୍‌ (ମଦ ଏବଂ ସୁଖର ଗ୍ରୀକ ଦେବତା)ଙ୍କ ନକଲ ଦେଖିବାକୁ ମିଳିଥାଏ।
ଗୁପ୍ତ ରାଜବଂଶ ଶାସନ ସମୟରେ ନୃତ୍ୟ ଓ ନାଟକ ଶବ୍ଦ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ପ୍ରକାଶ ପାଇଥିଲା। ଅଭିନୟ କଳାକୁ ନେଇ ଏହା ଏକ ଶାସ୍ତ୍ରୀୟ ଗ୍ରନ୍ଥ ଭାବରେ ଉଭା ହୋଇଥିଲା। ସ୍ବର୍ଗ ଥିଲା ଅପସରାଙ୍କ ନୃତ୍ୟ କ୍ଷେତ୍ର। ପୃଥିବୀରେ ଗଣିକାମାନେ ନାଚୁଥିଲେ॥ କିଭଳି ନୃତ୍ୟ ପରିବେଷଣ କରାଯିବ ସେ ସମ୍ପର୍କରେ ନାଟ୍ୟ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଏହା ଅଭିନୟ (ଭାବଭଙ୍ଗୀ), ମୁଦ୍ରା (ଅଙ୍ଗଭଙ୍ଗୀ) ଏବଂ ଅଙ୍ଗିକା (ଆସନ) ବିଷୟରେ କହିଥାଏ। ଯୋଗାସନର ମଡେଲ ଭାବେ ସୂଚାଇବା ପାଇଁ ନୃତ୍ୟରେ ଅନେକ କିଛି ଅଛି।
ସଂସ୍କୃତ ନାଟକ ଏବଂ ପୌରାଣିକ କାହାଣୀଗୁଡ଼ିକ ଦେବତା, ଅପ୍‌ସରା ଏବଂ ରାଜ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତାକୁ ସୂଚିତ କରେ। ତାମିଲ ମନ୍ଦିର ପୁରାଣରେ ଶିବ ନୃତ୍ୟ ପ୍ରତିଯୋଗିତାରେ ଶକ୍ତି ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ମୋହିନୀଙ୍କ ସହ ନାଚିବାକୁ ସେ ଭଷ୍ମାସୁରଙ୍କୁ କହିଥିବା କାହାଣୀ ଅଛି। ତାଙ୍କ ସହ ନାଚି ନାଚି ଭଷ୍ମାସୁର ତାଙ୍କ ନିଜ ମୁଣ୍ଡକୁ ଛୁଇଁ ପୋଡ଼ି ପାଉଁଶ ହୋଇଯାଇଛନ୍ତି।
ଇସଲାମ ନୃତ୍ୟକୁ ବାରଣ କରେ। କିନ୍ତୁ ରାଜପୁତ ମହିଳାଙ୍କୁ ବିବାହ କରିଥିବା ମୋଗଲମାନେ ତାୱିଫ୍‌ସମାନଙ୍କୁ ସେମାନଙ୍କ ଦରବାରରେ ନୃତ୍ୟ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ। ମନ୍ଦିରର ନୃତ୍ୟ କକ୍ଷ ଏବଂ ନୃତ୍ୟ ପ୍ରଦର୍ଶିତ ହେଉଥିବା ଇନ୍ଦ୍ରଙ୍କ ଦରବାରକୁ ଲକ୍ଷ୍ୟକରି ମୋଗଲମାନେ ସେମାନଙ୍କ ରାଜ ଦରବାରରେ ନୃତ୍ୟକୁ ପ୍ରୋତ୍ସାହିତ କରିଥିଲେ। ଏହିସବୁ ନୃତ୍ୟ ଆଜି ମଧ୍ୟ ବଲିଉଡ ଚଳଚ୍ଚିତ୍ରରେ ଜାରି ରହିଛି।
ଯେଉଁ ବିଷୟ ଭଲଭାବରେ ତଥା ସମ୍ପୂର୍ଣ୍ଣ ବର୍ଗୀକୃତ ଢଙ୍ଗରେ ବର୍ଣ୍ଣନା କରାଯାଇଛି ତାହା ହେଉଛି ଶାସ୍ତ୍ର। ଶାସ୍ତ୍ରୀୟ ନୃତ୍ୟ ଏକ ଶାସ୍ତ୍ର, କାରଣ ଏହାର ଏକ ଦୀର୍ଘ ଇତିହାସ ଅଛି, , କିଛି ଢାଞ୍ଚାରେ ଏହା ଲେଖା ହୋଇଛି ଏବଂ ନୃତ୍ୟକୁ ଜାଣିବା ଓ ପ୍ରଦର୍ଶନ ପାଇଁ ତାଲିମ ଆବଶ୍ୟକ। ଭାରତରେ ସାତ ପ୍ରକାର ଶାସ୍ତ୍ରୀୟ ନୃତ୍ୟ ରହିଛି, ପ୍ରତ୍ୟେକଟି ଆଧାର ଓ ଶୈଳୀ ଭିନ୍ନ। କଥାକଳି ଓ ମୋହିନିଆଟମ ହେଉଛି ନାଟକୀୟ ଓ ପ୍ରଦର୍ଶନାମତ୍କ। ଭାରତନାଟ୍ୟମ ହେଉଛି ଜ୍ୟାମିତିକ ଏବଂ କୋଣୀୟ ଗତିବିଧି, ଯାହା ଦେବଦାସୀଙ୍କ ମନ୍ଦିର ନୃତ୍ୟର ଏକ ଆଧୁନିକ ସଂସ୍କରଣ। କୁଚିପୁଡି ନୃତ୍ୟଶିଳ୍ପୀମାନେ ପ୍ରାୟତଃ ପ୍ଲେଟରେ ନାଚନ୍ତି। ଓଡ଼ିଶୀ ନୃତ୍ୟର ତ୍ରିଭଙ୍ଗୀ ମୁଦ୍ରା ରହିଛି। ଏଥିରେ ବେକ, ଅଣ୍ଟା ଏବଂ ଆଣ୍ଠୁର ବିପରୀତ ଦିଗରେ ଶରୀର ବଙ୍କା ହୋଇଥାଏ। ତା’ପରେ ଆସାମର ସତ୍ତ୍ରିୟା ନୃତ୍ୟ ଶେଷରେ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଉତ୍ତରରେ କଥକ କେବଳ ଏକ ଔପଚାରିକ ଶାସ୍ତ୍ରୀୟ ନୃତ୍ୟ ରୂପ ରହିଛିି, ଯାହା ପ୍ରଥମେ ମନ୍ଦିରରେ ଏବଂ ପରେ ଦରବାରରେ ପ୍ରଦର୍ଶିତ କରାଯାଇଥିଲା।
ଲୋକ ନୃତ୍ୟ ଭାବେ ଛଉ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡ଼ଖଣ୍ଡରେ ପରିବେଷଣ କରାଯାଏ। ଏଥିରେ ମୁଖ୍ୟତଃ ପୁରୁଷମାନେ ନାଚିିଥାନ୍ତି। ପଶ୍ଚିମବଙ୍ଗ ପୁରୁଲିଆ ଏବଂ ଝାଡ଼ଖଣ୍ଡର ଛଉ ନୃତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ମାସ୍କ। ଓଡ଼ିଶାରେ ମାସ୍କ ପିନ୍ଧାଯାଏ ନାହିଁ। ଛଉକୁ ଶାସ୍ତ୍ରୀୟ ନୃତ୍ୟ ଭାବେ ବର୍ଗୀକୃତ କରାଯାଇ ନ ଥିଲେ ମଧ୍ୟ କେତେକେ ଏହାକୁ ଶାସ୍ତ୍ରୀୟ ବୋଲି ବିବେଚନା କରନ୍ତି। ଅବଶ୍ୟ ଏହି ଲୋକନୃତ୍ୟ -ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ ପାର୍ଥକ୍ୟ ଏକ ବିବାଦୀୟ ପ୍ରସଙ୍ଗ। ଲୋକ ନୃତ୍ୟଗୁଡ଼ିକ କର୍ନାଟକର ଭୂତ କୋଲା କିମ୍ବା କେରଳର ଥିୟାମ ପରି ରୀତିନୀତି ସହିତ ଜଡ଼ିତ। ଏହି ନୃତ୍ୟ ପ୍ରଦର୍ଶନ ଦେବତାମାନଙ୍କ ସହିତ ଯୋଗାଯୋଗ ଏବଂ ପ୍ରକୃତି ସହିତ ଜଡ଼ିତ ହେବାରେ ନିମ୍ନ ସ୍ତରର ପରମ୍ପରାକୁ ପ୍ରତିଫଳିତ କରିଥାଏ। ଲଦାଖ ଏବଂ ଶିଲଂରେ ଜଣେ ମାସ୍କ ପିନ୍ଧିଥିବା ନୃତ୍ୟଶିଳ୍ପୀ ରାକ୍ଷସଙ୍କୁ ପରାସ୍ତ କରିବା ଏବଂ କ୍ରୋଧିତ ଆତ୍ମାକୁ ବଶକରି ବୌଦ୍ଧ ସିଦ୍ଧଙ୍କ କାହାଣୀକୁ ପ୍ରଦର୍ଶିତ କରିଥାନ୍ତି।
ସରଳ ତାଳ ଓ ପଦଚାଳନାକୁ ଆଧାରକରି ଏକ ସମୟ ଉପଯୋଗୀ ନୃତ୍ୟ ମାଧ୍ୟମରେ ଜନ ସମୁଦାୟକୁ ଏକାଠି କରିବା ହେଉଛି ଲୋକନୃତ୍ୟର ଲକ୍ଷ୍ୟ। ଆଦିବାସୀ ସମ୍ପ୍ରଦାୟରେ ନୃତ୍ୟ ସାଧାରଣତଃ ବ୍ୟକ୍ତିଗତ ପରିବର୍ତ୍ତେ ସାମୂହିକ ହୋଇଥାଏ। ଆସାମର ବିହୁ ନୃତ୍ୟ ପରି ଲୋକନୃତ୍ୟରୁ ଅମଳଭିତ୍ତିକ ପର୍ବ ସୃଷ୍ଟି ହୋଇଛି। ବିହୁ ସାଧାରଣତଃ ଅମଳ ସମୟରେ ପରିବେଷଣ କରାଯାଏ। ଭାରତର ଉତ୍ତର ପୂର୍ବାଞ୍ଚଳର ଆଦିବାସୀଙ୍କର ଅନେକ ନିଆରା ନୃତ୍ୟ ଅଛି, ଯାହା ସେମାନଙ୍କର ଅନନ୍ୟ ପରିଚୟର ପ୍ରତୀକ। ପାରମ୍ପରିକ ନୃତ୍ୟ ସଙ୍ଗୀତ ଓ ସଙ୍ଗୀତଭିତ୍ତିକ ଲୋକନୃତ୍ୟ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ। ଏହିପରି ଭାବେ ନୃତ୍ୟ ରାଜନୀତି, ଦର୍ଶନ, ପର୍ବ, ରୀତିନୀତି, ପରିଚୟ ଏବଂ ମନୋରଞ୍ଜନ ପାଇଁ ଏକ ଅଭିବ୍ୟକ୍ତିର ମାଧ୍ୟମ ହୋଇପାରେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri