Posted inଖେଳ

ପାକିସ୍ତାନ ସୁପର ଲିଗ୍‌ ସହ ଆଇପିଏଲ୍‌କୁ କରିଥିଲେ ତୁଳନା: ଏବେ କ୍ଷମା ମାଗି ଏପରି କହିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୩।୩: ନିକଟରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍‌ ଡେଲ୍‌ ଷ୍ଟେଇନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଏବଂ ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌) ମଧ୍ୟରେ ତୁଳନା କରି ବିବାଦୀୟ ବୟାନ ଦେଇଥିଲେ। ଉକ୍ତ ବୟାନକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା। ଆଇପିଏଲ୍‌ର ପ୍ରଶଂସକ ସୋସିଆଲ ମିଡିଆରେ ବୋଲର୍‌ଙ୍କୁ ଟ୍ରୋଲ କରି କଟୁ ମନ୍ତବ୍ୟ ଦେଇଥିଲେ। ଏବେ ସେ ନିଜ ବୟାନକୁ ନେଇ କ୍ଷମା ମାଗିଛନ୍ତି।

ତେବେ ୨୦୨୦ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଜଡ଼ିତ ଥିଲେ ଷ୍ଟେନ୍‌। ତାଙ୍କୁ ଦଳ ଖେଳିବାକୁ ସୁଯୋଗ ଦେଇ ନ ଥିବାରୁ ସେ ଚଳିତ ବର୍ଷ ଆଇପିଏଲ୍‌ରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

ନିଜର ବୟାନକୁ ନେଇ ସେ ନିଜର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌ କରି କହିଛନ୍ତି, ଆଇପିଏଲ୍‌ରେ ମୋ ସହ ଅନେକ ଖେଳାଳିଙ୍କ କ୍ୟାରିୟର ଭଲ ରହିଛି। ମୋ ବୟାନର ଉଦ୍ଦେଶ୍ୟ କାହାର ଅପମାନ କରିବା ନ ଥିଲା। ଏପରିକି କୌଣସି ଲିଗ୍‌କୁ ତୁଳନା କରିବାକୁ ନ ଥିଲା। ହେଲେ ସୋସିଆଲ ମିଡିଆ ଏବଂ ଅନ୍ୟ ସ୍ଥାନରେ କହିଥିବା କିଛି ଶବ୍ଦ ବେଳେବେଳେ ଏହା କରିଥାଏ। ଏଥିରେ କାହାକୁ କଷ୍ଟ ହୋଇଥିଲେ କ୍ଷମା ପ୍ରାର୍ଥନା କରୁଛି। ସମସ୍ତଙ୍କୁ ଭଲପାଇବା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ବେଳେ ଚଉକା ହେଲେ ରାଗରେ ଚିତ୍କାର କରୁଥିଲେ ଶାସ୍ତ୍ରୀ: ଭରତ ଅରୁଣ

ନୂଆଦିଲ୍ଲୀ,୨୯।୧: ଭାରତୀୟ କ୍ରିକେଟ ଟିମ୍‌ର ବୋଲିଂ କୋଚ୍‌ ଭରତ ଅରୁଣ ନିକଟରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ଯେତେବେଳେ କୌଣସି...

ଅଙ୍କିତା ଦ୍ୱିତୀୟ ରାଉଣ୍ଡରେ, ରାମକୁମାର ପରାସ୍ତ

ପ୍ୟାରିସ୍‌, ୨୩ା୯ (ପି.ଟି.)-ଭାରତର ଅଙ୍କିତା ରାଇନା ଫ୍ରେଞ୍ଚ ଓପନ୍‌ ମହିଳା ସିଙ୍ଗଲ୍ସ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସେ ସର୍ବୀୟାର...

ନାଗିନ୍‌ ଡ୍ୟାନ୍ସ କଲେ କୋହଲି

ଲଣ୍ଡନ,୧୫।୮: ଇଂଲଣ୍ଡର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ପାଇଁ ଶୁଭ ପ୍ରମାଣିତ ହୋଇଛି। କାରଣ ଏହି ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ୨୦୦୨ରେ ଭାରତ ନାଟଓ୍ବେଷ୍ଟ...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ

ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ...

ଇଣ୍ଡିଆନ ସୁପର ଲିଗ୍‌: ପ୍ଲେ- ଅଫ୍‌ରେ ଗୋଆ, ବେଙ୍ଗାଲୁରୁ ଆଶା ଧୂଳିସାତ୍‌

ମାର୍ଗାଓ,୨୨।୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଗୋଆ...

ବୀରତା ପୁରସ୍କାର ଘୋଷଣା: ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାର ମଙ୍ଗଳବାର ବୀରତା ପୁରସ୍କାର ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ଏଥର ୩୮୪ଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ୭୩ତମ ସାଧାରଣତନ୍ତ୍ର...

ବିସିସିଆଇର ଚିନ୍ତା ବଢିଲା

ନୂଆଦିଲ୍ଲୀ,୧୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନରେ ତାଲିବାନ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ତାଙ୍କ ଇସ୍ତଫା ଘୋଷଣା...

ଇତିହାସ ରଚିଲେ କୋହଲି

କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ...

Advertisement
Archives

Model This Week