Posted inRasifala

ରାଶିଫଳ: ଶନିବାର, ଜୁନ୍ ୨୭ ତାରିଖ – Daily Horoscope

ମେଷ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ବିଭିନ୍ନ କାରଣକୁ ନେଇ ମାନସିକ ଅସ୍ଥିରତା ଲାଗି ରହିବ। ଅବଶ୍ୟ ଅଟକି ରହିଥିବା କାମଗୁଡିକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଜଳ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ଆଜି ଅଫିସ୍‌ରୁ ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସୀ ହେବେ।
ବୃଷ
ବୃଷ
ଶୁକ୍ରଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ନିଜର ସମ୍ପର୍କୀୟ ମାନଙ୍କ ଅସହଯୋଗରୁ କେତେକ ନୂତନ ସମସ୍ୟା ସୃଷ୍ଟି ହେବ। ଆଦୌ ଭଲ ସମ୍ପର୍କ ନ ଥିବା ଲୋକ ମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ, ବିଶେଷତଃ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।
ମିଥୁନ
ମିଥୁନ
ସାହାଯ୍ୟ ଓ ସହାନୁଭୂତି ମାଧ୍ୟମରେ ଅନ୍ୟମାନଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ। କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସତର୍କରେ ଚଳନ୍ତୁ ନତୁବା ଝମେଲା ଅଧିକ ବଢି ଯାଇପାରେ। ଅଷ୍ଟମସ୍ଥ ଶନି ଓ ବୃହସ୍ପତିଙ୍କ କାରଣରୁ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବା କଷ୍ଟକର ହୋଇପାରେ।
କର୍କଟ
କର୍କଟ
ଧନାଧିପ ଶୁଭଭାବରେ ଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ଓ ବୈଷୟିକ ସୁଖ,ସମୃଦ୍ଧି ମନକୁ ଖୁସୀ କରିବାରେ ସାହାଯ୍ୟ କରିବ। ପୁରୁଣା ରାଗକୁ ଶୁଝାଇବା ସକାଶେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି। ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ ଓ କଳା, ସାହିତ୍ୟରେ ଉନ୍ନତି କରିବେ।
ସି˚ହ
ସି˚ହ
ମଙ୍ଗଳ ଦୁଃସ୍ଥାନଗତ ହେବା କାରଣରୁ ପାରିବାରିକ ଖର୍ଚ୍ଚ ବିଶେଷ ବୃଦ୍ଧି ପାଇବା ହେତୁ ଚିନ୍ତିତ ରହିବେ। କର୍ମକ୍ଷେତ୍ର ଭଲ ରହିଲେ ମଧ୍ୟ ପିଲାମାନଙ୍କ ସକାଶେ ମନ ଅସ୍ଥିର ରହିବ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଲୋଚନା ପରେ ପରେ ଶାନ୍ତ ହେବ ଓ ମାନସିକ ସ୍ଥିତି ଠିକ୍‌ ରହିବ।
କନ୍ୟା
ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ। ଉପରିସ୍ଥଙ୍କ ଆଲୋଚନା ବିଷୟରେ ତାହାଠାରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ତୁଳା
ତୁଳା
ସ୍ଥଗିତ କାମଗୁଡିକୁ ସମ୍ପନ୍ନ କରିବାରେ ଆନୁଷଙ୍ଗିକ ସୁବିଧା ସୁଯୋଗ ଅବଶ୍ୟ ପାଇବେ। ବିଶାଖା ନକ୍ଷତ୍ରର ଅବହେଳାଜନିତ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିପାରନ୍ତି।
ବିଛା
ବିଛା
ଯେତେ ସତର୍କରେ ଚଳିଲେ ମଧ୍ୟ କିଛିନା କିଛି ସମସ୍ୟା ମନକୁ ଅସ୍ଥିରତା ଭିତରକୁ ଠେଲିଦେବ। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତାନ୍ତର କିମ୍ବା ବନ୍ଧୁଙ୍କ ସହ ବିତର୍କ ଘଟିବାର ଆଶଙ୍କା ରହିଛି। ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ନିଜର ଲୋକ ମାନଙ୍କ ଉପରେ ଲଘୁ କ୍ରୋଧ ଓ ଅଭିମାନ କରି ପରିବେଶକୁ ସରଗରମ କରିପାରନ୍ତି। କୌଣସି ଅଭାବ ନ ଥିଲେ ମଧ୍ୟ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରି ରଖିପାରେ। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନତ୍ କରିବେ।
ମକର
ମକର

ବିଶିଷ୍ଟ ବ୍ୟକ୍ତିମାନଙ୍କ ଅନୁକମ୍ପା ଅପୂରଣୀୟ କାମନାକୁ କର୍ମକ୍ଷମ କରାଇବାରେ ସାହାଯ୍ୟ କରିବ। ଆନୁଷଙ୍ଗିକ ସାହାଯ୍ୟ,ସହଯୋଗ ଲାଭପୂର୍ବକ ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିବେ।

କୁମ୍ଭ
କୁମ୍ଭ
ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ। କୃତୀ ଓ କୃତିତ୍ୱ କାରଣରୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବ।
ମୀନମୀନ

ମାନସିକ ଅସ୍ଥିରତାବଶତଃ ଅପରାହ୍ନରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଆଲୋଚନା ଅନୁଯାୟୀ ଆଜିର କାମ ଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ପରିସ୍ଥିତି ଅନୁସାରେ ଆକସ୍ମିକ ଭାବରେ ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri