Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୨ ତାରିଖ – Daily Horoscope

ମେଷ
ଆଜି ଦୂରଯାତ୍ରା ସାଙ୍ଗକୁ ବୃଥା ଖର୍ଚ୍ଚାନ୍ତ ମନଦୁଃଖର କାରଣ ହୋଇପାରେ। ଋଣ ପରିଶୋଧ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାରେ କୌଣସି ଅସୁବିଧା ହେବ ନାହିଁ। କୌଣସି ସାମାଜିକ କାମରେ ସହଯୋଗ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସିଯାଇପାରେ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶରେ ହଠାତ୍‌ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡ଼ିବ। ସାମୟିକ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି। ଶିଳ୍ପ,ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
କୌଣସି ପ୍ରକାର ଚିନ୍ତା ନ କରି କାମ କରିଚାଲିଲେ ନିଶ୍ଚିତ ଭାବରେ ସଫଳତା ପାଇବେ। ପାରିବାରିକ ସମସ୍ୟାକୁ ବନ୍ଧୁଙ୍କ ନିକଟରେ ପ୍ରକାଶ କରିପାରିବେ ନାହିଁ। ଜମିଜମା କିମ୍ବା ଗୃହ ସମ୍ପର୍କୀୟ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିରତା ରହି ନ ପାରେ। ପରିବହନ କାର୍ଯ୍ୟ ମଧ୍ୟ ସାମୟିକ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌଣସି ଦୁଶ୍ଚିନ୍ତା ସାୟାହ୍ନେ ଦୂର ହେବ। ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ବାତାବରଣ ମଧ୍ୟରେ ସହଜ ମନେ ହୋଇପାରେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି। ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ହାସଲ କରିବାରେ ସମର୍ଥ ହେବେ।
ସି˚ହ
ସି˚ହ
ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାର ଫନ୍ଦିଫିକର କରିବାକୁ ପଡ଼ିପାରେ। ପରିବାରର ଦାବି ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ବହୁତ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ।
କନ୍ୟା
ବିଭିନ୍ନ ପ୍ରକାର ଘରୋଇ ସମସ୍ୟାକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ବିଭିନ୍ନ ପ୍ରକାର ଅସୁବିଧା ଭିତରେ ଚଳିବା ହେତୁ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। ପ୍ରତିବନ୍ଧକ କାରଣରୁ ଆଜି ଦିନଟିରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ।
ବିଛା
ବିଛା
ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବା ଫଳରେ ମନଟା ଭଲ ଲାଗିବ ନାହିଁ। କେତେକ କ୍ଷେତ୍ରରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଆଲୋଚନା କ୍ଷେତ୍ରରେ ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା କୌଣସି ସମସ୍ୟା ସୃଷ୍ଟି ହୋଇପାରେ।
ଧନୁ
ଧନୁ
ଈର୍ଷାପରାୟଣ ବନ୍ଧୁଙ୍କ କୃତ ଅପମାନଜନକ ବ୍ୟବହାର ମନରେ ଆଘାତ ସୃଷ୍ଟି କରିବ। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର

ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପଡ଼ୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍‌ସନ ଲାଗି ରହିବ।

କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାର ବ୍ୟତିକ୍ରମ ମଧ୍ୟରେ କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକମାନେ ଯେତେପ୍ରକାର ସମସ୍ୟା ସୃଷ୍ଟି କଲେ ମଧ୍ୟ ଆପଙ୍କର କୌଣସି ଅସୁବିଧା ହେବ ନାହିଁ। ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନମୀନ

ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବାର ଆଶଙ୍କା ପୂରା ମାତ୍ରାରେ ରହିଛି। ପ୍ରତ୍ୟେକେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri