Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ
ଶନିଙ୍କ ଦୃଷ୍ଟିରେ ରବି ଓ ଚନ୍ଦ୍ର ରହିଥିବାରୁ ନିଜର ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ କିନ୍ତୁ କିଛିଟା ପ୍ରତିରୋଧର ସାମ୍‌ନା କରିବକୁ ପଡ଼ିବ। ସ୍ଥଗିତ କାମ ପାଇଁ ଉପରିସ୍ଥ ଅଧିକାରୀଙ୍କୁ କୈଫିୟତ୍‌ ଦେବାକୁ ପଡ଼ିବ।
ବୃଷ
ବୃଷ
ଶୁକ୍ର ଓ ଶନି ନିଜ ନିଜ ଗୃହରେ ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିଲେ ମଧ୍ୟ ସତର୍କ ରହିବା ଭଲ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ପାରିବାରିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବ।
ମିଥୁନ
ମିଥୁନ
ସମସ୍ୟା ଓ ପ୍ରତିବନ୍ଧକ ରହିଲେ ମଧ୍ୟ ରାହୁ ଓ ବୁଧ ଜନିତ କୌଶଳରେ କାମ ହାସଲ କରିବେ। ନିଜ ଜିହ୍ବାକୁ ନିୟନ୍ତ୍ରଣ ମଧ୍ୟରେ ନ ରଖିଲେ ପ୍ରତ୍ୟେକ କାମରେ କିଛିନା କିଛି ବ୍ୟତିକ୍ରମ ଲାଗି ରହିବ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ମନ ବଳାଇପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ସ୍ବଗୃହୀଚନ୍ଦ୍ର ଧନାଧିପ ଯୁକ୍ତ ହେତୁ ଅର୍ଥଲାଭ ସଙ୍ଗକୁ ମନୋରଞ୍ଜନ ପାଇଁ ଚେଷ୍ଟିତ ହେବେ। କିନ୍ତୁ ଆଜି ପାଇବେ ଯେତିକି ତାହାଠାରୁ ଅଧିକ କିଛି ଖର୍ଚ୍ଚାନ୍ତ ହେବାକୁ ପଡିପାରେ। କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ଆଜିର ପ୍ରତ୍ୟୁଷ ଯାତ୍ରା ସଙ୍ଗକୁ ଆନୁଷ୍ଠାନିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ଦୁଃସ୍ଥାନରେ ରବି ଓ ଚନ୍ଦ୍ର ସ୍ବାସ୍ଥ୍ୟସମସ୍ୟା,ଦୂରଯାତ୍ରାକୁ ନେଇ ଖର୍ଚ୍ଚାନ୍ତ କରାଇବ। ଅବଶ୍ୟ ସୁଚିନ୍ତିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତପତ୍ରତା ପ୍ରକାଶ କରିପାରନ୍ତି। ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ଉପରିସ୍ଥଙ୍କ ଆଦେଶାନୁସାରେ ଦୂରଯାତ୍ରା କରିବାକୁ ପଡିପାରେ।
କନ୍ୟା
ସପ୍ତମସ୍ଥ ମଙ୍ଗଳ ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ। ବାଣିଜ୍ୟ, ବ୍ୟବସାୟ, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ସମସ୍ୟାବହୁଳ ରହିବ। ପାଖ,ପଡୋଶୀଙ୍କ ମୂଲ୍ୟହୀନ କଥାରେ ମୁଣ୍ଡ ପୂରାଇ ଶତ୍ରୁତାକୁ ନିମନ୍ତ୍ରଣ କରିପାରନ୍ତି। ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବାର ଆଶା ରହିଛି।
ତୁଳା
ତୁଳା
ବକ୍ରୀଶନିଙ୍କ ସ୍ଥିତିଜନିତ ଶାରୀରିକ ଅସୁସ୍ଥତା ସଙ୍ଗଙ୍କୁ ମାନସିକ ସ୍ଥିତି ମଧ୍ୟ ବିଗିଡିଯିବ। ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିପାରନ୍ତି। ଆଶା କରୁଥିବା ମୂଲ୍ୟବାନ ଦ୍ରବ୍ୟ ପାଇପାରିବେ।
ବିଛା
ବିଛା
ଶନିଙ୍କ ଦୃଷ୍ଟିଜନିତ ଆକସ୍ମିକ ସମସ୍ୟା ଦେଖାଦେବା କାରଣରୁ ଚେଷ୍ଟା କରୁଥିବା କାର୍ଯ୍ୟରେ ଗତି ମନ୍ଥର ହେବ। ପରିବାରରେ ସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ଶନିଙ୍କ ଦୃଷ୍ଟିରେ ଉତ୍ତେଜକ ଗ୍ରହ କୌଣସି ବିଜାତୀୟବ୍ୟକ୍ତିଙ୍କ ସହ କଳହର କାରଣ ହୋଇପାରେ। ରାଗ ଶୁଝାଇବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଅନ୍ୟର କଥାକୁ ସତ ମନେକରି ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ମକର
ମକର

ବିଭିନ୍ନ ପ୍ରକାରର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପାରିବାରିକ ସମସ୍ୟାର ସମାଧାନ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ପାଖକୁ ଆସିଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ। ଜମିଜମା କାରବାରରେ ସମସ୍ୟାମୁକ୍ତ ରହିବେ।

କୁମ୍ଭ
କୁମ୍ଭ
ପାପଗ୍ରହ ମଧ୍ୟସ୍ଥ ଶୁକ୍ର ପ୍ରଭାବରେ ପାରିବାରିକ କ୍ଷେତ୍ର ବିବାଦ ବହୁଳ ରହିବ। ସୁଯୋଗ ପାଇଲେ ମଧ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ୍ୟ ନ ହୋଇପାରେ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି।
ମୀନମୀନ

କର୍ମକ୍ଷେତ୍ରରେ ବାରମ୍ବାର ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ଚେଷ୍ଟା ଅବ୍ୟାହତ ରଖିପାରିଲେ ଉପକୃତ ହେବେ। ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କ,ବିତର୍କ ହେତୁକ ମାନମନାନ୍ତର ଦେଖାଦେଇପାରେ। ପରିବାରର ଆବଶ୍ୟକତା ଉପଲବ୍ଧତ୍ କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri