Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ
ଆଜି ବନ୍ଧୁମାନଙ୍କ ପରୋକ୍ଷ ସାହାଯ୍ୟ ଫଳରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। କିନ୍ତୁ ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପରିବାରରେ ଆପୋସ ମିଳାମିଶାରୁ ସମସ୍ୟାର ସରଳ ସମାଧାନ ଘଟିବ। ବିବାଦୀୟ ଘଟଣାର ପରିସମାପ୍ତି ହେତୁ ଟେନ୍‌ସନ କମିଯିବ।
ବୃଷ
ବୃଷ
ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ଅଜଣା ବ୍ୟକ୍ତି ସାହାଯ୍ୟ କରିବେ। କଚେରି ମାମଲା କିମ୍ବା ଆକସ୍ମିକ କଳହଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଅବଶ୍ୟ ସ୍ଥିର ମନ ନେଇ କାମକଲେ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ବନ୍ଧୁଙ୍କ ସାହାଯ୍ୟରୁ ବଦଳି ଯାଇପାରେ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା କରବାରେ ସମର୍ଥ ହେବେ। କେତେକ ଘଟଣାରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଅସମର୍ଥିତ ସୂତ୍ରରୁ ଅନ୍ୟମାନଙ୍କ କଥା ଶୁଣି ବ୍ୟସ୍ତତା ଅନୁଭବ କରିବେ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ବିଶେଷ ଖଟଣିଜନିତ ମନ ଭଲ ରହିବ ନାହିଁ। ଜମା ଭଲ ପଡୁ ନ ଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ଅର୍ଥ ସଙ୍କଟ ଦୂରେଇବାରେ ଜଣେ ବିଶିଷ୍ଟ ବ୍ୟକ୍ତି ସହାୟତା କରିବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ସି˚ହ
ସି˚ହ
ସାମାନ୍ୟ କୌଶଳ ପ୍ରୟୋଗ କରି କାମ କଲେ ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇ ପାରିବେ। ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ଅଫିସ କାମରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
କନ୍ୟା
ସକାଳୁ ସକାଳୁ କୌଣସି ବିଶେଷ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଅଫିସରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଖରାପ ନ ହେଲେ ମଧ୍ୟ ବିଶେଷ ଭଲ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ନୀତିଗତ କାମରୁ ପ୍ରଶଂସିତ ହେବେ।
ତୁଳା
ତୁଳା
ଅଫିସ କାମରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରୀ ହୋଇପଡ଼ିବ। ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଯାହା ଚାହୁଁଥିଲେ ତାହା ହାସଲ କରିବା କାରଣରୁ ମନ ଖୁସି ହୋଇଯିବ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ୱସ୍ତି ଲାଭ କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଜଣାଶୁଣା ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିପାରନ୍ତି। ପଡ଼ୋଶୀ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେବେ।
ଧନୁ
ଧନୁ
ପାରିବାରିକ କ୍ଷେତ୍ର ବୁଝାମଣାଭିତ୍ତିରେ ଶୃଙ୍ଖଳିତ ହେବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀଙ୍କ ସହଯୋଗ ପାଇବାରେ ଅସୁବିଧା ରହିବ ନାହିଁ। ପାରିବାରିକ ସ୍ତରରେ କଳହରୁ ଦୂରେଇ ରହିବା ଭଲ । ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ କାମ ହାସଲ ହେବା କଷ୍ଟକର ହୋଇପାରେ।
ମକର
ମକର
ଆଜି ନିଜର ସ୍ବାର୍ଥହାସଲ ପରିପ୍ରେକ୍ଷୀରେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ରପ୍ତାନି ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟିବ। ବନ୍ଧୁଙ୍କୁ କହିବା ସକାଶେ ମନରେ ଭାବୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ନୂତନ ଯୋଜନାଟିକୁ ଆରମ୍ଭ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପାରିବାରିକ ବ୍ୟତିକ୍ରମକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ମୀନମୀନ
ଆଜିର ଯାତ୍ରା, କାମର ଶୈଳୀ, ଆଲୋଚନାର ଯଥାର୍ଥତା, ବନ୍ଧୁଙ୍କ ସଦିଚ୍ଛାରୁ ମନ ଖୁସି ରହିବ। ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ କିନ୍ତୁ ସତର୍କତାର ସହ କାମ କରିପାରିଲେ ହେଲା। ଅଫିସରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ପରିସ୍ଥିତିକୁ ଯେତେଟା ଜଟିଳ ମନେକରିବେ ବାସ୍ତବରେ ସେପରି କିଛି ହେବନି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri