Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ
କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ପ୍ରଶାସନିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ସକାଳୁ ସକାଳୁ ବାଟରେ ଯିବା ସମୟରେ ବନ୍ଧୁଙ୍କୁ ଭେଟିପାରନ୍ତି। ପାରିବାରିକ ଅସହଯୋଗ ଜନିତ କାର୍ଯ୍ୟ ହାସଲ ନ ହେବା କାରଣରୁ ଚିନ୍ତିତ ହେବେ।
ବୃଷ
ବୃଷ

ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବେ। କାଶ,କଫଜନିତ ପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ, ମିତ୍ର ବନ୍ଧୁରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।

ମିଥୁନ
ମିଥୁନ
କାର୍ଯ୍ୟସିଦ୍ଧି ହେତୁ ସାମୟିକ ଆନନ୍ଦ ଅନୁଭବ କରିବେ। ପରିବାର ସକାଶେ ଧାରକରଜ କରି ଆବଶ୍ୟକତାକୁ ପୂରଣ କରିବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ବନ୍ଧୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ନାସ୍ତିବାଣୀ ଶୁଣାଇପାରନ୍ତି।
କର୍କଟ
କର୍କଟ
ଦୂରଦର୍ଶିତା ଓ ସହଯୋଗୀ ମନୋବୃତ୍ତି କାରଣରୁ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି। ବାକ୍‌ ଅସଂଯମତା ନେଇ ସୁସମ୍ପର୍କ ବ୍ୟାହତ ହୋଇପାରେ।
ସି˚ହ
ସି˚ହ
କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ନେଇ ବ୍ୟସ୍ତ ହୋଇପାରନ୍ତି।
କନ୍ୟା
ଆକସ୍ମିକ ଭାବରେ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ସରକାରୀ ସ୍ତରରୁ ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ତୁଳା
ତୁଳା
ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମସବୁ ଠିକ୍‌ ଠିକ୍‌ ହୋଇଯିବ। ତଥାପି କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବିବାଦୀୟ ମନ୍ତବ୍ୟ ଦେଇପାରନ୍ତି। ଯାନ୍ତ୍ରିକତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା
ବିଛା
ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିିକ ସମସ୍ୟାର ସରଳ ସମାଧାନ ହେବ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ ହେବେ। କୌଣସି ବ୍ୟକ୍ତିଗତ କାର୍ଯ୍ୟ ସକାଶେ ସାମାଜିକ ସ୍ତରରେ ସମାଲୋଚିତ ହୋଇପାରନ୍ତି। ସଭା ସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ।
ଧନୁ
ଧନୁ
ଆକସ୍ମିକ ଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ପ୍ରକାଶନ, ସାମ୍ବାଦିକତା,ଏଜେନ୍ସିପ୍‌ ଏବଂ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ତର୍କ ଓ ବିବାଦଜନିତ ବନ୍ଧୁଙ୍କ ସହ ସମ୍ପର୍କ ହାନି ନେଇ ଚିନ୍ତାପ୍ରକଟ କରିବେ। ସନ୍ଧ୍ୟା ସମୟରେ ସାମାନ୍ୟ ଶାରୀରିକ ଅସୁସ୍ତି ଅନୁଭବ କରିପାରନ୍ତି।
ମକର
ମକର

ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଏଣେ ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ। ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବାକୁ ପଡ଼ିବ। ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।

କୁମ୍ଭ
କୁମ୍ଭ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଆନୁଷ୍ଠାନିକ କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ। ଆଲୋଚନା ପରିସରରେ ବନ୍ଧୁଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ଜଣେ ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବାକୁ ପ୍ରତିଶ୍ରୁତି ପାଇପାରନ୍ତି।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନକ ଦୁଃଖ ଅନୁଭବ କରିପାରନ୍ତି। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri