୨୦ ହଜାର ସ୍କ୍ରିନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ହିନ୍ଦୀରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ‘ବାହୁବଳି-ଦ କନକ୍ଲୁଜନ’ ପରେ ଏବେ ଅଭିନେତା ପ୍ରଭାସଙ୍କ ଫିଲ୍ମ ଏହି ରେକର୍ଡ ଭାଙ୍ଗିବ କି ନା ତାକୁ ନେଇ ଚାଲିଛି ଚର୍ଚ୍ଚା । ଶନିବାର ମୁମ୍ବାଇ ଫିଲ୍ମ ଜଗତରେ ସାରା ଦିନ ଚର୍ଚ୍ଚା ଚାଲିଥିବା ବେଳେ ପ୍ରଭାସଙ୍କ ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ଏବେ ବିଶ୍ୱର ପ୍ରାୟ ୨୦ ହଜାର ସ୍କ୍ରିନରେ ରିଲିଜ ହେବାର ଯୋଜନା କରାଯାଉଛି । ଯଦି ଏମିତି ହେଲା ତେବେ ଏହା ସବୁଠାରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଥିବା ପ୍ରଥମ ଭାରତୀୟ ଫିଲ୍ମ ହେବ । ଶୁଣିବାକୁ ମିଳିଛି ପ୍ରଭାସଙ୍କ ଏହି ଫିଲ୍ମ ମୁଖ୍ୟ ଭାରତୀୟ ଭାଷା ଓ ଇଂରାଜୀ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଜାପାନ ଓ ଚାଇନାରେ ସେଠାକାର ଅଲଗା ଅଲଗା ଭାଷାରେ ବି ରିଲଜ କରାଯିବ । ଏହି ଫିଲ୍ମ ୧୧ ଅଗଷ୍ଟରେ ରିଲିଜ ହେବ । ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ କୃତି ସାନନ ସୀତା ଓ ଶୈଫ ଅଲି ଖାଁ ରାବଣ ଚରିତ୍ରରେ ନଜର ଆସିବେ ।
ସୂଚନାଯୋଗ୍ୟ, ନିର୍ଦ୍ଦେଶକ ଓମ ରାଉତ ଏହା ପୂର୍ବରୁ ଅଜୟ ଦେବଗନଙ୍କ ସହ ‘ତାନାଜୀ’ ଫିଲ୍ମ କରି ସାରିଛନ୍ତି । ଏହା ୨୦୨୦ରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାରେ ରହିଛି । ଏବେ ‘ଆଦିପୁରୁଷ’କୁ ନିର୍ଦ୍ଦେଶକ ଓମ ରାଉତ ମୋଶନ କ୍ୟାପଚର ଟେକନିକରେ ନିର୍ମାଣ କରୁଛନ୍ତି । ଫିଲ୍ମ ପାଇଁ ତିଆରି ହୋଇଥିବା ଷ୍ଟୋରୀ ବୋର୍ଡସ ଯେଉଁମାନେ ଦେଖିଛନ୍ତି, ସେମାନଙ୍କ ଅନୁଯାୟୀ, ଏହି ଫିଲ୍ମ ବହୁତ ବଡ ଆକାରରେ ନିର୍ମାଣ କରାଯାଉଛି । ଏହାର ମେକିଙ୍ଗ ବଜେଟ ପାଖାପାଖି ୪୦୦ କୋଟି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri