Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାତ୍ରାରେ କଳହର ଆଶଙ୍କାକୁ ଏଡିହେବ ନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅପେକ୍ଷାକରି ରହିଥିବା ଖବର ପାଇ ମନ ଖୁସି ହୋଇଯାଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବା କାରଣରୁ ବିବ୍ରତବୋଧ କରିପାରନ୍ତି।
ବୃଷ
ବୃଷ
ସପ୍ତମଭାବସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ଆର୍ଥିକ ସ୍ଥିତିରେ ଅଭାବନୀୟ ପରିସ୍ଥିତି କାର୍ଯ୍ୟହାନିର କାରଣ ହୋଇପାରେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ।
ମିଥୁନ
ମିଥୁନ
ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା କାରଣରୁ ଦୈହିକ ଓ ମାନସିକ ସୁସ୍ଥତା ହରାଇବେ। ଚନ୍ଦ୍ରଙ୍କ ଦୁର୍ବଳତା ଅର୍ଥସଂକଟ, ଋଣ ପରିଶୋଧ, ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତିତ କରାଇପାରେ। ପୃଷ୍ଠପୋଷକମାନଙ୍କ ସହାୟତାରେ ରାଜନୀତି ତଥା ଗଠନମୂଳକ କାର୍ଯ୍ୟ ପ୍ରତି ମନ ବଳିପାରେ।
କର୍କଟ
କର୍କଟ
ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ଦୃଷ୍ଟିରେ ମନକାରକ ଚନ୍ଦ୍ର ଭଗବତ୍‌ଚିନ୍ତନ ଦିଗକୁ ଅଗ୍ରସର କରାଇବ। କର୍ମକ୍ଷେତ୍ରରେ ସାମୟିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯାଇପାରେ। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ସଭାସମିତି ଓ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିପାରେ।
ସି˚ହ
ସି˚ହ
ପରିସ୍ଥିତିବଶତଃ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି। କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସହକର୍ମୀଙ୍କ ସାହାଯ୍ୟ,ସହଯୋଗରୁ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ପଡ଼ିବ।
କନ୍ୟା
ପରିବାରରେ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଚନ୍ଦ୍ରଙ୍କ ସ୍ଥିତି ଜନିତ ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇଦେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବ ଘଟିପାରେ। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ସକାଳୁ ସକାଳୁ ଶୁଭ ଖବର ପାଇ ମନ ଏକ ପ୍ରକାର ଖୁସି ହୋଇଯିବ। କିନ୍ତୁ ଦୁର୍ବଳ କର୍ମାଧିପ କାରଣରୁ ସବୁ କାମ ବହୁ ଡେରିରେ ହେଉଥିବାରୁ ମନଟା ଭଲ ଲାଗିବ ନାହିଁ। ଘର ସାଜସଜ୍ଜା କମ୍ବା ମରାମତି କାମରେ ସମୟ ଅତିବାହିତ କରିବେ। ପାରିବାରିିକ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ବିଛା
ବିଛା
ଶନି ନକ୍ଷତ୍ରସ୍ଥ ବଳହୀନ ଚନ୍ଦ୍ରଙ୍କ କାରଣରୁ ବିଭିନ୍ନ ପ୍ରକାର ଦୁର୍ଭାବନାରେ ମନ ବିଚଳିତ ରହିବ ମାତ୍ର ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ।
ଧନୁ
ଧନୁ
ପରିବାରର ଖର୍ଚ୍ଚ ପରିମାଣ ବଢ଼ିଯିବା କାରଣରୁ ମାନସିକ ସ୍ଥିତି ବିଗିଡି ଯାଇପାରେ। ବକ୍ରୀ ତୃତୀୟାଧିପଙ୍କ ଯୋଗୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ ଭୁଲ୍‌ ବୁଝିବେ। ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ ମନୋରଞ୍ଜନ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।
ମକର
ମକର

ଆତ୍ମୀୟଙ୍କ ନିକଟରୁ ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ସ୍ଥିରତା ଫେରିଆସିବାର ସମ୍ଭାବନା ରହିଛି। ନିଜ କୃତକର୍ମର ପରିଣାମସ୍ବରୂପ ଲୋକଙ୍କ ଉପରୁ ଆସ୍ଥା ହରାଇପାରନ୍ତି।

କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ଶୁକ୍ରଙ୍କ ଯୋଗୁ କର୍ମକ୍ଷେତ୍ର, ପରିବାର, ଯାନବାହନ,ବନ୍ଧୁ ସମ୍ପର୍କ ଦୃଢ଼ୀଭୂତ ହେବ। ବିନା ଆହ୍ବାନରେ ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ଅନ୍ୟମନସ୍କତାରୁ ହାତ ପାଦ କିମ୍ବା ଆଣ୍ଠୁଗଣ୍ଠିରେ ପୀଡ଼ା ଲାଗିପାରେ। ଦୂରସ୍ଥାନକୁ ଯିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡ଼ିବ।
ମୀନମୀନ

ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢ଼ିବ। ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କରି ଅପମାନିତ ହେବେ। ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ଚିନ୍ତିତ ରହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri