ମେଷ

ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ଲାଭରୁ ଖୁସି ହୋଇପାରନ୍ତି। ସହକର୍ମୀଙ୍କ ସହ ଧାର କରଜ, ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କା ମଧ୍ୟ ରହିଛି।
ବୃଷ

କର୍ମସ୍ଥାନରେ ରାହୁଙ୍କ ସ୍ଥିତିଜନିତ ବହୁବିଧ କର୍ମରେ ଅନୁପ୍ରବେଶରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅସାବଧାନତା ବଶତଃ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାର ସୂଚନା ରହିଛି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ବନ୍ଧୁଙ୍କ ମାଧ୍ୟମରେ କନ୍ୟା ସନ୍ତାନଙ୍କ ବୈବାହିକ ସମ୍ପର୍କ ପାଇଁ ପ୍ରସ୍ତାବ ଆସିପାରେ।
ମିଥୁନ

କର୍ମଭାବରେ ଶନିଙ୍କ ସ୍ଥିତି ହେତୁ କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ରହିପାରେ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ସାମାଜିକ ସ୍ତରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଭୁଲ୍ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖାଦେଇପାରେ।
କର୍କଟ

ଦ୍ୱିତୀୟଭାବରେ ପାପଗ୍ରହଯୁକ୍ତ ରବି ଆପଣଙ୍କ କଥାବାର୍ତ୍ତାକୁ ପ୍ରଭାବିତ କରିପାରନ୍ତି। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବାର ଆଶା ରହିଛି। ଚେଷ୍ଟାସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ

ପ୍ରଭାବଶାଳୀ ବୁଧଙ୍କ ଯୋଗୁ ଯେତେ ବଡ଼ ଦୁଷ୍କର କାମହେଲେ ମଧ୍ୟ ସମ୍ପନ୍ନ କରିବାରେ ସଫଳ ହେବେ। ବିବାଦୀୟ ପରିସ୍ଥିତି, ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା ସପକ୍ଷରେ ଯାଇପାରେ। କର୍ମକ୍ଷେତ୍ରରେ ପୂର୍ବରୁ ଅଟକି ରହିଥିବା ଅର୍ଥଲାଭରୁ ମନ ଖୁସି ହୋଇଯିବ। ଆଜିର ଯାତ୍ରା, ସଭାସମିତି, ବନ୍ଧୁମିଳନ ଓ ଅର୍ଥସମ୍ପର୍କ ପ୍ରାୟତଃ ମନ୍ଦ ହେବନି।
କନ୍ୟା

ଦ୍ୱାଦଶସ୍ଥ ପାପଗ୍ରହ ଆପଣଙ୍କ ପାଇଁ ଦୁଶ୍ଚିନ୍ତା ସୃଷ୍ଟିକରିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଆଜି ଯାହା ପାଇବାକୁ ଆଶା ରଖିଛନ୍ତି, ତାହା କଷ୍ଟର ସହ ପାଇବେ। ବନ୍ଧୁଙ୍କ ନିକଟରେ ଅଭାବ ଅସୁବିଧା ଜଣାଇଲେ ଅବଶ୍ୟ ଆଶା ପୂରଣ ହୋଇପାରିବ।
ତୁଳା

ସ୍ବଗୃହୀ ରାଶ୍ୟାଧିପତି କାରଣରୁ କିଛି ଭଲ ଓ ମନ୍ଦର ମିଶ୍ରିତ ଫଳକୁ ନେଇ ଦିନଟି ଅତିବାହିତ ହେବ। ସମସ୍ୟା ସମାଧନ ପାଇଁ ଉଦ୍ୟମ କରି ସଫଳତା ପାଇବେ। ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୁହୂର୍ତ୍ତରେ ବିଗିଡି ଯିବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଜି ବିଶେଷ ଲାଭ ନ ହେଲେ ମଧ୍ୟ କ୍ଷତି ହେବ ନାହିଁ।
ବିଛା

ଆପଣ ଯେତିକି ଯାହା ଆଶା ବାନ୍ଧି ବସିଥିଲେ ବାସ୍ତବ କ୍ଷେତ୍ରରେ ତାହା ମରିଚିକା ଭଳି ପ୍ରତୀୟମାନ ହେବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବେ। ଶିଳ୍ପ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଆଲୋଚନା ପରିସରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି।
ଧନୁ

ଚତୁର୍ଥସ୍ଥ ଶନିଙ୍କ ଯୋଗୁ ପରିବାରରେ ଅଶାନ୍ତି ଉପୁଜିବା ଆଶଙ୍କା ରହିଛି। ନିଜ ପରିସରରେ ଅସ୍ବାଭାବିକ ପରିସ୍ଥିତି ସକାଶେ ଚିନ୍ତାର କାରଣ ହେବ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ନିଜ ଲୋକମାନଙ୍କ ଗହଣରେ ଅଧିକାଂଶ ସମୟ ବିଳାସ ବ୍ୟସନ ମଧ୍ୟରେ କଟାଇପାରନ୍ତି।
ମକର

ଆଜିର ଗ୍ରହସ୍ଥିତିର ପ୍ରଭାବରେ ଅର୍ଥ, ସମ୍ମାନ, ଲୋକ ସମର୍ଥନ, କଚେରି ମାମଲାରେ ଜୟଲାଭ କରିପାରନ୍ତି। ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। କୌଶଳ ପ୍ରୟୋଗ କରି ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ। କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାମଟି ଆଜି କରିପାରିବେ ନାହିଁ।
କୁମ୍ଭ

ଗୁରୁକ୍ଷେତ୍ରସ୍ଥ ଶନିଙ୍କ ସ୍ଥିତିଜନିତ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ଓ ଅଟକି ରହିଥିବା କାମ ହାସଲ କରିବେ। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବାରେ ନିଜର ତ୍ୟାଗ ଓ କୌଶଳ କାମକୁ ଆସିବ। ଅତୀତ ଘଟଣା ଯୋଗୁ ସାୟାହ୍ନେ ନୈରାଶ୍ୟ ଅନୁଭବ କରିପାରନ୍ତି।
ମୀନ
କର୍ମକ୍ଷେତ୍ରରେ ସ୍ଥାନାନ୍ତର ସାଙ୍ଗକୁ ବ୍ୟୟବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ। ପାରିବାରିକ କ୍ଷେତ୍ରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଓ ସମସ୍ୟା ସମାଧାନ ବଦଳରେ ବଢେଇଦେବେ। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ଶୁଭ ସୂଚନା ଦେଖିପାରିବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.