Posted inRasifala

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୧ ତାରିଖ – Daily Horoscope

ମେଷ
ଆଜି ରାହୁଯୁକ୍ତ ଚନ୍ଦ୍ର ଦ୍ୱିତୀୟ ସ୍ଥାନରେ ଥିବାରୁ ଧନହାନି ଓ କଳହର ଆଶଙ୍କା ପୂର୍ଣ୍ଣମାତ୍ରାରେ ରହିଛି। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ।
ବୃଷ
ବୃଷ
ଚତୁର୍ଥାଧିପତି ଭାଗ୍ୟସ୍ଥାନରେ ରହିଥିବାରୁ ବନ୍ଧୁଙ୍କ ନିକଟରୁ ଯାହା ଚାହୁଁଛନ୍ତି ତାହା ପାଇବେ। ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ ଏବଂ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି।
ମିଥୁନ
ମିଥୁନ
ବୁଧ ସ୍ବଭାବରୁ କୋଣଭାବରେ ଥିବାରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସୁଧୁରିଯିବ। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ,ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ। ଅଫିସରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କର୍କଟ
କର୍କଟ
ଗ୍ରହମାନଙ୍କ ଶୁଭସଂସ୍ଥାନ କାରଣରୁ ଆଶା ଓ ଅଭିଳାଷ ଅଚିରେ ପୂରଣ ହେବ। ପୂର୍ବ ରାଗ ଶୁଝାଇବାକୁ ଯାଇ ସହକର୍ମୀ ହଇରାଣ କରିପାରନ୍ତି। ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ।
ସି˚ହ
ସି˚ହ
ଧନାଧିପ ନୀଚାଭିମୁଖୀ ହେତୁ ଆର୍ଥିକ ପରିସ୍ଥିତି ବଦଳି ଯିବାରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି, ଯାହାକି ସମସ୍ୟାକୁ ବୃଦ୍ଧି କରିବ। ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। କଳା, ସାହିତ୍ୟ, ସଂଗଠନ, ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ।
କନ୍ୟା
କେତୁଙ୍କ ସ୍ଥିତିରୁ ସକାଳୁ ଅଶୁଭ ଖବର ପାଇ ମନ ବିଷର୍ଣ୍ଣ ହୋଇଯାଇପାରେ। ବନ୍ଧୁଙ୍କଠାରୁ ସହଯୋଗ ଆଶା ନିରାଶାରେ ପରିଣତ ହୋଇପାରେ । ବହୁଦିନ ହେଲା ଇଚ୍ଛା କରୁଥିବା ଓ ଆଜି ସୁଦ୍ଧା ପାଇା ପାରି ନ ଥିବା ଜିନିଷଟି ପାଇ ଖୁସି ହେବେ। ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉକତ୍ଟ ହେବ ନାହିଁ।
ତୁଳା
ତୁଳା
ତିନୋଟି ଗ୍ରହ ଚତୁର୍ଥଭାବ ମଣ୍ଡନ କରିଥିବାରୁ ପରିବାର ଓ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ। ଚିତ୍ରା ନକ୍ଷତ୍ର ପିଲାଙ୍କ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ମନେ ମନେ ବିରକ୍ତି ପ୍ରକାଶ କରିପାରନ୍ତି। ଅଫିସ କାମରେ ଦୀର୍ଘଦିନରୁ ରହିଥିବା ସମସ୍ୟାର ସମଧାନ ହୋଇଯିବ।
ବିଛା
ବିଛା
ବୃହସ୍ପତିଙ୍କ ଦୁର୍ବଳତା ଓ କେତୁଙ୍କ ପ୍ରଭାବରେ ଦୀର୍ଘଦିନ ହେଲା ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତି ବଦଳି ଯାଇ ପାରନ୍ତି। ଅତି ପରିଚିତ ଲୋକଟି ଫାଇଦା ପାଇଁ ସର୍ବଦା ଚେଷ୍ଟିତ ରହବେ। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତାନ୍ତର ଆଶଙ୍କା ରହିଛି। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ସଂଗଠନ ଓ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ମିଳିବ।
ଧନୁ
ଧନୁ
ତୃତୀୟ ଓ କର୍ମାଧିପଙ୍କ ସଂଯୋଗରୁ ଗୁପ୍ତକଥା, କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥା ସମ୍ପର୍କିତ ଅଯଥା ଚିନ୍ତା କରିପାରନ୍ତି। ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯତ୍ନ କରି ପାରନ୍ତି । ନିର୍ମାଣ, ପରିବହନ, ବ୍ୟବସାୟରେ ଉନ୍ନତି କରିବେ। ଉତ୍ତରାଷାଢ଼ା ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ।
ମକର
ମକର
ଦ୍ୱାଦଶସ୍ଥ ଶୁକ୍ର ଆପଣଙ୍କୁ ଭୋଗବିଳାସ ମାଧ୍ୟମରେ କାର୍ଯ୍ୟରେ ଅବହେଳା କରାଇପାରେ। ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଅଟକି ଥିବା କାମଟି ସହଜରେ ହାସଲ କରିବେ।
କୁମ୍ଭ
କୁମ୍ଭ
ରାହୁଯୁକ୍ତ ଚନ୍ଦ୍ର ଚତୁର୍ଥଭାବସ୍ଥ ଯୋଗୁ ସାମାଜିକ ସ୍ତରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ। କଠିନ ଶ୍ରମଜନିତ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପଡ଼ାପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି।
ମୀନମୀନ
ସହକର୍ମୀଙ୍କ ସହଯୋଗରେ ଦିନ ଭିତରେ ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶ୍ଚିତ ପୂରଣ ହୋଇପାରିବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି କାରଣରୁ ମନ ହାଲୁକା ହୋଇଯିବ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର ଅଫିସିଆଲି କାମ ସବୁ ଠିକ୍‌ ଠିକ୍‌ ହୋଇଯିବ। ସରକାରୀ କ୍ଷେତ୍ରରେ ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ। ଆର୍ଥିକ ସ୍ଥିତି ସୁଧୁରିଯିବ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?