Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୩୦ ତାରିଖ – Daily Horoscope

ମେଷ
ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠସାହାଯ୍ୟରୁ ଅସମ୍ଭବ କାମକୁ ସମ୍ଭବ କରାଇବାରେ ସାହାଯ୍ୟ କରିବେ। ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇ ଦୁଃଖକୁ ଲାଘବ କରିବେ। କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ସତ୍‌ସଙ୍ଗ, ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।
ବୃଷ
ବୃଷ
ବୁଧ ଅର୍ଥପ୍ରାପ୍ତିରେ ବିଳମ୍ବ ସୃଷ୍ଟି କରିବା ସହ ବନ୍ଧୁଙ୍କ ସହ କଳହର କାରଣ ହୋଇପାରନ୍ତି। ପାରିବାରିକ ଅଶାନ୍ତିରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ। କ୍ରମଶଃ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ। ସାଂସ୍କୃତିକ କାର୍ଯ୍ୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିରୁ ଖୁସି ରହିବାର ସୂଚନା ମିଳେ।
ମିଥୁନ
ମିଥୁନ
ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବହୁତ ବିଳମ୍ବରେ ସଫଳତା ପାଇବେ। ପିଲାମାନଙ୍କ ସମସ୍ୟାକୁ କେନ୍ଦ୍ରକରି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଆକସ୍ମିକ ଭାବରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। କୌଣସି ସାଧାରଣ ଘଟଣାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ।
କର୍କଟ
କର୍କଟ
ପାପଗ୍ରହ ମଧ୍ୟ ଚନ୍ଦ୍ରଙ୍କ ଯୋଗୁ ସାମୟିକ ଥଣ୍ଡାଜନିତ ପୀଡା କର୍ମକ୍ଷେତ୍ରକୁ ନିରୁତ୍ସାହିତ କରିପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି କିମ୍ବା ହିତୈଷୀଙ୍କ ସୁନଜରରେ ଆସିବାର ସମ୍ଭାବନା ରହିଛି। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ।
ସି˚ହ
ସି˚ହ
ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ। ନିଜର ବିଚକ୍ଷଣତା ପ୍ରଭାବରେ ସଭାସମିତିରେ ସମ୍ମାନିତ ହୋଇପାରନ୍ତି। ଭୁଲ୍‌ ବୁଝାମଣାରୁ ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ବହୁପୂର୍ବରୁ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଦୂରେଇ ରହିବେ। ଆତ୍ମୀୟସ୍ବଜନ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ପରିବହନ ତଥା ଆଇନ ଅଦାଲତରୁ ସୁଫଳ ପାଇବେ। ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ପାରିବାରିକ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। କର୍ମକ୍ଷେତ୍ରରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମ ଗୁଡିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ। ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟ ହେବେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଦୁର୍ଭାବନା ବଢ଼ିଚାଲିବ ଓ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ବନ୍ଧୁଗହଣରେ ଅପ୍ରିୟସତ୍ୟ କଥା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ଅଧସ୍ତନ କର୍ମଚାରୀଙ୍କ ମନମୁଖିଆ ଚିନ୍ତାଧାରା କେତେ ନୂତନ ସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟିକ ସ୍ଥିତି ମନଲାଖି ନ ହୋଇପାରେ।
ଧନୁ
ଧନୁ
ପାରିବାରିିକ ଜଞ୍ଜାଳ ବୃଦ୍ଧି ମାନସିକ ସନ୍ତୁଳନ ନଷ୍ଟକରିବାରେ ସହାୟକ ହୋଇପାରେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ। ଆଜିର ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ। କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ସ୍ବୀକାର କରିବାକୁ ପଡିପାରେ।
ମକର
ମକର

ସମସ୍ୟା ମଧ୍ୟରେ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ କିନ୍ତୁ କାମ ଅଟକିବ ନାହିଁ। ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟି କରିପାରେ। ବନ୍ଧୁସମ୍ପର୍କ, ଆନୁଷ୍ଠାନିକ କାମ ଓ ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଲକ୍ଷ୍ୟ କରାଯାଇପାରେ।

କୁମ୍ଭ
କୁମ୍ଭ
ସରକାରୀ କାମରେ ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଜିର ବ୍ୟବସାୟ, ବାଣିଜ୍ୟ ପ୍ରତିବନ୍ଧକ ମୁକ୍ତ ରହିବ। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଯାହା କି ଉଦ୍‌ବେଗର କାରଣ ହୋଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହୋଇପାରନ୍ତି।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ପାରିବାରିକ କ୍ଷେତ୍ର ଭୋଗ ବିଳାସ ଓ ହସ ଖୁସୀରେ ଅତିବାହିତ ହେବ। ନିଜର ଅନ୍ତରଙ୍ଗ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି। ଅଯଥା ଗୁଡାଏ ମନଗଢା ବିଷୟବସ୍ତୁକୁ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri