Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଅନ୍ୟମାନଙ୍କ ପ୍ରଶଂସାର ପାତ୍ର ହେବେ। ପାରିବାରିକ କ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବନ୍ଧୁଙ୍କ ନିକଟରୁ ଆଦର ଅଭ୍ୟର୍ଥନା ମିଳିବ ଏବଂ ସବୁରି ସଦିଚ୍ଛା ମିଳିବ।
ବୃଷ
ବୃଷ
ପାରସ୍ପରିକ ଦୋଷଦର୍ଶିତା ହେତୁ ପାରିବାରିକ ପରିସ୍ଥିତି ଗୋଳମାଳିଆ ରହିବ। ଏଣେ ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡିପାରେ। ଅଭାବ ପୂରଣ ଦିଗରେ ଚେଷ୍ଟିତ ହେବେ।
ମିଥୁନ
ମିଥୁନ
ସରଳ ସ୍ବଭାବ ହେତୁ ଅନ୍ୟମାନଙ୍କ ଶ୍ଳେଷାମତ୍କ କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ। ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ। ମନରେ ଶାନ୍ତି କିମ୍ବା ସନ୍ତୋଷ ଆସିବ ନାହିଁ। ବ୍ୟବସାୟରେ ଶାଖା ପ୍ରଶାଖା ବଢ଼ିବାର ପ୍ରଯନତ୍ କରିବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ ଓ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
କର୍କଟ
କର୍କଟ
ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ମାତ୍ର ସମସ୍ୟା ଛାଡିବ ନାହିଁ। ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ସି˚ହ
ସି˚ହ
ପରିବାରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବନ୍ଧୁମିଳନ ହେତୁ ମନ ପ୍ରଫୁଲ୍ଲ ରହିବ। ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ। କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି।
କନ୍ୟା
ଆର୍ଥିକ ସମସ୍ୟା ସୁଧୁରିବ ଏବଂ କର୍ମକ୍ଷେତ୍ର ସ୍ବାଭାବିକ ରହିବ। ପାରିବାରିକ ପ୍ରତିକୁଳ ପରିସ୍ଥିତି ଯୋଗୁଁ ଚିନ୍ତା କରିଥିବା କାମଗୁଡିକ ଠିକ୍ଭାବେ ସମ୍ପନ୍ନ ହେବନାହିଁ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଚିତ୍ରା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବା ଅନୁଭବ କରିବେ।
ତୁଳା
ତୁଳା
ସ୍ବଗୃହୀ ଶୁକ୍ରଙ୍କ ପ୍ରଭାବରୁ ମଉଜ ମଜଲିସ୍ ପାଇଁ ମନ ବଳିବ। ବିଶାଖା ନକ୍ଷତ୍ର ଦ୍ୱନ୍ଦ୍ୱରେ ପଡି ସହକର୍ମୀମାନଙ୍କ ଦ୍ୱନ୍ଦ୍ୱଯୁକ୍ତ ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝି ପାରିବେନି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। ପୁନଶ୍ଚ କାର୍ଯ୍ୟବ୍ୟସ୍ତ ଯୋଗଁୁ ଖାଦ୍ୟପେୟ ମଧ୍ୟ ଠିକ୍ ରହିବ ନାହିଁ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ନିନ୍ଦିତ ହେବେ। କୌଣସି ବନ୍ଧୁ ଧୋକା ଦେଇ ପାରନ୍ତି କିମ୍ବା ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଅଭାବ ସୁଧାରିବା ପରିପ୍ରେକ୍ଷୀରେ ଜଣେ ପଡୋଶୀ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ଆଜି ସମସ୍ତ ପ୍ରକାର ଅଭିଳାଷକୁ ପୂରଣ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟିହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ। ମୂଳା ନକ୍ଷତ୍ର ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଶାନ୍ତିରେ ନିଃଶ୍ୱାସ ମାରିବେ। ଖଳ ଲୋକଙ୍କ ହାବୁଡରୁ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି।
ମକର
ମକର
ଆଜି ହିଁ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଜମିଜମା ବିବାଦ କ୍ରମଶଃ ଜଟିଳ ଆକାର ଧାରଣ କରିବ। ପାରିବାରିକ କ୍ଷେତ୍ର ମଧ୍ୟ ବିଶେଷ ଭଲ ରହି ନ ପାରେ। ପ୍ରତ୍ୟେକ କ୍ଷେତ୍ରରେ ନିଜର ସୀମା ଭିତରେ ଜଗି ରଖି ଚଳିବା ଭଲହେବ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ଆପଣା ଛାଏଁ ଆସିବ ଏବଂ ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ହାସଲ କରିବେ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ; ଅବଶ୍ୟ ଉପକୃତ ହେବେ। ବ୍ୟବସାୟିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଥଣ୍ଡା ଲାଗି ରହିବା ହେତୁ ସ୍ବାସ୍ଥ୍ୟ ମଧ୍ୟ ବିଗିଡିଯିବ।
ମୀନମୀନ
ହାତକୁ ନେଇଥିବା କାମଗୁଡିକ ପୂରଣ ହୋଇଯିବ। ମାତ୍ର ଏଥି ସକାଶେ କଠିନ ପରିଶ୍ରମ କରିବାକୁ ପଡିବ। ସାହିତ୍ୟ, ଗବେଷଣା, ଆଲୋଚନା, ଏଜେନ୍ସି ତଥା ସାମ୍ବାଦିକତାରେ ପ୍ରଶଂସିତ ହେବେ। ଉନ୍ନୟନ କାମ ବାଧାପ୍ରାପ୍ତ ହେବ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି କଟୁ ମନ୍ତବ୍ୟ ଦେଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri