Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ 14 ତାରିଖ – Daily Horoscope

ମେଷ

ପାରିବାରିକ ଶାନ୍ତି ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। ବନ୍ଧୁଙ୍କ ସହଯୋଗ ଲାଭକରି ବହୁଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ଫେରନ୍ତା ବାଟରୁ ଗୃହକୁ ସୌଖୀନ ପଦାର୍ଥ କିମ୍ବା ମୂଲ୍ୟବାନ୍‌ ଜିନିଷ ଆଣିପାରନ୍ତି। ଆର୍ଥିକ ଦିଗଟି ବହୁତ ଭଲ ରହିବା କାରଣରୁ ମନ ପ୍ରଫୁଲ୍ଲ ରହିବ।

ବୃଷ
ବୃଷ

ଅପ୍ରିୟ ସତ୍ୟ ପ୍ରକାଶ କରିବା ଆକସ୍ମିକ କଳହର କାରଣ ହୋଇପାରେ। ଅତୀତରୁ ରହିଆସିଥିବା ରୋଗପୀଡ଼ା, ଶତ୍ରୁତା ଓ ଧାରକରଜ ସକାଶେ ଚିନ୍ତାକୁ ବଢ଼ାଇବ। କର୍ମକ୍ଷେତ୍ର, ଯାନବାହନ, ଦୋକାନ ବାଡ଼ି, ସଭାସମିତି, ସାଂସ୍କତିକ କାର୍ଯ୍ୟକ୍ରମରୁ ଉପକୃତ ହେବେ। ପ୍ରଶାସନିକ ସ୍ତରରେ ଟେନ୍‌ସନ କିିଛି ମାତ୍ରାରେ ଲାଗିରହିବ।

ମିଥୁନ
ମିଥୁନ

ଯାତ୍ରା ସମୟରେ ଅନ୍ୟମନସ୍କତା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ମନକୁ ବିଚଳିତ କରିବ। ଅନ୍ୟମାନଙ୍କ ଦ୍ୱାରା ପ୍ରେରିତ ନ ହୋଇ ଲକ୍ଷ୍ୟହୀନ ଯାତ୍ରାରୁ ବିରତ ରହିବା ଭଲ । ସଭାରେ ଆଲୋଚନା ଅସମାପ୍ତ ରହିପାରେ।

କର୍କଟ
କର୍କଟ

ଆଜି ନୂତନ ବସ୍ତ୍ର, ଅଳଙ୍କାର କିମ୍ବା ଗାଡ଼ି ମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ଅଟକି ରହି ଓ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। କଚେରି ମାମଲା ମନ୍ଥର ହୋଇପାରେ, ଏଣୁ ଚିନ୍ତିତ ରହିପାରନ୍ତି। ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ସତର୍କ ରହିବା ଭଲ ହେବ।

ସି˚ହ
ସି˚ହ

ଆର୍ଥିକ ଅନଟନ ଓ ପାରିବାରିକ ଦୁଶ୍ଚିନ୍ତା ମାନସିକ ଅଶାନ୍ତି ସୃଷ୍ଟି କରିବ। ଶାରୀରିକ ଅସୁସ୍ଥତା କାମକୁ ବିଳମ୍ବିତ କରିବ। ସ୍ତ୍ରୀଙ୍କ ଆଚରଣ ମନକୁ କଷ୍ଟ ଦେଇପାରେ। କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଭଲ ଲାଭ ପାଇବେ। କାର୍ଯ୍ୟଦକ୍ଷତା ହେତୁ ମହିଳାମାନେ ପ୍ରଶଂସିତ ହେବେ।

କନ୍ୟା

ଗୋଟିଏ ସ୍ଥାନରେ ଜିନିଷ କିମ୍ବା କାଗଜପତ୍ର ରଖିଦେଇ ବ୍ୟସ୍ତ ହେବେ। ସ୍ନାୟବିକ ଦୁର୍ବଳତା କାରଣରୁ ଆଣ୍ଠୁଠାରୁ ଗୋଡ଼ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବେ। ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ଆପଣଙ୍କ ବିଜୟଲାଭ ଅବଶ୍ୟମ୍ଭାବୀ।

ତୁଳା
ତୁଳା

ଆଜିର ଯାତ୍ରା, ପ୍ରତିଯୋଗିତା, ପରିବାର ଓ କର୍ମକ୍ଷେତ୍ର ସକାଶେ ଦିନଟି ବହୁତ ଭଲ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟାମତ୍ିକ ସଭା ସମିତିରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହୋଇପାରେ। ଅଭାବ ନ ଥିଲେ ମଧ୍ୟ କେତେକ ସମସ୍ୟା ହେତୁ ସ୍ବାତୀ ନକ୍ଷତ୍ର ଚିନ୍ତିତ ରହିବେ।

ବିଛା
ବିଛା

ଆର୍ଥିକ ଅଭିବୃଦ୍ଧି ଓ ସମ୍ମାନ,ପ୍ରତିଷ୍ଠା ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ। ଶିଳ୍ପ, ବାଣିଜ୍ୟ ତଥା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅଫିସ୍‌ କ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ବୈଷୟିକ ସୁଖ, ସମୃଦ୍ଧି, ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ।

ଧନୁ
ଧନୁ

ଆଜି ହଠାତ୍‌ ଆପଣ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପରିବାର ମଧ୍ୟରେ ନିଜର ମନୋଭାବ ହଠାତ୍‌ ପ୍ରକାଶ କଲେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।

ମକର
ମକର

ଆନୁଷଙ୍ଗିକ ସାହାଯ୍ୟ ସହଯୋଗରୁ କାମ ହାସଲ ସହଜ ହୋଇଯିବ। ଧନିଷ୍ଟା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ତଥା ବିଭିନ୍ନ ପ୍ରକାର ଝାମେଲା ହେତୁ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅର୍ଥ ସମ୍ପର୍କରୁ ଖୁସି ରହିବେ ଏବଂ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।

କୁମ୍ଭ
କୁମ୍ଭ

କର୍ମକ୍ଷେତ୍ରର ବିବଦମାନ ସ୍ଥିତିରୁ ମୁକ୍ତି ମିଳିବ, କିନ୍ତୁ ଶାନ୍ତି ପାଇବେ ନାହିଁ। ନିର୍ମାଣ କାର୍ଯ୍ୟ କିମ୍ବା ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ। ପ୍ରବାସୀ ବନ୍ଧୁ ନିଃସଙ୍ଗତା ବୋଧ କରିପାରନ୍ତି ଓ ଘର କଥା ମନକୁ ବାରମ୍ବାର ଆଲୋଡ଼ିତ କରିବ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ,ଅନ୍ୟଥା ବିବଦମାନ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ।

ମୀନମୀନ

ପାରିବାରିକ ସ୍ଥିରତା ସାଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି ମନକୁ ସାନ୍ବନା ଦେବାରେ ସହାୟକ ହେବ। ଆଜି ହଠାତ୍‌ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ଅଫିସରେ ଫାଇଲ୍‌ ଚାପର ସମ୍ମୁଖୀନ ହୋଇପାରନ୍ତି। ସମ୍ପର୍କୀୟଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri