Categories: ଖେଳ

ବୋଲିଂ ପାଇଁ ଦନଞ୍ଜୟଙ୍କୁ ଅନୁମତି

ଦୁବାଇ, ୯ା୧ (ପି.ଟି.)-ଶ୍ରୀଲଙ୍କା ସ୍ପିନର ଆକିଲା ଦନଞ୍ଜୟଙ୍କ ବୋଲିଂ ଆକ୍ସନରେ ସୁଧାର ଆସିଛି। ସେ ପୁଣି ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର କହିଛି। ୨୦୧୯ ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ଗାଲେଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ଦନଞ୍ଜୟଙ୍କ ବୋଲିଂ ଆକ୍ସନକୁ ନେଇ ରିପୋର୍ଟ ହୋଇଥିଲା। ଏଥିପାଇଁ ତାଙ୍କୁ ସେପ୍ଟେମ୍ବରରୁ ଏକବର୍ଷ ସସ୍‌ପେଣ୍ଡ କରାଯାଇଥିଲା। ନିୟମାନୁସାରେ ଶ୍ରୀଲଙ୍କା ବୋଲର ତାଙ୍କ ବୋଲିଂ ଆକ୍ସନରେ ସୁଧାର ଆଣିବା ପରେ ଆଇସିସିର ଏକ ସ୍ବୀକୃତିପ୍ରାପ୍ତ ସେଣ୍ଟରରେ ତାହାର ମୂଲ୍ୟାୟନ ହୋଇଥାନ୍ତା। ମାତ୍ର କୋଭିଡ୍‌ କଟକଣା ଯୋଗୁ ତାହା ସମ୍ଭବ ହୋଇ ନ ଥିଲା। ଫଳତଃ ଶ୍ରୀଲଙ୍କା କ୍ରିକେଟ ଦ୍ୱାରା ଦନଞ୍ଜୟଙ୍କର ପ୍ରସ୍ତୁତ କରାଯାଇଥିବା ଏକ ଭିଡିଓ ଫୁଟେଜ୍‌ ଆଇସିସିକୁ ଯୋଗାଇ ଦିଆଯାଇଥିଲା। ୨୭ ବର୍ଷୀୟ ଦନଞ୍ଜୟ ଇତିମଧ୍ୟରେ ଶ୍ରୀଲଙ୍କା ତରଫରୁ ୬ ଟେଷ୍ଟ, ୩୬ ଅନ୍ତର୍ଜାତୀୟ ଦିନିକିଆ ଓ ୨୨ଅନ୍ତର୍ଜାତୀୟ ଟି୨୦ ଖେଳି ମୋଟ ୧୦୬ ଉଇକେଟ ଅକ୍ତିଆର କରିସାରିଛନ୍ତି।

Share