ଡାମରପୁର ଘେରିବନ୍ଧ କାର୍ଯ୍ୟ ନିମ୍ନମାନର

ପଟ୍ଟାମୁଣ୍ଡାଇ,୯ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ୯ କିମି ବ୍ୟାପୀ ଡାମରପୁର ବନ୍ୟା ଘେରିବନ୍ଧ କାର୍ଯ୍ୟ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟା ଦାଉରୁ ଡାମରପୁର, ବଳଭଦ୍ରପୁର ପଞ୍ଚାୟତକୁ ରକ୍ଷା କରିବାକୁ ୧୯୫୯ରେ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଶିଳାନ୍ୟାସ କରିଥିଲେ। ୧୯୫୯ରେ ନିର୍ମାଣ କାମ ଆରମ୍ଭ ହୋଇ ୧୯୬୬ ମସିହାରେ ଶେଷ ହୋଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଓ ଆବଶ୍ୟକ ମରାମତି ଅଭାବରୁ ଘେରିବନ୍ଧଟି ଦୁର୍ବଳ ହୋଇପଡିଥିଲା। ଏହି ଘେରିବନ୍ଧକୁ ଉଚ୍ଚା ଓ ମରାମତି ନିମନ୍ତେ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ୧୩ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରି ୨୦୨୧ ଫେବୃୟାରୀରେ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ। ସେହିପରି ଶ୍ରୀରାମପୁର ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହେବା ସମୟ ଅତିକ୍ରମ କରିଯାଇଥିଲେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ରହିଛି।
କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ଦଳିତ ସେଲ ସଭାପତି ସର୍ବେଶ୍ୱର ସେଠୀ କୁହନ୍ତି, ଡାମରପୁର ଓ ବଳଭଦ୍ରପୁର ପଞ୍ଚାୟତର ଉତ୍ତର, ଦକ୍ଷିଣ ଓ ପୂର୍ବରେ ଚିରସ୍ରୋତା ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି। ପ୍ରତିବର୍ଷ ବନ୍ୟା ଆସି ଘେରିବନ୍ଧ ବୁଡି ଡାମରପୁର ଓ ବଳଭଦ୍ରପୁର ପଞ୍ଚାୟତର ଗଁା ଭିତରେ ବନ୍ୟାପାଣି ପଶିବା ସହ ଅଧିକାଂଶ ସ୍ଥାନରେ ବନ୍ଧ ଭାଙ୍ଗି ଯାଇଛି। ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସବ୍‌ଡିଭିଜନରେ ବାରମ୍ବାର ଅଭିଯୋଗ କରିବା ପରେ ୨୦୨୧ ଫେବୃୟାରୀରୁ କାମ ଆରମ୍ଭ ହୋଇଥିଲା। ଅନ୍ୟ ସ୍ଥାନରୁ ମାଟି ଉଠାଇ ବନ୍ଧ ଉଚ୍ଚା କରାଯିବାକୁ ଅଟକଳ ଥିଲା ବେଳେ ଏହି ରାସ୍ତା କଡରୁ ବାଲି ଓ ଦୋରସା ମାଟି ଜେସିବିରେ ଉଠାଇ ଘେରିବନ୍ଧର ଉଭୟ ପାର୍ଶ୍ୱ ପ୍ରସସ୍ତିକରଣ କରାଯାଇଛି। ଲଗାଣ ବର୍ଷା ଓ ବଡ ବନ୍ୟା ଆସିଲେ ମାଟି ଧସିଯିବାର ସମ୍ଭାବନା ରହିଛି। ଘେରିବନ୍ଧର ଉପର ଭାଗ ଉଚ୍ଚା ହେବାକୁ ଅଟକଳ ହୋଇଥିଲେ ମଧ୍ୟ ଠିକ ଭାବେ ହେଉନାହିଁ। ଏହାଛଡା ଘେରିବନ୍ଧକୁ ପିଚୁ କରିବାକୁ କେତେ ପରିମାଣରେ ମେଟାଲ, ମୋହରମ ଓ କଳାମେଟାଲ, ପିଚୁ ଆବଶ୍ୟକ ତାହା ମଧ୍ୟ ସୂଚନା ଫଳକରେ ଉଲ୍ଲେଖ ହୋଇନାହିଁ। ଫଳରେ ବନ୍ଧର ସ୍ଥାୟିତ୍ୱ ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରୁଛନ୍ତି। ସ୍ଥାନୀୟ ଗ୍ରାମର ସନ୍ତୋଷ ରାଉଳ, କୈଳାସ ଚନ୍ଦ୍ର ନାୟକ, ରନତ୍ାକର ପରିଡା, ଶାରଦା ପରିଡା ପ୍ରମୁଖ କହିଛନ୍ତି, ଡାମରପୁର ଘେରିବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ଚାଷୀମାନେ ବ୍ୟାପକ ଫସଲହାନିର ସମ୍ମୁଖୀନ ହେଉଛନ୍ତି। ଚଳିତ ବନ୍ୟାରେ ଏହି ବନ୍ଧରେ ଥିବା ୪ ଟି ସୁଇସ ଗେଟ ମରାମତି ଅଭାବରୁ ବନ୍ୟା ପାଣି ପସି ୮୦୦ ଏକର ଚାଷ ଜମିର ଧାନ ଫସଲ ନଷ୍ଟ ହୋଇଯାଇଥିଲା। ସେହିପରି ରାସ୍ତା କାର୍ଯ୍ୟ ହେଉଥିବା ବେଳେ ଡଷ୍ଟ ଗୁଣ୍ଡ ଉଡି ଲୋକମାନଙ୍କ ଘରେ ପଶି ଅସାବବପତ୍ର ନଷ୍ଟ ହେଉଛି। ଗତ ୨୦୨୧ ଜନୁୟାରୀରୁ କାମ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ମାତ୍ର ଜାନୁୟାରୀ ପରିବର୍ତ୍ତେ କାମ ଫେବୃୟାରୀରେ ଆରମ୍ଭ ହେଲା। ଫେବୃୟାରୀରୁ ଆରମ୍ଭ ହୋଇଥିବା କାମ ଚଳିତବର୍ଷ ସେପ୍ଟେମ୍ବରକୁ ବି ଅଧା ହୋଇପଡ଼ିଛି। ପାଖାପାଖି ୫୦ ପ୍ରତିଶତ କାମ ବାକି ରହିଛି। କାମ ନିମ୍ନମାନର ହେଉଛି। ପୁରୁଣା ପିଚୁ ଉପରେ ପକେଇ କାମ ସାରି ଦିଆଯାଉଛି ବୋଲି ସେମାନେ କହିଛନ୍ତି। ସେହିପରି ଶ୍ରୀରାମପୁର ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହେବା ସମୟ ଅତିକ୍ରମ କରିଯାଇଛି। ହେଲେ ଏ ପର୍ଯ୍ୟନ୍ତ ୬୫ରୁ ୭୦ ଭାଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬ ଟି ସ୍ପର ସହିତ ୮୦୦ ମିଟର ପଥର ପ୍ୟାକିଂ ପାଇଁ ବ୍ୟୟ ବରାଦ ହୋଇଥିଲା। ଗତ ବନ୍ୟାରେ ୧୬ ଟି ସ୍ପର ମଧ୍ୟରୁ ୯ ଟି ନିର୍ମାଣ ହୋଇଥିବା ବେଳେ ୩ଟି ଭାଙ୍ଗି ଯାଇଥିଲା। ଏହାଛଡା ୮୦୦ ମିଟର ପଥର ପ୍ୟାକିଂ ମଧ୍ୟରୁ ୪୦୦ ମିଟର ପଥର ପ୍ୟାକିଂ ବନ୍ୟାସ୍ରୋତ ମାଡରେ ତଳକୁ ଖସି ପଡିଥିଲା। ଏହି କାର୍ଯ୍ୟ ପୁଣି କରିବାକୁ ଠିକା ନେଇଥିବା ସଂସ୍ଥା ଚଳିତ ବର୍ଷା ଶେଷ କରିବାକୁ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହ ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଠିକାଦାର କାମ ଅଧାରୁ ପଳାଇ ଯିବାରୁ ଏହା ଶେଷ ହେବ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ବ୍ରାହ୍ମଣୀ କୂଳରେ ଥିବା ଗ୍ରାମଗୁଡିକ ବର୍ଷା ଆଉ ବନ୍ୟା ସହ ଜୁଝୁଛନ୍ତି। କାମ ଶେଷ ନ ହେବାରୁ ଚାଷୀମାନେ ବ୍ୟାପକ ଫସଲହାନିର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ଶ୍ରୀରାମପୁର ପ୍ରାକ୍ତନ ସରପଞ୍ଚ ନୃସିଂହ କୁଣ୍ଡ, ଉତ୍ସବ ମଲିକ, ନିରଞ୍ଜନ ପ୍ରଧାନ, ସର୍ବେଶ୍ୱର ସେଠୀ, ପ୍ରହଲ୍ଲାଦ ପଣ୍ଡା, ମନ୍ମଥ ପାତ୍ର, ସତ୍ୟବ୍ରତ ସାହୁ, ଟୁକୁନି ପଣ୍ଡା, ଗୋବିନ୍ଦ ନାୟକ, ଶରତ ମଲିକ, ଅର୍ଜୁନ ସେଠୀ, ବିନାୟକ ପଣ୍ଡା ସମେତ ଶତାଧିକ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସବ୍‌ଡିଭିଜନ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ସବ୍‌ଡିଭିଜନ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରେ ୨ମାସ ମଧ୍ୟରେ ଡାମରପୁର ଘେରି ବନ୍ଧ କାର୍ଯ୍ୟ ଶେଷ ହୋଇଯିବ। ପାଳପାଟଣା ସ୍ପର ଓ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri