Posted inRasifala

ରାଶିଫଳ: ଶୁକ୍ରବାର , ମେ 20 ତାରିଖ – Daily Horoscope

ମେଷ
ଆଜି ବନ୍ଧୁମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। କର୍ମକ୍ଷେତ୍ରରେ ସାଧାରଣ ଭୁଲ୍‌ କାରଣରୁ ଅନୁତପ୍ତ ହୋଇପାରନ୍ତି।
ବୃଷ
ବୃଷ
ପୂର୍ବ ଯୋଜନା ଭଣ୍ଡୁର ଆଶଙ୍କାରେ ମାନସିକ ଅସ୍ଥିରତା ସୃଷ୍ଟିହେବ। ଅର୍ଥନୈତିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ସଭାସମିତି, ଆମଦାନୀ, କଳା କାରିଗରି କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖାଦେଇପାରେ। ବିବାଦୀୟ ପରିସ୍ଥିତି, ମାଲିମକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ।
ମିଥୁନ
ମିଥୁନ
ସାହାଯ୍ୟ ଓ ସମର୍ଥନ ପାଇଲେ ମଧ୍ୟ କାମ ସକାଶେ ହନ୍ତସନ୍ତ ହେବାକୁ ପଡ଼ିବ। କେତେକ କାମ ସକାଶେ ବହୁତ ଅର୍ଥବ୍ୟୟର ସମ୍ଭାବନା ରହିଛି। ସାଧାରଣ କଥାକୁ କେନ୍ଦ୍ରକରି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।
କର୍କଟ
କର୍କଟ
ଆଜି କାର୍ଯ୍ୟସିଦ୍ଧି, ଅର୍ଥଲାଭ, କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେତୁ ଖୁସି ରହିବେ। ପାରିବାରିକ କ୍ଷେତ୍ର, ଲୋକ ସମ୍ପର୍କ, ଆନୁଷ୍ଠାନିକ କାମ ସକାଶେ ପ୍ରତିକୂଳ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ପରିବହନ, ଯାନବାହନ, ପ୍ରଶାସନ ଓ ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗିରହିବ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତିରୁ ଆଶ୍ୱସ୍ତି ଲଭିବେ।
ସି˚ହ
ସି˚ହ
ଆଜି ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ, ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟିହେବ। ଆଇନ ଓ ଆଧ୍ୟାମତ୍ିକତାର ଗ୍ରହ ଶନି ରାଜନୀତି, ଅଦାଲତ, ଗଣତନ୍ତ୍ର, ସଂଗଠନ ଓ ସତ୍‌ସଙ୍ଗ କ୍ଷେତ୍ରକୁ ରୁଦ୍ଧିମନ୍ତ କରିବେ। ସାହିତ୍ୟ, କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ସାମାଜିକ ଅନୁଷ୍ଠାନରେ କିମ୍ବା ଧର୍ମକାର୍ଯ୍ୟରେ ଅର୍ଥବ୍ୟୟ କରି ଖୁସି ହେବେ। ଜମିଜମା, ଗୃହସୀମା, ନିର୍ମାଣ, କୋର୍ଟକଚେରି କ୍ଷେତ୍ରରେ ସଂକଟ ସୃଷ୍ଟି ହେବ। ବନ୍ଧୁଙ୍କ ମନ୍ତବ୍ୟରେ ଭିନ୍ନତା ହେତୁ କୌଣସି କଥାର ମୀମାଂସା ହୋଇପାରିବ ନାହିଁ। ବନ୍ଧୁଙ୍କ ଦ୍ୱାରା ଆହୂତ ହୋଇ କୌଣସି ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା
ତୁଳା
ଆଜି ବିକ୍ଷିପ୍ତ ଓ ବିବାଦୀୟ ଚିନ୍ତାଧାରା କାମକୁ ବିଶୃଙ୍ଖଳିତ କରିପାରେ। ସମ୍ପର୍କୀୟମାନେ ପୁରାତନ କଥାକୁ କେନ୍ଦ୍ରକରି ଅସହଯୋଗ କରିପାରନ୍ତି। ସଭାସମିତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ପାରିବାରିକ, ଅର୍ଥସମ୍ପର୍କ, ଯାନ୍ତ୍ରିକ ଜିନିଷର କାରବାର କ୍ଷେତ୍ରରେ ବିଳମ୍ବ ଘଟିପାରେ ।
ବିଛା
ବିଛା
ଆଜି ବୈଷୟିକ ସୁଖ, ସମୃଦ୍ଧି ସଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲଭିବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବିଗତ ଦିନର କୌଣସି ଘଟଣା ସକାଶେ ଟେନସନ୍‌ ବଢିପାରେ। ମାଲିମକଦ୍ଦମା, ଜମିଜମା କାରବାର, ନିର୍ମାଣ, ମୂଲ୍ୟବାନ ଜିନିଷର କିଣା ବିକା କ୍ଷେତ୍ରରେ ସୁଫଳ ପାଇବେ।
ଧନୁ
ଧନୁ
ସ୍ବାସ୍ଥ୍ୟ ଭଲ ରହିବ ନାହିଁ ଏବଂ ଆମତ୍ୀୟଙ୍କ ନିକଟରୁ ସହାନୁଭୂତି ମଧ୍ୟ ପାଇବେ ନାହିଁ। ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ଅର୍ଥ ଓ ସମ୍ମାନ ମିଳିବା ସଙ୍ଗକୁ ବ୍ୟବସାୟିକ ଉନ୍ନତି ମଧ୍ୟ କରିବେ ।
ମକର
ମକର
ପ୍ରତ୍ୟେକ ପରିସ୍ଥିତିକୁ ସହନଶୀଳତାର ସହ ସାମନା କରିବାର ଧୈର୍ଯ୍ୟ ହାସଲ କରିବେ। ଅର୍ଥ ସଂକଟ ଦୂର ହେବା ସଙ୍ଗକୁ ଟେକ୍ନିକାଲ୍‌ କାମରେ ବିଶେଷ ସୁବିଧା ପ୍ରାପ୍ତ ହେବ। ପୂର୍ବ ରାଗକୁ ଶୁଝାଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ସନ୍ଦେହ ଓ ଭୁଲ୍‌ବୁଝାମଣା ହେତୁ ସ୍ତ୍ରୀଙ୍କ ସୁସମ୍ପର୍କ ରହିବ ନାହିଁ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ମନୋରଞ୍ଜନ କାମରେ ଯୋଗଦେଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତ ଫଳ ପାଇବେ। କୌଶଳକ୍ରମେ ଅଟକିଥିବା କାମଟି ବନ୍ଧୁଙ୍କ ଦ୍ୱାରା କରାଇ ନେବେ। ପରିବାରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ବୃଦ୍ଧି କରିବ।
ମୀନମୀନ
କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟର ଲାଭାଂଶକୁ ଭିନ୍ନ ଉଦ୍ଦେଶ୍ୟରେ ବିନିଯୋଗ କରିବେ। ଆଲୋଚନା ମାଧ୍ୟମରେ ପାରିବାରିକ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ। କର୍ମକ୍ଷେତ୍ର କିମ୍ବା ପ୍ରଶାସନିକ ସ୍ତରରେ ଶୃଙ୍ଖଳାକୁ ଅଗ୍ରାଧିକାର ଦେଇ ପରୋକ୍ଷଶତ୍ରୁତା ଅର୍ଜନ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri