Posted inRasifala

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା ବାଣିଜ୍ୟ, ସଭାସମିତି, ବନ୍ଧୁ ମିଳନ, ନୂତନ କର୍ମାରମ୍ଭ, ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। କୃତ୍ତିକା ନକ୍ଷତ୍ର ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହେବ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବୃଷ
ବୃଷ
ସଭାସମିତିର ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଓ ଫେରନ୍ତା ବାଟରେ ନୂତନବନ୍ଧୁତ୍ୱ ସୃଷ୍ଟି ହେବ। ବ୍ୟବସାୟିକ କ୍ଷେତ୍ର ସମସ୍ୟାବହୁଳ ହୋଇପାରେ। କୃତ୍ତିକା ଘର ସାଜସଜ୍ଜାରେ କିମ୍ବା ନିର୍ମାଣରେ ସମୟ ଅତିବାହିତ କରିପାରନ୍ତି।
ମିଥୁନ
ମିଥୁନ
ସବୁ ସୁବିଧା ଥାଇ ମଧ୍ୟ କେତେକ କାମ ନ ହେବା କାରଣରୁ ମନ ଭଲ ରହିବ ନାହିଁ। ପୁନର୍ବସୁ ନକ୍ଷତ୍ରର ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଦୈହିକ ଅସୁସ୍ଥତା ଦେଖାଦେଇପାରେ। ବନ୍ଧୁଙ୍କ ସହାୟତାରେ ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ଆସିବ ।
କର୍କଟ
କର୍କଟ
ଦୀର୍ଘଦିନର ଆଶା ମଉଳିବାକୁ ଯାଉଥିବା ଅନୁଭବ କରି କୌଣସି କାମରେ ଉତ୍ସାହ ଲାଗିବ ନାହିଁ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଅଶ୍ଳେଷା ନକ୍ଷତ୍ରର ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବ। ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରିବା ଭଲ ହେବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ଆସିପାରେ କିନ୍ତୁ ଉପରିସ୍ଥଙ୍କ ସାହାଯ୍ୟରୁ ଅସୁବିଧା ହେବନି। ଅକୁହା କଥାକୁ ବନ୍ଧୁଙ୍କ ଆଗରେ ବଖାଣି ଘରଲୋକମାନଙ୍କ ବିରାଗଭାଜନ ହେବେ। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ ଚେଷ୍ଟା କରିପାରନ୍ତି। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
କନ୍ୟା
ବିଭିନ୍ନ ପ୍ରକାରର ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅଚାନକ ଭାବରେ ଅଶୌଚ ଖବର ଶୁଣି ବିସ୍ମିତ ହୋଇପାରନ୍ତି। ବିଭିନ୍ନ ପ୍ରକାରର ସମସ୍ୟା ହେତୁ କର୍ମକ୍ଷେତ୍ରରେ ଅନିଶ୍ଚିତତା ମଧ୍ୟରେ ଗତି କରିବେ। ଚିତ୍ରା ନକ୍ଷତ୍ର ସକାଶେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆଜିର ଯାତ୍ରା ବିଳମ୍ବିତ ହେବ।
ତୁଳା
ତୁଳା
କାର୍ଯ୍ୟଦକ୍ଷତା ଓ ନିର୍ଭୀକତା ହେତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। କିନ୍ତୁ ଖଳ ଲୋକ ମାନଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡି ପାରନ୍ତି। ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଚିତ୍ରା ନକ୍ଷତ୍ର ବ୍ୟବସାୟ ଓ ବାଣିଜ୍ୟରୁ ଅର୍ଥ ଲାଭ ହେତୁ ଖୁସି ରହିବେ।
ବିଛା
ବିଛା
ଆଜି ପ୍ରଶାସନିକ କାମରେ, ଯାତ୍ରା ଓ ଆନୁଷ୍ଠାନିକ କ୍ଷେତ୍ରରେ ତଥା ସଭା ସମିତିରେ ଆଶାଜନକ ଫଳ ପାଇବେ। ଜ୍ୟେଷ୍ଠା ନକ୍ଷତ୍ର ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସତର୍କ ରୁହନ୍ତୁ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଅର୍ଥସାହାଯ୍ୟ ଓ ସହଯୋଗର ପ୍ରତିଶ୍ରୁତି ବନ୍ଧୁଙ୍କଠାରୁ ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ଧନୁ
ଧନୁ
ପରିବାରର ସଦସ୍ୟମାନେ ଆପଣଙ୍କୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଅତି ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କଥା କହିବ। କାମଗୁଡିକ ଠିକ୍‌ ଭାବେ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେବ। ଉତ୍ତରାଷାଢା ନକ୍ଷତ୍ର ଘରର ମରମକଥା ଅନ୍ୟମାନଙ୍କୁ କହି ସମାଲୋଚିତ ହେବେ।
ମକର
ମକର

ଆଜିର ଯାତ୍ରାରେ ଅର୍ଥ ପ୍ରାପ୍ତିର ଆଶା ପୂରାମାତ୍ରାରେ ରହିଛି। ଯୋଗ, ବ୍ୟାୟାମ ଓ ଶୃଙ୍ଖଳିତ ଜୀବନଯାତ୍ରାଜନିତ ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ଭିତରେ ଅଯଥା କଳହରୁ ଦୂରେଇ ରୁହନ୍ତୁ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ସହ ବୁଝାମଣା ଠିକ୍‌ ରହି ନ ପାରେ।

କୁମ୍ଭ
କୁମ୍ଭ
ନିଜର ସମ୍ପର୍କୀୟମାନେ ବିନା କାରଣରେ କଳହ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ ମଧ୍ୟ କାମଟିକୁ ଛାଡିପାରିବେ ନାହିଁ। ହଠାତ୍‌ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡିପାରେ। ଧନିଷ୍ଠା ନକ୍ଷତ୍ର ପିଲାମାନଙ୍କ କୌଣସି ସମସ୍ୟାକୁ ନେଇ ବିଚଳିତବୋଧ କରିବେ।
ମୀନମୀନ

କର୍ମକ୍ଷେତ୍ରରେ ଆଶା କରୁଥିବା ସବୁ ପ୍ରକାରର ସୁବିଧା ସୁଯୋଗ ପାଇ ଖୁସୀ ହେବେ। ପରିସ୍ଥିତିବଶତଃ ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କୁ କଟୁକଥା ପ୍ରୟୋଗ କରି ସୁସମ୍ପର୍କ ହରାଇପାରନ୍ତି। ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ଚିନ୍ତିତ ରହିପାରନ୍ତି ା ପରିବାରର ଋଣଭାର ବଢିଯାଉଥିବା କାରଣରୁ ଚିନ୍ତିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri