ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କଲେ ଦୈତାରୀ ପଣ୍ଡା

ପୁରୀ, ୮ା୨(ଅଜିତ୍‌ ମହାନ୍ତି)ଯାତ୍ରା ଜଗତର ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଥିଲେ, ଯାହାକୁ ନେଇ ପଣ୍ଡାଙ୍କ ବିରୋଧରେ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପଣ୍ଡା ପୁରୀ ଆସି ମହାପ୍ରଭୁଙ୍କୁ ଭୁଲ ମାଗିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା। ତେଣୁ ଶେଷରେ ବୁଧବାର ପଣ୍ଡା ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ତାଙ୍କର ଏପରି ବକ୍ତବ୍ୟ ପାଇଁ ଭୁଲ୍‌ ମାଗିଛନ୍ତି।
ପଣ୍ଡା ପ୍ରଥମେ ପୁରୀ ଆସି ସିଂହଦ୍ୱାର ଥାନାକୁ ଯାଇଥିଲେ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସେ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା କରିଥିଲେ। ସବୁଆଡୁ ବିରୋଧର ସ୍ବର ତେଜିବା ପରେ ଶେଷରେ ସେ ଶ୍ରୀମନ୍ଦିର ଆସି ତାଙ୍କର ମନ୍ତବ୍ୟ ପାଇଁ ପଶ୍ଚାତ୍ତାପ କରିଥିବା ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମଣିଷ ମାତ୍ରକେ ଭୁଲ ହୋଇଥାଏ। ମଣିଷ ଅନେକ ସମୟରେ ବେଳେବେଳେ କିଛି ଭୁଲ କରିି ପକାଇଥାଏ। ସେ ମଧ୍ୟ ଭୁଲ୍‌ କରିଦେଇଛନ୍ତି। ସେ ଭାବପ୍ରବଣ ହୋଇ ଏଭଳି ମନ୍ତବ୍ୟ ଦେଇଥିଲେ। ଏହା ଅଗଣିତ ଦର୍ଶକଙ୍କ ମନକୁ ଦୁଃଖ ଦେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିଥିବା ଚର୍ଚ୍ଚାକୁ ଆସିଥିଲା। ତେଣୁ ଏପରି ଅପରାଧ ପାଇଁ ମହାପ୍ରଭୁଙ୍କ ସମେତ ସମସ୍ତ ସାଢ଼େ ଚାରିକୋଟି ଓଡ଼ିଆଙ୍କ ନିକଟରେ ସବିନୟ କ୍ଷମା ପ୍ରାର୍ଥନା କରୁଛି। ସମସ୍ତେ କ୍ଷମା କରିଦେବେ ବୋଲି ପଣ୍ଡା ଆଶାବ୍ୟକ୍ତ କରିଛନ୍ତି। ଏଭଳି ମନ୍ତବ୍ୟ କେହି ଦେବା ଉଚିତ ନୁହେଁ। ସେ ଜଣେ କଳାକାର। ତେଣୁ ମହାପ୍ରଭୁ ତାଙ୍କୁ କଳାକାର ହୋଇ ବଞ୍ଚତ୍ବାକୁ ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି। ସେହିପରି ସବୁ ମହାପ୍ରଭୁଙ୍କ ଇଚ୍ଛାରେ ହେଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ବଞ୍ଚତ୍ବା ଅସମ୍ଭବ। ତାଙ୍କ ନିକଟରେ ତୁଳସୀ ନ ଲଗାଇଲେ ଓ ନ ପାଇଲେ ସେ ବଞ୍ଚତ୍ପାରିବେନି ବୋଲି ପଣ୍ଡା କହିଛନ୍ତି। ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସୋସିଆଲ ମିଡିଆରେ ପଣ୍ଡାଙ୍କ ବିରୋଧରେ ମନ୍ତବ୍ୟ ଦେବା ସମ୍ପର୍କରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। ପଣ୍ଡା କହିଛନ୍ତି, ପ୍ରତିଦିନ ରାଣୀ ପଣ୍ଡା ସୋସିଆଲ ମିଡିଆରେ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ତେବେ ସେ ଜଣେ କଳାକାର ଏବଂ ମୁଁ ମଧ୍ୟ କଳାକାର। ତେଣୁ ମହାପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ ବୋଲି ସେ କାମନା କରିଥିବା ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri