ଡାମରପୁର ଘେରିବନ୍ଧ କାର୍ଯ୍ୟ ନିମ୍ନମାନର

ପଟ୍ଟାମୁଣ୍ଡାଇ,୯ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ୯ କିମି ବ୍ୟାପୀ ଡାମରପୁର ବନ୍ୟା ଘେରିବନ୍ଧ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟା ଦାଉରୁ ଡାମରପୁର, ବଳଭଦ୍ରପୁର ପଞ୍ଚାୟତକୁ ରକ୍ଷା କରିବାକୁ ୧୯୫୯ରେ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଶିଳାନ୍ୟାସ କରିଥିଲେ। ୧୯୫୯ରେ ନିର୍ମାଣ କାମ ଆରମ୍ଭ ହୋଇ ୧୯୬୬ ମସିହାରେ ଶେଷ ହୋଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଓ ଆବଶ୍ୟକ ମରାମତି ଅଭାବରୁ ଘେରିବନ୍ଧଟି ଦୁର୍ବଳ ହୋଇପଡିଥିଲା। ଏହି ଘେରିବନ୍ଧକୁ ଉଚ୍ଚା ଓ ମରାମତି ନିମନ୍ତେ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ୧୩ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରି ୨୦୨୧ ଫେବୃୟାରୀରେ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ। ସେହିପରି ଶ୍ରୀରାମପୁର ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହେବା ସମୟ ଅତିକ୍ରମ କରିଯାଇଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ରହିଛି।
କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ଦଳିତ ସେଲ ସଭାପତି ସର୍ବେଶ୍ୱର ସେଠୀ କୁହନ୍ତି, ଡାମରପୁର ଓ ବଳଭଦ୍ରପୁର ପଞ୍ଚାୟତର ଉତ୍ତର, ଦକ୍ଷିଣ ଓ ପୂର୍ବରେ ଚିରସ୍ରୋତା ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି। ପ୍ରତିବର୍ଷ ବନ୍ୟା ଆସି ଘେରିବନ୍ଧ ବୁଡି ଡାମରପୁର ଓ ବଳଭଦ୍ରପୁର ପଞ୍ଚାୟତର ଗଁା ଭିତରେ ବନ୍ୟାପାଣି ପଶିବା ସହ ଅଧିକାଂଶ ସ୍ଥାନରେ ବନ୍ଧ ଭାଙ୍ଗି ଯାଇଛି। ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସବ୍‌ଡିଭିଜନରେ ବାରମ୍ବାର ଅଭିଯୋଗ କରିବା ପରେ ୨୦୨୧ ଫେବୃୟାରୀରୁ କାମ ଆରମ୍ଭ ହୋଇଥିଲା। ଅନ୍ୟ ସ୍ଥାନରୁ ମାଟି ଉଠାଇ ବନ୍ଧ ଉଚ୍ଚା କରାଯିବାକୁ ଅଟକଳ ଥିଲା ବେଳେ ଏହି ରାସ୍ତା କଡରୁ ବାଲି ଓ ଦୋରସା ମାଟି ଜେସିବିରେ ଉଠାଇ ଘେରିବନ୍ଧର ଉଭୟ ପାର୍ଶ୍ୱ ପ୍ରସସ୍ତିକରଣ କରାଯାଇଛି। ଲଗାଣ ବର୍ଷା ଓ ବଡ ବନ୍ୟା ଆସିଲେ ମାଟି ଧସିଯିବାର ସମ୍ଭାବନା ରହିଛି। ଘେରିବନ୍ଧର ଉପର ଭାଗ ଉଚ୍ଚା ହେବାକୁ ଅଟକଳ ହୋଇଥିଲେ ମଧ୍ୟ ଠିକ ଭାବେ ହେଉନାହିଁ। ଏହାଛଡା ଘେରିବନ୍ଧକୁ ପିଚୁ କରିବାକୁ କେତେ ପରିମାଣରେ ମେଟାଲ, ମୋହରମ ଓ କଳାମେଟାଲ, ପିଚୁ ଆବଶ୍ୟକ ତାହା ମଧ୍ୟ ସୂଚନା ଫଳକରେ ଉଲ୍ଲେଖ ହୋଇନାହିଁ। ଫଳରେ ବନ୍ଧର ସ୍ଥାୟିତ୍ୱ ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରୁଛନ୍ତି। ସ୍ଥାନୀୟ ଗ୍ରାମର ସନ୍ତୋଷ ରାଉଳ, କୈଳାସ ଚନ୍ଦ୍ର ନାୟକ, ରନତ୍ାକର ପରିଡା, ଶାରଦା ପରିଡା ପ୍ରମୁଖ କହିଛନ୍ତି, ଡାମରପୁର ଘେରିବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ଚାଷୀମାନେ ବ୍ୟାପକ ଫସଲହାନିର ସମ୍ମୁଖୀନ ହେଉଛନ୍ତି। ଚଳିତ ବନ୍ୟାରେ ଏହି ବନ୍ଧରେ ଥିବା ୪ ଟି ସୁଇସ ଗେଟ ମରାମତି ଅଭାବରୁ ବନ୍ୟା ପାଣି ପସି ୮୦୦ ଏକର ଚାଷ ଜମିର ଧାନ ଫସଲ ନଷ୍ଟ ହୋଇଯାଇଥିଲା। ସେହିପରି ରାସ୍ତା କାର୍ଯ୍ୟ ହେଉଥିବା ବେଳେ ଡଷ୍ଟ ଗୁଣ୍ଡ ଉଡି ଲୋକମାନଙ୍କ ଘରେ ପଶି ଅସାବବପତ୍ର ନଷ୍ଟ ହେଉଛି। ଗତ ୨୦୨୧ ଜନୁୟାରୀରୁ କାମ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ମାତ୍ର ଜାନୁୟାରୀ ପରିବର୍ତ୍ତେ କାମ ଫେବୃୟାରୀରେ ଆରମ୍ଭ ହେଲା। ଫେବୃୟାରୀରୁ ଆରମ୍ଭ ହୋଇଥିବା କାମ ଚଳିତବର୍ଷ ସେପ୍ଟେମ୍ବରକୁ ବି ଅଧା ହୋଇପଡ଼ିଛି। ପାଖାପାଖି ୫୦ ପ୍ରତିଶତ କାମ ବାକି ରହିଛି। କାମ ନିମ୍ନମାନର ହେଉଛି। ପୁରୁଣା ପିଚୁ ଉପରେ ପକେଇ କାମ ସାରି ଦିଆଯାଉଛି ବୋଲି ସେମାନେ କହିଛନ୍ତି। ସେହିପରି ଶ୍ରୀରାମପୁର ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହେବା ସମୟ ଅତିକ୍ରମ କରିଯାଇଛି। ହେଲେ ଏ ପର୍ଯ୍ୟନ୍ତ ୬୫ରୁ ୭୦ ଭାଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬ ଟି ସ୍ପର ସହିତ ୮୦୦ ମିଟର ପଥର ପ୍ୟାକିଂ ପାଇଁ ବ୍ୟୟ ବରାଦ ହୋଇଥିଲା। ଗତ ବନ୍ୟାରେ ୧୬ ଟି ସ୍ପର ମଧ୍ୟରୁ ୯ ଟି ନିର୍ମାଣ ହୋଇଥିବା ବେଳେ ୩ଟି ଭାଙ୍ଗି ଯାଇଥିଲା। ଏହାଛଡା ୮୦୦ ମିଟର ପଥର ପ୍ୟାକିଂ ମଧ୍ୟରୁ ୪୦୦ ମିଟର ପଥର ପ୍ୟାକିଂ ବନ୍ୟାସ୍ରୋତ ମାଡରେ ତଳକୁ ଖସି ପଡିଥିଲା। ଏହି କାର୍ଯ୍ୟ ପୁଣି କରିବାକୁ ଠିକା ନେଇଥିବା ସଂସ୍ଥା ଚଳିତ ବର୍ଷା ଶେଷ କରିବାକୁ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହ ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଠିକାଦାର କାମ ଅଧାରୁ ପଳାଇ ଯିବାରୁ ଏହା ଶେଷ ହେବ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ବ୍ରାହ୍ମଣୀ କୂଳରେ ଥିବା ଗ୍ରାମଗୁଡିକ ବର୍ଷା ଆଉ ବନ୍ୟା ସହ ଜୁଝୁଛନ୍ତି। କାମ ଶେଷ ନ ହେବାରୁ ଚାଷୀମାନେ ବ୍ୟାପକ ଫସଲହାନିର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ଶ୍ରୀରାମପୁର ପ୍ରାକ୍ତନ ସରପଞ୍ଚ ନୃସିଂହ କୁଣ୍ଡ, ଉତ୍ସବ ମଲିକ, ନିରଞ୍ଜନ ପ୍ରଧାନ, ସର୍ବେଶ୍ୱର ସେଠୀ, ପ୍ରହଲ୍ଲାଦ ପଣ୍ଡା, ମନ୍ମଥ ପାତ୍ର, ସତ୍ୟବ୍ରତ ସାହୁ, ଟୁକୁନି ପଣ୍ଡା, ଗୋବିନ୍ଦ ନାୟକ, ଶରତ ମଲିକ, ଅର୍ଜୁନ ସେଠୀ, ବିନାୟକ ପଣ୍ଡା ସମେତ ଶତାଧିକ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସବ୍‌ଡିଭିଜନ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ୨ମାସ ମଧ୍ୟରେ ଡାମରପୁର ଘେରି ବନ୍ଧ କାର୍ଯ୍ୟ ଶେଷ ହୋଇଯିବ। ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରବିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri