Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୬ ତାରିଖ– Daily Horoscope

ମେଷ
ଆଜି ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାକୁ ବଢାଇ ଦେଇପାରେ। ଅତି ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସୁପରାମର୍ଶଦାତା ଭାବରେ ଆଦରଣୀୟା ହେବେ।
ବୃଷ
ବୃଷ
କାର୍ଯ୍ୟ ହାସଲ ନିମିତ୍ତ ସମ୍ପର୍କୀୟମାନଙ୍କ ସାହାଯ୍ୟ ପ୍ରାପ୍ତିର ଆଶା ରଖିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ମଙ୍ଗଳ କ୍ଷେତ୍ରସ୍ଥ ଚନ୍ଦ୍ର କାରଣରୁ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ ଓ ଅନୁତାପ କରିପାରନ୍ତି।
ମିଥୁନ
ମିଥୁନ
ଆଜିର ଷଷ୍ଠଚନ୍ଦ୍ର ଯୋଗୁ ଆନୁଷ୍ଠାନିକ କାର୍ଯ୍ୟ, ପୂର୍ବ ପ୍ରସ୍ତୁତି, ସମ୍ପର୍କୀୟଙ୍କ ମୈତ୍ରୀଭାବ ସୃଷ୍ଟି କରିବ। ଏହା ସଙ୍ଗକୁ ଅର୍ଥନୈତିକ ପ୍ରଗତି କାର୍ଯ୍ୟ କ୍ଷେତ୍ର, ଶିଳ୍ପ, ବାଣିଜ୍ୟ ଓ ନିର୍ମାଣ ସକାଶେ ଖୋରାକ ଯୋଗାଇବ। ପୁନର୍ବସୁ ନକ୍ଷତ୍ର ପାଇଁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ନିଜ ଲୋକମାନେ ଈର୍ଷା କରି ପରିସ୍ଥିତିକୁ ଭିନ୍ନ ରୂପ ଦେବେ।
କର୍କଟ
କର୍କଟ
ଉନ୍ନତ ଚିନ୍ତା ଓ ଯୋଜନା ସହ ପ୍ରତ୍ୟେକ କାର୍ଯ୍ୟକୁ ସମ୍ମାନର ସହ କରିପାରିବେ। ସ୍ବାସ୍ଥ୍ୟରେ ଉନ୍ନତି, ଶତ୍ରୁମାନଙ୍କ ଅଧୋଗତି, ବିବାଦର ଅବସାନ, ଋଣ ପରିଶୋଧ ପ୍ରଭୃତିରୁ ଖୁସି ମିଳିବ। ବୁଧଙ୍କ କୁପ୍ରଭାବରୁ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଦୁର୍ବଳତା ମାନସିକ ସ୍ଥିତିକୁ ଅସ୍ଥିର କରାଇଲା ସମୟରେ ଆର୍ଥିକ ପ୍ରଗତିର ସହାୟକ ହେବ। ଆଜିର ଯାତ୍ରା, ବିବାଦ, ଗୃହାରମ୍ଭ ସକାଶେ ଅନୁକୂଳ ରହିବ ନାହିଁ। ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ନିଜେ ଜଳି ଅନ୍ୟକୁ ଆଲୋକ ପ୍ରଦାନ କଲାଭଳି ପରୋପକାରରୁ ପ୍ରଶଂସିତ ହେବେ।
କନ୍ୟା
ଆଜି ଧନସ୍ଥାନକୁ ମଙ୍ଗଳ ଦୃଷ୍ଟିରୁ ପାଇଥିବା ଧନ ହରାଇବେ ଏବଂ ଭଲ କଥା କହି ମଧ୍ୟ ସମାଲୋଚିତ ହେବାକୁ ପଡିବ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ସ୍ବାର୍ଥସାଧନ ସକାଶେ ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ତୁଳା
ତୁଳା
ଅର୍ଥସମ୍ପର୍କୀୟ ଏବଂ କର୍ମକ୍ଷେତ୍ର ସମ୍ପର୍କୀୟ ସମସ୍ୟା ସମାଧାନରେ ସଫଳ ହେବେ। ଆକସ୍ମିକ ଭାବେ କୌଣସି ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ସକାଳ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା
ବିଛା
କର୍ମକ୍ଷେତ୍ରର ପରିସ୍ଥିତି କ୍ରମଶଃ ସୁଧୁରିଯିବ ଏବଂ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ। ବିଭିନ୍ନ କ୍ଷେତ୍ରରେ ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କଳା, ସାହିତ୍ୟ, ଶିକ୍ଷା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ପ୍ରତିଟି କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପରିସ୍ଥିତିକୁ ସରଗରମ ରଖିବ। ସାମାନ୍ୟ ଅସୁବିଧା ଥିବା ଅନୁଭବ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ପଡୋଶୀ ସହ ସମ୍ପର୍କ ବୃଦ୍ଧି, ପରିବହନରେ ଉନ୍ନତି, ବ୍ୟବସାୟିକ ଉତ୍କର୍ଷ ମାନସିକ ସ୍ଥିତିକୁ ଭଲ ରଖିବ।
ମକର
ମକର
ବିବାଦୀୟ ଘଟଣା ମନରେ ସ୍ଥାନ ପାଇବା ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଅବଶ୍ୟ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଉତ୍ତରାଷାଢା ନକ୍ଷତ୍ରର ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁଙ୍କ ସକାଶେ ଦୀର୍ଘସମୟର ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ଆଜି ଶତଭିଷା ନକ୍ଷତ୍ର ପ୍ରତ୍ୟେକ କାମକୁ ଆମତ୍ୀୟତାର ସହ କରି ପ୍ରଶଂସିତ ହେବେ। ବ୍ୟବସାୟରୁ ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍‌ ହେବେ। ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ ଏବଂ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆନୁଷ୍ଠାନିକ କ୍ଷେତ୍ରରେ ବଦ୍‌ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ।
ମୀନମୀନ
ଆଜି ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭକରି ଖୁସି ହେବେ। ରେବତୀ ନକ୍ଷତ୍ର ପରିବାର ମଧ୍ୟରେ ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ସାମାଜିକ ସ୍ତରରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri