ବିପର୍ଯ୍ୟସ୍ତ ଦର୍ପଣ-ସମିଆଁ ରାସ୍ତା

ଯାଜପୁର ଅଫିସ,୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ପ୍ରସଙ୍ଗ ଉଠିଥାଏ। ବିଶେଷକରି ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଆଦି ମୌଳିକ ସମସ୍ୟା ଉପରେ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ନିର୍ବାଚନ ସରିଗଲେ ସେହି ନେତାଙ୍କ ଆଉ ଦେଖା ମିଳି ନ ଥାଏ ବୋଲି ଅଭିଯୋଗ ଚିରାଚରିତ ଭାବେ ହୋଇଥାଏ। ଏହିକ୍ରମରେ ଲୋକଙ୍କ ମୌଳିକ ସମସ୍ୟା ଦୂର ହେବା ବଦଳରେ ଆହୁରି ଜଟିଳ ହୋଇଥାଏ। ଉଦାହରଣ ଭାବେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଦର୍ପଣ-ସମିଆଁ ଭାୟା ସିହା ପୂର୍ତ୍ତ ବିଭାଗ ରାସ୍ତା ଏବଂ ଗ୍ରାମ୍ୟ ନିର୍ମାଣ ବିଭାଗର ସିହା ଓ ଖରମଙ୍ଗି ଗ୍ରାମକୁ ନିଆଯାଇପାରେ। ଏହି ରାସ୍ତା ଉପରେ ସିହା, ଶାଳପଡ଼ା ଓ ସମିଅଁା ପଞ୍ଚାୟତ ସମେତ ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକର ୫ ପଞ୍ଚାୟତର ଅଧିବାସୀ ନିର୍ଭର କରିଥାନ୍ତି। ବିଗତ ପ୍ରାୟ ୨ବର୍ଷ ହେଲା ଏହି ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ବିଭାଗୀୟ ଅଣଦେଖା କାରଣରୁ ଯାତାୟାତ ଲାଗି ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହିସବୁ ପଞ୍ଚାୟତର ଛାତ୍ରୀଛାତ୍ର ପଢ଼ିବାକୁ ଚଣ୍ଡିଖୋଲ ସ୍ବୟଂଶାସିତ ମହାବିଦ୍ୟାଳୟ, ଚିକିତ୍ସା ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସରକାରୀ କାର୍ଯ୍ୟରେ ବ୍ଲକ ଓ ଦର୍ପଣ ତହସିଲ କିମ୍ବା ବଜାର ଆସିବାକୁ ହେଲେ ସେମାନଙ୍କୁ ଏହି ୧୨ କି.ମି. ରାସ୍ତା ହିଁ ଏକମାତ୍ର ଭରସା। ଏହାସହ ଚଣ୍ଡିଖୋଲରୁ ସିହାଠାରେ ସ୍ଥାପିତ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସକୁ ଏହି ରାସ୍ତା ଦେଇ ବି ଯିବାକୁ ପଡ଼ିଥାଏ।
ପ୍ରଥମେ ଏହି ରାସ୍ତାଟି ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ଥିଲା। ତାହା ଉପରେ ଦୁଇଟି ପର୍ଯ୍ୟାୟରେ ଦୁଇ ଭାଗରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପ୍ରାୟ ୪ ବର୍ଷ ପୂର୍ବେ ଉନ୍ନତୀକରଣ କାମ ହୋଇଥିଲା। ପରେ ରାସ୍ତାକୁ ସରକାର ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲେ। ରାସ୍ତାକୁ ନିଜ ଅଧୀନକୁ ନେଇ ପୂର୍ତ୍ତ ବିଭାଗର କଟକ ଜିଲା ଚାରବାଟିଆ ଡିଭିଜନ ପକ୍ଷରୁ ଦର୍ପଣଗଡ଼ ଛକଠାରୁ ଦେଢ଼ କି.ମି. ଅଂଶକୁ ପ୍ରଶସ୍ତୀକରଣ ସହ କଂକ୍ରିଟ କାମ କରିବାକୁ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାତ୍ର ଠିକାଦାର ଅତ୍ୟନ୍ତ ନିମ୍ନମାନର କଂକ୍ରିଟ କରିବା ଫଳରେ ଦିନ କେଇଟାରେ ସେଥିରୁ ଚିପ୍‌ସ(ଗୋଡ଼ି) ସବୁ ଉଠି ଯାଇଥିଲା। ଏ ନେଇ ଅଭିଯୋଗ ପରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାହାକୁ ଘଣ୍ଟ ଘୋଡ଼ାଇ ଦେଇଥିଲେ। ପରେ ଯନ୍ତ୍ରୀଙ୍କ ଇଙ୍ଗିତରେ ସମ୍ପୃକ୍ତ ଠିକାଦାର ଠାଏଠାଏ ଉଠି ଯାଇଥିବା ଗୋଡ଼ି ସବୁକୁ ସଫା କରି ତା’ ଉପରେ ପୁନର୍ବାର ଅଧିକ ଭାଗ ସିମେଣ୍ଟର ଆସ୍ତରଣ ବିଛାଇ ବିଲ୍‌ କରାଇନେବାକୁ ସକ୍ଷମ ହୋଇଥିଲେ। ମାତ୍ର ଗାଡ଼ି ଚଳାଚଳ ପରେ ସେହି ଆସ୍ତରଣ ସବୁ ଉଠିଯାଇ ଏବେ ପୁଣି ରାସ୍ତା ଖାଲରେ ପରିପୂର୍ଣ୍ଣ ହୋଇଛି। ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ହୋଇଥିବା ଏହି ନିମ୍ନମାନର କଂକ୍ରିଟ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିଭଳି ପୂର୍ବରୁ ଗ୍ରାମ ନିର୍ମାଣ ବିଭାଗ ପକ୍ଷରୁ ସିହା ଓ ଖରମଙ୍ଗି ଗ୍ରାମ ମଧ୍ୟରେ ତିଆରି କରିଥିବା କଂକ୍ରିଟ ରାସ୍ତା ଅଧିକାଂଶ ସ୍ଥାନରେ ଫାଟି ଆଁ କଲାଣି। ଅନେକ ସ୍ଥାନରେ କଂକ୍ରିଟ ସବୁ ଖଣ୍ଡ ଖଣ୍ଡ ହୋଇ ଉଠିଯାଇ ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ସେଥିରେ ବର୍ଷାଜଳ ଜମି ରହିବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଦୀର୍ଘଦିନ ଧରି ଏଭଳି ସମସ୍ୟାରେ ପଡ଼ି ଲୋକେ ଘାଣ୍ଟି ହେଉଥିଲେ ମଧ୍ୟ ପୂର୍ତ୍ତ କି ଗ୍ରାମ୍ୟ ନିର୍ମାଣ ବିଭାଗର ଯନ୍ତ୍ରୀମାନେ ତାହାର ମରାମତି ଦିଗରେ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ହୋଇ ବସିଛନ୍ତି। ଏହିସବୁ ସମସ୍ୟାରେ ଅସନ୍ତୁଷ୍ଟ ଅଧିବାସୀ ଏବେ ନୀରବ ରହିଥିଲେ ହେଁ ଆସନ୍ତା ନିର୍ବାଚନରେ ନିଜର ମତଦାନରେ ଉଚିତ୍‌ ଜବାବ ଦେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri