Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ
ଆଜି ଆମତ୍ୀୟଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରି ଦେବେ। ଦ୍ୱିତୀୟଭାବରେ ଏକାଧିକ ଗ୍ରହ ବାକ୍‌ସଂଯମ ଅଭାବରୁ ସମସ୍ୟା ସୃଷ୍ଟି କରିପାରେ। କଳା, ସାହିତ୍ୟ, ଗବେଷଣା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ। ସାୟାହ୍ନେ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରିପାରନ୍ତି।
ବୃଷ
ବୃଷ
ଚତୁଃଗ୍ରହଯୋଗ କାରଣରୁ କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଆପଣଙ୍କ ପାଖକୁ ଆପଣାଛାଏଁ ଆସିବ। ଶନି ଦୃଷ୍ଟିରୁ ଅପେକ୍ଷା କରିଥିବା କାମ ବିଳମ୍ବରେ ହେବ। କୌଣସି ବନ୍ଧୁଙ୍କ ପ୍ରତ୍ୟାଗମନ ଯୋଗୁ ମଉଜ ମଜଲିସରୁ ଦୂରେଇ ରହିବାକୁ ବାଧ୍ୟ ହେବେ। ନିଜର କଳାକୃତି ଓ କୃତିତ୍ୱ ହେତୁ ବନ୍ଧୁମହଲରେ ସମ୍ମାନିତ ହେବେ।
ମିଥୁନ
ମିଥୁନ
କିଛି ପାଇବାର ଅଭିଳାଷ ନେଇ ମାନସିକ ସ୍ତରରେ ଉତ୍ସୁକତା ଅନୁଭବ କରିବେ। ସାମାଜିକ ସ୍ତରରେ ପୁରସ୍କୃତ କିମ୍ବା ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଆପଣଙ୍କ ଭାଗ୍ୟରେ ଜୁଟିବ। କିନ୍ତୁ ମଙ୍ଗଳଙ୍କ ପ୍ରଭାବରେ ରୁକ୍ଷ ଓ କଠୋରକଥା ପରିସ୍ଥିତିକୁ ଗୋଳମାଳିଆ କରିଦେଇପାରେ। ବ୍ୟବସାୟିକସ୍ଥିତି ପ୍ରାୟତଃ ବହୁତ ଭଲ ରହିବ।
କର୍କଟ
କର୍କଟ
ପାରିବାରିକ ବ୍ୟତିକ୍ରମକୁ ସହୃଦୟତାର ସହ ଗ୍ରହଣ କରିବାକୁ ପ୍ରେରଣା ଦେବେ। କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିବ୍ରତ ହୋଇପାରନ୍ତି। ଲେଖାପଢା, ପ୍ରକାଶନ ଓ ପ୍ରଶାସନ, ଆଇନ, ସଭାସମିତି, ଧାର୍ମିକ ତଥା ଆନୁଷ୍ଠାନିକ କାମରେ ଲକ୍ଷ୍ୟ ପୂରଣ ହେବ। ଆଜି ବନ୍ଧୁମାନଙ୍କ ଗହଣରେ ଅଧିକାଂଶ ସମୟ ଅତିବାହିତ କରିବେ।
ସି˚ହ
ସି˚ହ
ଆଜି ଧର୍ମକାର୍ଯ୍ୟ,ବନ୍ଧୁମିଳନ,ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ରାଜନୀତି, ଆଇନ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ। କିନ୍ତୁ ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ। ଯାହା ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କନ୍ୟା
ଆଜି ଅଧିକାଂଶ ସମୟ ଆଶା ଓ ଆଶଙ୍କା ମଧ୍ୟରେ ବିଶ୍ରାମହୀନ କାମ କରିବାକୁ ପଡିପାରେ। ଅନ୍ୟମାନଙ୍କ ମନ ଧରି ଯେତେ କାମ କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରି ହେବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହନିର୍ମାଣ, ଜମି କିଣାବିକା, ଗାଡିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ।
ତୁଳା
ତୁଳା
ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଏକ ପ୍ରକାର ଭଲରେ ଅତିବାହିତ ହେବ। ନୂତନ କର୍ମାରମ୍ଭ, ସଭାସମିତି, ବନ୍ଧୁମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ସାହାହ୍ନେ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
ବିଛା
ବିଛା
ଆଳସ୍ୟ ଓ ଅବହେଳାରୁ କେଉଁ କାମ ଶୃଙ୍ଖଳିତ ହେବ ନାହିଁ। କେତୁ ଆପଣଙ୍କ ନିଷ୍ପତ୍ତିକୁ ସୁନିୟନ୍ତ୍ରିତ କରିବାରେ ବିଫଳ କରିଦେଇପାରନ୍ତି। ପିଲାଙ୍କର କେତେକ ବ୍ୟତିକ୍ରମ ଓ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ଅବଶ୍ୟ ମାଙ୍ଗଳିକ କାମ, ଅତିଥି ଚର୍ଚ୍ଚା ଓ ବ୍ୟବସାୟିକ ସଫଳତା ହେତୁ କେତେକାଂଶରେ ଉପକୃତ ହେବେ।
ଧନୁ
ଧନୁ
ନିଜ ଲୋକମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଶନିଙ୍କ ସ୍ଥିତିଜନିତ ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ସକାଶେ ଭଲ ହେବ। ଆର୍ଥିକ ସ୍ଥିତି କୌଣସି ପରିସ୍ଥିତିରେ ମଧ୍ୟ ପ୍ରଭାବିତ ହେବ ନାହିଁ। କୌଣସି ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମ ହାସଲ କରିବେ।
ମକର
ମକର
କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିପାରେ। ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦିନଟି ପ୍ରତିକୂଳ ପ୍ରଭାବ ପକାଇବ।
କୁମ୍ଭ
କୁମ୍ଭ
ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଯାତ୍ରା, ପ୍ରକାଶନ, ପ୍ରଶାସନ, ଆଇନ, କଳା, ସାହିତ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରୁ ପ୍ରଶଂସିତ ହେବେ। ଯାନ୍ତ୍ରିକ ଜିନିଷ, ବିଳାସ ବସ୍ତୁ, ଯାନବାହନ ପ୍ରଭୃତି ପାଇଁ ମନ ବଳାଇବେ। ବନ୍ଧୁ ମିଳନ, ମାଙ୍ଗଳିକ କାର୍ଯ୍ୟରେ ନିଜକୁ ସହଭାଗିତା କରାଇପାରନ୍ତି।
ମୀନମୀନ
ଆଜି ଅର୍ଥ, ସମ୍ମାନ, ମାନସିକ ସୁସ୍ଥତା, ବନ୍ଧୁଙ୍କ ସହୃଦୟତା ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଶୁଭେଚ୍ଛୁମାନେ ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଯାନବାହନ, ତର୍କବିତର୍କରେ ସତର୍କ ରହିବା ଭଲ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri