ଖଣି ପାଣିରେ ଡମଶାଳା ବିଷାକ୍ତ

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୧୮ା୩: ଯାଜପୁର ଜିଲା କାଳିଆପାଣି ଖଣି ଖାଦାନ ମାଲିକମାନେ କେବଳ ନିଜର ଲାଭ ଜଗିବାରେ ବ୍ୟସ୍ତ। ପ୍ରଶାସନର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଖାଦାନ ପରିସରରୁ ବିଷାକ୍ତ କ୍ରୋମିୟମ ଓ ଅମ୍ଲଯୁକ୍ତ ପାଣି ବାହାରକୁ ଛଡା ଯାଉଛି। ଏଥିରେ ସାଧାରଣ ଲୋକଙ୍କ ଦୈନନ୍ଦିନ ପରିଚର୍ଯ୍ୟା ବ୍ୟାହତ ହେଉଥିବାବେଳେ ଡମଶାଳା ନାଳା ଓ ବ୍ରାହ୍ମଣୀ ନଦୀ ପାଣି ବିଷାକ୍ତ ହେଉଛି। ଖଣି ମାଲିକମାନଙ୍କ ସହିତ କେତେଜଣ ରାଜନେତାଙ୍କ ସମ୍ପୃକ୍ତି ରହିଥିବାରୁ କୌଣସି ଠୋସ ପଦକ୍ଷେପ ନେବାରେ ପ୍ରଶାସନ ବିଫଳ ହୋଇଛି। ବିଶେଷକରି ବାଲେଶ୍ୱର ଆଲୋଏଜ ଖଣିର ବିଷାକ୍ତ ପାଣି ଡମଶାଳାରେ ମିଶୁଥିବାରୁ ସାଧାରଣ ଲୋକେ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇ ନାହିଁ ନ ଥିବାର ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି। ତେଣୁ ଏହି ଖଣି ଖାଦାନରୁ ବୋହୁଥିବା ବିଷାକ୍ତ ପଦାର୍ଥକୁ ତୁରନ୍ତ ନିୟନ୍ତ୍ରଣ କରା ନ ଗଲେ ଆଗାମୀ ଦିନରେ ଖଣି ଅଞ୍ଚଳର ଜନବସତି ଉପରେ ବିପଦ ନିଶ୍ଚିତ ବୋଲି ମତପ୍ରକାଶ ପାଉଛି।
ଖଣି ଅଞ୍ଚଳରୁ ନିର୍ଗତ ଅମ୍ଲଯୁକ୍ତ ପଦାର୍ଥ(ପିଏଚ୍‌) ସହ ହେକ୍ସାଭେଲେଣ୍ଟ କ୍ରୋମିୟମ ଓ ଟୋଟାଲ କ୍ରୋମିୟମ ଡମଶାଳା ନାଳା ପାଣିକୁ ବ୍ୟବହାର ଅନୁପଯୋଗୀ କରିଛି। ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ନିୟମିତ ବ୍ୟବଧାନରେ ହେଉଥିବା ପରୀକ୍ଷା ରିପୋର୍ଟରେ ଏହା ସ୍ପଷ୍ଟ ହୋଇ ସାରିଛି। ବିଶେଷକରି ଡମଶାଳା ନାଳାର ଏମ୍‌ଆଇପି ରିଜର୍ଭରରେ ସର୍ବାଧିକ ଅମ୍ଲ ରହିଥିବା ପୂର୍ବରୁ ଜଣାପଡିଛି। ବାଲେଶ୍ୱର ଆଲୋଏଜ ପଏଣ୍ଟରେ ଅମ୍ଲ, କ୍ରୋମିୟମ ଓ ଟୋଟାଲ କ୍ରୋମିୟମ ଯଥାକ୍ରମେ ଅନୁଜ୍ଞେୟ ପରିମାଣଠାରୁ ବହୁ ଗୁଣରେ ଅଧିକ ଥିବା ଏବେ ଅନୁମାନ କରାଯାଉଛି। ଡମଶାଳା ନାଳ ମଧ୍ୟକୁ କ୍ରୋମିୟମ ଓ ବିଭିନ୍ନ କେମିକାଲ ମିଶା ଦୂଷିତ ଜଳ ଛଡା ଯିବା ନେଇ ପୂର୍ବରୁ ଅଞ୍ଚଳବାସୀ ଅନେକ ଥର ଅଭିଯୋଗ କରିଛନ୍ତି। କିନ୍ତୁ ଏସ୍‌ପିସିବି କେବଳ ଜଳ ନମୁନା ପରୀକ୍ଷା କରିବାରେ ସୀମିତ ରହିଛି। ବାଲେଶ୍ୱର ଆଲୋଏଜ ପ୍ରଦୂଷଣକାରୀ ଖଣି ସଂସ୍ଥା ଉପରେ ଏସ୍‌ପିସିବି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାହାସ ଜୁଟାଇ ପାରୁନାହିଁ। ଫଳରେ ପ୍ରଦୂଷିତ ନଦୀଜଳର ପ୍ରଭାବରେ ଜୀବଜନ୍ତୁ ଓ ମାଛ ମାରୁଥିବାର ଗୁରୁତର ଅଭିଯୋଗ ରହିଥିବାରୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ପଦକ୍ଷେପ ନ ନେଲେ ଭବିଷ୍ୟତରେ ଅଞ୍ଚଳବାସୀ ଏକ ବଡଧରଣର ବିପଦର ସମ୍ମୁଖୀନ ହେବେ ଏଥିରେ ସନ୍ଦେହ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହା ସାଙ୍ଗକୁ ଡମଶାଳା ନାଳା ପାଣି ବ୍ରାହ୍ମଣୀ ନଦୀରେ ମିଶୁଥିବାରୁ ମତ୍ସ୍ୟସମ୍ପଦ, ଜଳଜୀବ, ଉତ୍ତିଦ ଓ ପକ୍ଷୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ନଦୀକୂଳିଆ ବହୁ ଗ୍ରାମର ଅଧିବାସୀ ତାଙ୍କର ଦୈନନ୍ଦିନ ଜଳ ଆବଶ୍ୟକତା ପୂରଣ ପାଇଁ ବ୍ରାହ୍ମଣୀ ଓ ଡମଶାଳା ନାଳା ପାଣି ଉପରେ ପ୍ରତ୍ୟେକ୍ଷ ଭାବେ ନିର୍ଭର କରୁଥିବାରୁ ସେମାନେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଆତଙ୍କିତ ହୋଇ ଉଠିଛନ୍ତି । ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରେ୧୮୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଗଚ୍ଛିତ ରହିଛି ା ହେଲେ ନଦୀନାଳ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କୌଣସି ଯୋଜନା ପ୍ରସ୍ତୁତ ନ କରିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ଏହି ନାଳାରେ ବର୍ଷକ ବାରମାସ ବାଲେଶ୍ୱର ଆଲୋଏଜ ଖଣିର ମାଟିଡମ୍ଫ ପାଣି ପଡ଼ିବା ଦ୍ୱାରା ନଦୀ ପୋତି ହେବା ଶହ ପ୍ରଦୂଷିତ ହୋଇ କାଛୁ କୁଣ୍ଡିଆ ରୋଗ ରେ ଅଞ୍ଚଳବାସୀ କଲବଲ ହେଉଛନ୍ତି । ସେଥିପ୍ରତି ପ୍ରଦୂଷଣ ବିଭାଗ ଅଧିକାରୀଙ୍କ ନିଘା ନାହିଁ।
ସୂଚନାଯୋଗ୍ୟ, ୨୦୦୧ରେ ଇମ୍ଫା, ଜିନ୍ଦଲ କମ୍ପାନୀର ଖଣି ସହ ମିତ୍ତଲ ଗ୍ରୁପର ବାଲେଶ୍ୱର ଆଲୋଏଜ କମ୍ପାନୀ ମଧ୍ୟ ୬୫ ହେକ୍ଟର ପରିମିତ ଜମିରେ ଖଣି ଖୋଳିବା ଆରମ୍ଭ କରିଥିଲା । ୨୦୦୯ରେ ଖଣିରୁ ବାହାରୁଥିବା ବର୍ଜ୍ୟବସ୍ତୁ ମିଶ୍ରିତ ଜଳ ଦ୍ୱାରା ଅଞ୍ଚଳବାସୀ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହୋଇଥିଲା। କଲରଙ୍ଗି ଗ୍ରାମର କୀର୍ତ୍ତନ ବେସ୍ରା କାଛୁ କୁଣ୍ଡିଆ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଥିଲେ। ସେହିପରି କର୍କଟ ରୋଗରେ ରାଁସୋଳ ଗ୍ରାମର ନକୁଳ ସାମଲ, ରସାନନ୍ଦ ସାମଲ, ବିଡ଼ିଓ ସାମଲ , ନିମତି ମହାନ୍ତ ପ୍ରମୁଖ ମୃତ୍ୟୁ ବରଣ କରିଥିବାବେଳେ ଏବେ ଶତାଧିକ ଲୋକ ବିଭିନ୍ନ ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେପରି କାଳିଆପାଣି ପଞ୍ଚାୟତ ଚିରୁଗୁନିଆଁ ଗାଁ, ଘାଗିଆ ସାହି, କାତେପୂର୍ଟି ନଗର, ମଲ୍ଲାରସାହି, କୁଚିଡାବାଙ୍କ, କୁସୁମୁଘୁଟ, କଲରଙ୍ଗୀ, ବରଗଜି, ବଡ଼କାଠିଆ, ଓଡ଼ିଶ ପ୍ରଭୃତି ଗାଁ ର ଶହ ଶହ ଲୋକ ଚର୍ମ ରୋଗରେ ପୀଡ଼ିତ ହେଉଛନ୍ତି। ୨୦୦୯ରେ ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌)ପକ୍ଷରୁ ସମସ୍ତ ଖଣି କର୍ତ୍ତୃପକ୍ଷଙ୍କୁ ନିଜ ନିଜ ଖଣି ପରିସରରେ ଏକ ଇଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଇଟିପି)ନିର୍ମାଣ କରି ଖଣିରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବିଶୋଧନ କରି ବାହାର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାଲେଶ୍ୱର ଆଲୋଏଜ କମ୍ପାନୀ ନିଜ ଖଣି, ମାଟି ଡମ୍ଫ ଓ ବେନିଫେଶିଆରି ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟବସ୍ତୁ ମିଶା ଜଳକୁ ବିଶୋଧନ ନ କରି ରାତି ସମୟରେ ଡମଶାଳା ନାଳାକୁ ଛାଡୁଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ଉପରେ ଗୁରୁତ୍ୱ ଦେଇ ଡମଶାଳା ନାଳାର ପାଣି ପରୀକ୍ଷା କରାଯିବ। ଏହାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?