Posted inRasifala

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୧ ତାରିଖ – Daily Horoscope

ମେଷ
ଆଜି ପାପଗ୍ରହ ଦୃଷ୍ଟି ବର୍ଜିତ ଚନ୍ଦ୍ର କୋଣଭାବସ୍ଥ ଯୋଗୁ ଦିନଟି ଭଲରେ ବିତିବ ଏବଂ ଯାହା ଚାହୁଁଛନ୍ତି ତାହା ପାଇବେ। ଶତ୍ରୁମାନେ ଚେଷ୍ଟାକରି ଥକିଯିବେ ସିନା କିଛି କ୍ଷତି କରିପାରିବେ ନାହିଁ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗର ହାତ ଆପଣଙ୍କ ପାଖକୁ ଲମ୍ବି ଆସିବ । ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବୃଷ
ବୃଷ
ରାଶିରେ ମଙ୍ଗଳ ସାଧାରଣ ବ୍ୟତିକ୍ରମରେ ମଧ୍ୟ ରାଗିଯିବେ ଏବଂ ଟେନ୍ସନ ରହିବେ। ଅବଶ୍ୟ ବନ୍ଧୁମାନଙ୍କ ସମର୍ଥନ କାମକୁ ଆଗକୁ ବଢାଇ ନେବାରେ ସାହାଯ୍ୟ କରିବ। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ । କର୍ମକ୍ଷେତ୍ରରୁ ଫେରନ୍ତା ବାଟ ସମସ୍ୟାବହୁଳ ହୋଇପାରେ।
ମିଥୁନ
ମିଥୁନ
ଧନାଧିପ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଆର୍ଥିକ ଉନ୍ନତି ମନୋବଳ ବୃଦ୍ଧି କରିବ। ଅର୍ଥବଳରେ ଅସାଧ୍ୟ ସାଧନର ରାସ୍ତା ଉନ୍ମୁକ୍ତ ହେବ। କାର୍ଯ୍ୟବ୍ୟସ୍ତତା ହେତୁ ମୁଣ୍ଡବ୍ୟଥା ସହ ସ୍ବାସ୍ଥ୍ୟହାନି ଘଟିବ। ରେସ୍ତୋଁରା ମିଲ୍‌ସ୍‌ ହୋଟେଲ, ଫାଷ୍ଟଫୁଡ ଦୋକାନୀ ଲାଭବାନ ହେବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ସମସ୍ୟା ଆସିବାର ଆଶଙ୍କା ରହିଛି।
କର୍କଟ
କର୍କଟ
ଆଜି ବ୍ୟସ୍ତବହୁଳ ଜୀବନରେ କୋମଳ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପରିସ୍ଥିତିକୁ ସମ୍ଭାଳି ନେବେ। ଗତକାଲିର ନିଷ୍ପତ୍ତିକୁ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ତଥାପି ଆଲୋଚନା, ବ୍ୟବସାୟ, ଯାତ୍ର୍ରା ପ୍ରଭୃତି ଯେକୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
ସି˚ହ
ସି˚ହ
ସ୍ବଗୃହୀ ଶୁକ୍ରଙ୍କ ଶୁଭ ସମ୍ବନ୍ଧରୁ କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଚେତନତା ଅଭାବରୁ ଅସୁସ୍ଥତା ଆଶଙ୍କା ଦେଖାଦେଇପାରେ। ଅପରିଚିତଙ୍କ ନିକଟରୁ କିଛି ଜିନିଷ ନେବାକୁ ଇଚ୍ଛା ନ ଥିଲେ ମଧ୍ୟ ଗ୍ରହଣ କରିବେ।
କନ୍ୟା
ଆଜି ଚନ୍ଦ୍ରଙ୍କ ସହ ବୃହସ୍ପତିଙ୍କ ଷଡାଷ୍ଟକ ଯୋଗରୁ ପାରିବାରିକ ଦୁଚିନ୍ତାରେ ମନ ଆନ୍ଦୋଳିତ ରହିବ। ଅଚାନକ ଅଶୌଚ ଖବର ଶୁଣି ବିସ୍ମିତ ହୋଇପାରନ୍ତି। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ନୂତନ ଜିନିଷ କ୍ରୟ କରିବା ସକାଶେ ସ୍ବାମୀଙ୍କ ନିକଟରେ ଅଳି କରିପାରନ୍ତି ।
ତୁଳା
ତୁଳା
ଚନ୍ଦ୍ରଙ୍କ ଉପରେ ରାହୁଙ୍କ ଦୃଷ୍ଟି ନିକ୍ଷେପ ଦ୍ୱାରା ଜମିଜମା, ଗୃହ ପରିବର୍ତ୍ତନ, ସ୍ଥାନାନ୍ତର ତଥା ଅର୍ଥ ସମ୍ପର୍କୀୟ ଅନୁଚିନ୍ତା କରିବେ। ପଡ଼ୋଶୀ, ସ୍ବାମୀସ୍ତ୍ରୀଙ୍କ ଆଲୋଚନା ପ୍ରଭୃତି ବିଷୟରେ ସମୟ ଅତିବାହିତ ହେବ। ଉପସ୍ଥିତ ବୁଦ୍ଧି ଖଟାଇ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେବେ। କାର୍ଯ୍ୟବ୍ୟସ୍ତତାରୁ ଭୋଜନର ଅବସର ପାଇବେ ନାହିଁ।
ବିଛା
ବିଛା
ପାପଗ୍ରହ ଦୃଷ୍ଟ ଚନ୍ଦ୍ର ପ୍ରଭାବରେ ବିଭିନ୍ନ ରୁଚିବିରୁଦ୍ଧ କାର୍ଯ୍ୟଜନିତ ମାନସିକ ଅସ୍ଥିରତା ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହୋଇପାରେ। ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ କିମ୍ବା ନିଜ ପରିସରରେ ବନ୍ଧୁବର୍ଗ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ।
ଧନୁ
ଧନୁ
ଶନି ଓ ଚନ୍ଦ୍ରଙ୍କ ଷଷ୍ଠାଷ୍ଟମ ସ୍ଥିତି ଯୋଗୁ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ଓ ବିବାଦୀୟ ମନ୍ତବ୍ୟ ପରିବେଶ ଓ ପରିସ୍ଥିତିକୁ ଗମ୍ଭୀର କରିଦେଇପାରେ । ପରିବାର ସଦସ୍ୟ ଆପଣଙ୍କୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ପ୍ରିୟ ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କଥା କହିବ । କର୍ମକ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେବ।
ମକର
ମକର
ଅଷ୍ଟମସ୍ଥ ଚନ୍ଦ୍ର ହେତୁ ଯାତ୍ରା ସମୟରେ ସ୍ଥାନ, କାଳ, ପାତ୍ର ଅନୁସାରେ କଥାର ବ୍ୟତିକ୍ରମ ବିବାଦ ସୃଷ୍ଟି କରିବ। ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି କାରଣରୁ ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ ତଥା ବ୍ୟବସାୟିକ କ୍ଷେତ୍ରରେ ସ୍ଥିରତା ଫେରିପାଇବେ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌, ସଭାସମିତି ଓ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଆଜି ଶୁକ୍ର ସ୍ବଗୃହରୁ ରିପୁ ସ୍ଥାନରେ ଥିବାରୁ ପାରିବାରିକ କଳହ, ଲୋକ ସମ୍ପର୍କ ହାନି କରାଇବ। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିବାରୁ କାମଟି ସମ୍ପନ୍ନ କରିପାରିବେ ନାହିଁ। ହଠାତ୍‌ ଯାତ୍ରା କରିବାକୁ ମନସ୍ଥକରି ବାଟରୁ ଫେରି ଆସିବାକୁ ପଡ଼ିପାରେ। ବାଣିଜ୍ୟ, ପରିବହନ, ମାଲିମକଦ୍ଦମା କିମ୍ବା ନିର୍ମାଣ କାର୍ଯ୍ୟ ସମସ୍ୟା ବହୁଳ ହୋଇପାରେ।
ମୀନମୀନ
ଗୁରୁଙ୍କ ଆଶୀର୍ବାଦରୁ ଆପଣଙ୍କ ନିରପେକ୍ଷ ବିଚାରଧାରା ଜନାଦୃତ ସହ ସାମାଜିକ ପ୍ରତିଷ୍ଠାରେ ସହାୟକ ହେବ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ବାରମ୍ବାର ଖରାପ ସହ ଋଣଭାର ବଢିଯାଉଥିବା କାରଣରୁ ଚିନ୍ତିତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri