Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ ସପ୍ତମରେ ଚନ୍ଦ୍ର ଯୋଗୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ସତର୍କତା ଅଭାବରୁ ଧନହାନି ଘଟିବାର ସୂଚନା ରହିଛି । କୌଣସି ବିଜାତୀୟ ବ୍ୟକ୍ତିର ଶତ୍ରୁତା ହେତୁ କୌଣସି କାମ ଶୃଙ୍ଖଳିତ ଭିତ୍ତିରେ ହୋଇପାରିବ ନାହିଁ । ବ୍ୟବସାୟ କ୍ଷେତ୍ର, କଳା, ଗବେଷଣା ଓ ଅନୁସନ୍ଧାନାଦି କାର୍ଯ୍ୟରେ ପ୍ରତିଷ୍ଠାର୍ଜନ କରିବେ ।
ବୃଷ
ବୃଷ

କେତେକ କ୍ଷେତ୍ରରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲେ ମଧ୍ୟ ଫଳ ମିଳିବ ଓଲଟା, ଯାହାକୁ ନିଜର ବୋଲି ଖୋଲା ମନ ନେଇ ଗୋପନୀୟ କଥା କହିବେ, ସେ ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇପାରେ । ଆର୍ଥିକ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ କେତେକାଂଶରେ ଦୂରୀଭୂତ ହେବ । ଅବଶ୍ୟ ନୂତନ ଯୋଜନାରେ କୃତକାଯର୍‌ୟ ହେବେ ।

ମିଥୁନ
ମିଥୁନ
ପାରିବାରିକ ସମସ୍ୟା ହିଁ ଆଜିର ମୁଖ୍ୟ ଦୁଶ୍ଚିନ୍ତାର କାରଣ ହେବ । ଏହା ସଙ୍ଗକୁ ଦେହ ଭଲ ନ ଲାଗିବା କାରଣରୁ ମଧ୍ୟ ନିରୁତ୍ସାହିତ ରହିବେ । ନିଜ ନିଜର ସ୍ବାର୍ଥସାଧନ ସକାଶେ ବନ୍ଧୁମାନେ ଆପଣଙ୍କ ଉପରୁ ନଜର ହଟାଇବେ । ସରକାରୀ କ୍ଷେତ୍ରରୁ ଆଦେଶ ପାଇ ଦୂରଯାତ୍ରା କରିବାକୁ ପଡିପାରେ ।
କର୍କଟ
କର୍କଟ
ଶୁକ୍ର ପାପଗ୍ରହ ରାହୁ ଯୁକ୍ତ କାରଣରୁ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଆର୍ଥିକ ଅବସ୍ଥା ଭଲ ନ ହେଲେ ମଧ୍ୟ ମନ୍ଦ ହେବ ନାହିଁ । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ ।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗ ପ୍ରଭାବରେ କୌଣସି ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ଯୋଡି ହୋଇଯିବ । କାମ ହାସଲ ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ଉଦାରତା ଗୁଣରୁ ପ୍ରଶଂସା ପାଇପାରନ୍ତି ।
କନ୍ୟା
ଚତୁର୍ଥସ୍ଥ କେତୁ ଯୁକ୍ତ ବୃହସ୍ପତି କାରଣରୁ ପରିବେଶ ଓ ପରିସ୍ଥିତି ବଦଳିଯିବ । ଲୋଭନୀୟ ପ୍ରତିଶ୍ରୁତି ମାଧ୍ୟମରେ ଯାହାକୁ ନିଜ ସପକ୍ଷରେ ଆଣିବାକୁ ଚାହୁଁଛନ୍ତି, ତାହା ଭଲ ହୋଇ ନ ପାରେ । ସାଂସ୍କୃତିକ, ନୈତିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ । ଅସାବଧାନତାରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ ।
ତୁଳା
ତୁଳା
ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ ମଧ୍ୟ କରିପାରିବେନି । ବନ୍ଧୁ କିମ୍ବା ସହକର୍ମୀଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ । ଦୈହିକ ଦୁର୍ବଳତା ସଙ୍ଗକୁ ଭୁଲ୍‌ ବୁଝାମଣା ଦାମ୍ପତ୍ୟ ଜୀବନକୁ ବିଶୃଙ୍ଖଳିତ କରିପାରେ । ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ମଧ୍ୟ ନୈରାଶ୍ୟଜନକ ସ୍ଥିତି ଲାଗି ରହିବ ।
ବିଛା
ବିଛା
ଆଜିର ଦ୍ୱାଦଶସ୍ଥ ପ୍ରଭାବରେ ଚନ୍ଦ୍ର ଆତ୍ମୀୟସ୍ବଜନ ମାନଙ୍କ ଅନାଦର ଭାବ ଓ ବେଖାତିର କଥାରୁ ଦୁଶ୍ଚିନ୍ତା ବଢିଯିବ । ଅସଜଡା ପରିବାରକୁ ସଜାଡିବା ସକାଶେ ବନ୍ଧୁମାନଙ୍କର ପରାମର୍ଶ ନେଇ ପାରନ୍ତି । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନସ୍ଥ କରିବେ । ବ୍ୟବସାୟ,ବାଣିଜ୍ୟ,ଏକ ପ୍ରକାରର ଚଳନୀୟ ରହିବ ।
ଧନୁ
ଧନୁ
ଆଜି ଦିନସାରା କଠୋର ପରିଶ୍ରମଜନିତ ଶାନ୍ତିରେ ସୁନିଦ୍ରା ମଧ୍ୟ ନ ହୋଇପାରେ । କୌଣସି ନୂତନ କର୍ମାରମ୍ଭର ପରିକଳ୍ପନା କରିପାରନ୍ତି । ଉତ୍ତରାଷାଢା ନକ୍ଷତ୍ରର ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରି ନିରୁତ୍ସାହତା ସୃଷ୍ଟି କରିବ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ତରଫରୁ ଚାପର ସମ୍ମୁଖୀନ ହୋଇପାରନ୍ତି ।
ମକର
ମକର

ଆଜିର ଯାତ୍ରା, ବାଣିଜ୍ୟ, ବିବାଦୀୟ ପରିସ୍ଥିତି, ଆଲୋଚନା, ସଭାସମିତି ପ୍ରଭୃତିରୁ ସନ୍ତୋଷଜନକ ଫଳ ପାଇବେ । ଯାତ୍ରାରେ ଯାନ୍ତ୍ରିକ ତ୍ରୁଟିଜନିତ ସମସ୍ୟା ଦ୍ୱିଗୁଣିତ ହୋଇପାରେ । ଦୀର୍ଘଦିନର ବକେୟା ଅର୍ଥ ବନ୍ଧୁଙ୍କ ସହାୟତାରେ ଆଜି ପ୍ରାପ୍ତ ହେବ । କଳା, ସାହିତ୍ୟ, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ହଟିଯିବ ।

କୁମ୍ଭ
କୁମ୍ଭ
ଆଜିର କାମଗୁଡିକ ବହୁତ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ଅନ୍ୟମାନଙ୍କ ନିକଟରୁ ସାହାଯ୍ୟ ଆଶା ନିରର୍ଥକ ହୋଇପାରେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଭ୍ରମଣ ରାଜନୀତି, ପ୍ରଶାସନ, ସଭାସମିତି, ସଂଗଠନ, ରାଜନୀତି ପାଇଁ ଭଲ ।
ମୀନମୀନ

ଆଜିର ଗ୍ରହସ୍ଥିତି ଆପଣଙ୍କୁ ତ୍ୱରିତ୍‌ ନିଷ୍ପତ୍ତି ନେବାରେ ସହାୟକ ହେବନାହିଁ । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଶତ୍ରୁମାନେ ମିତ୍ରଭଳି ଆଚରଣ କରିପାରନ୍ତି । ଆନୁଷ୍ଠାନିକ ଉସତ୍ବାରମ୍ଭ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri