ମେଷ

ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟିକୁ ଆରମ୍ଭ ପାଇଁ ପଥ ପରିଷ୍କାର କରାଇବ। ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। କର୍ମକ୍ଷେତ୍ରରେ ଟେନସନ୍ କମିଯିବା ସକାଶେ ଚେଷ୍ଟା କରିବେ।
ବୃଷ

ଆପଣଙ୍କ ସୁଚିନ୍ତିତ ମତାମତ ଓ ସମୟୋପଯୋଗୀ ପଦକ୍ଷେପ ଯୋଗୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନ ଘଟିବା ଦିଗରେ ବନ୍ଧୁଙ୍କ ସହଯୋଗ ମିଳିବ। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବିଜାତୀୟ ବ୍ୟକ୍ତି ସାହାଯ୍ୟ କରିବେ। ଅନ୍ୟମନସ୍କତାରୁ ଦବ୍ର୍ୟ ନଷ୍ଟ ହୋଇପାରେ।
ମିଥୁନ

ଆଜି ବନ୍ଧୁ ଗହଣରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ମୃଗଶିରା ନକ୍ଷତ୍ରର ଅବହେଳା ଯୋଗୁ କେତେକ ସୁଯୋଗ ହାତଛଡା ହୋଇଯାଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସ୍ଥିତି ଭଲ ରହିବା କଷ୍ଟକର ହୋଇପାରେ।
କର୍କଟ

ବିଭିନ୍ନ ସମସ୍ୟା ଯୋଗୁ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମନ ଭଲ ରହିବ ନାହିଁ। କୌଣସି ବ୍ୟକ୍ତି ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭ ଶୁଭପ୍ରଦ ହେବ।
ସି˚ହ

ଦୀର୍ଘଦିନରୁ ଚେଷ୍ଟା କରୁଥିବା ଦିଗରୁ ବନ୍ଧୁଙ୍କ ଜରିଆରେ ଧନ ଓ ସମ୍ମାନ ପାଇବେ। କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ନିଜର ଫାଇଦା ହାସଲ ପାଇଁ ସହକର୍ମୀ ଫନ୍ଦିଫିକର କରିପାରନ୍ତି। ଆଜିର ଲକ୍ଷ୍ୟହୀନ ଯାତ୍ରା କିମ୍ବା ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
କନ୍ୟା

କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଅଫିସ୍ କାମରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। କଠୋର ପରିଶ୍ରମ କିମ୍ବା କାମର ଚାପ ଜନିତ ଅନିଦ୍ରା ହେତୁକ ଜ୍ୱରାକ୍ରାନ୍ତ ହୋଇପାରନ୍ତି। ପଡ଼ୋଶୀଙ୍କ ସହାନୁଭୂତି ଫଳରେ ଖୋଜୁଥିବା ଜିନିଷଟି ପାଇଯିବେ।
ତୁଳା

ଆଜିର ଦିନଟି ପ୍ରତ୍ୟେକ ଦିଗରୁ ଶୁଭପ୍ରଦ ରହିବା ସହ ମାନସିକ ଶାନ୍ତିଲାଭ କରିବେ। ବନ୍ଧୁଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ କୌଣସି ପାର୍ଟିରେ ଯୋଗଦେଇପାରନ୍ତି। ଭୁଲ୍ ବୁଝାମଣା କାରଣକୁ ନେଇ ବ୍ୟବସାୟରେ ମାନମନାନ୍ତର ସୃଷ୍ଟିର ଆଶଙ୍କା ରହିଛି। ଦୀର୍ଘଦିନରୁ ଲାଗି ରହିଥିବା କଚେରି ମାମଲାର ମନ୍ଥରତା ମନକଷ୍ଟର କାରଣ ହେବ।
ବିଛା

ଦୀର୍ଘଦିନରୁ ଲାଗି ରହିଥିବା ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଉଚ୍ଚବର୍ଗଙ୍କ ସହାୟତା ଲାଭକରି ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ। ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଆନୁଷଙ୍ଗିକ ସୁବିଧା ଓ ସୁଯୋଗ ଲାଭକରି କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ।
ଧନୁ

କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଭଲ ସମ୍ପର୍କ ରହିଥିଲେ ମଧ୍ୟ ବନ୍ଧୁଙ୍କ ସଦ୍ଭାବ ସହକର୍ମୀ ମାନଙ୍କ ସହଯୋଗ ପାଇବେ ନାହିଁ। ପାଖ ପଡ଼ୋଶୀଙ୍କ ଔଚିତ୍ୟପୂର୍ଣ୍ଣ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପାରିବାରିକ,ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ମକର

କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସାଙ୍ଗକୁ ବନ୍ଧୁଙ୍କ ସହ ସୁସମ୍ପର୍କ ରକ୍ଷା କରିପାରିବେ। ସାମାଜିକ ସ୍ତରରେ ଅଥବା ରାଜନୀତିରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ ଉଚ୍ଚ ଆଶାରେ ସଫଳତା କରାଯାଇପାରେ। ଭୁଲ୍ ବୁଝାମଣା ଜନିତ ଭଉଣୀ କିମ୍ବା ସ୍ତ୍ରୀ ଅଭିଯୋଗ କରିପାରନ୍ତି।
କୁମ୍ଭ

ଛୋଟ ସମସ୍ୟା ରହିଥିଲେ ମଧ୍ୟ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। କଡ଼ାକଥା କିମ୍ବା ବିରକ୍ତିପୂର୍ଣ୍ଣ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ଦେଇପାରେ। ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ସମ୍ପର୍କୀୟ ବନ୍ଧୁ କିମ୍ବା ପଡ଼ୋଶୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି।
ମୀନ
କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ସମ୍ମାନ ଓ ସହାନୁଭୂତିର ଅଭାବ ରହିବ ନାହିଁ। କିନ୍ତୁ ପାରଷ୍ପରିକ ମତଭେଦ କାରଣକୁ ନେଇ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ଆନୁଷ୍ଠାନିକ କାମରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.