Posted inRasifala

ରାଶିଫଳ: ମଙ୍ଗଳବାର , ଫେବୃୟାରୀ ୮ ତାରିଖ – Daily Horoscope

ମେଷ
ଆଜିର ଜନ୍ମ ଚନ୍ଦ୍ର ଜୀବନଯାତ୍ରାକୁ ସାବଲୀଳ କରାଇବାରେ ସହାୟକ ହେବ। ହଜିଲା ବଳଦ ଖୋଜିଲା ଠେଇଁ ପରି ହାତ ପାଆନ୍ତାକୁ ସୁବିଧା,ସୁଯୋଗ ଜୁଟିଯିବ। ପ୍ରତ୍ୟେକ ଦିଗରୁ ଲାଭବାନ୍‌ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବେ। ସ୍ଥଗିତ କାମ ତ୍ୱରାନ୍ବିତ ହେବ। ଉପସ୍ଥିତ ବୁଦ୍ଧି ଖଟାଇ ପ୍ରତିକୂଳ ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଚାପରେ ପଡ଼ି ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନ୍‌ସନ ବୃଦ୍ଧି ପାଇପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ମିଥୁନ
ମିଥୁନ
ସମ୍ପର୍କୀୟଙ୍କ ଭିତିରି ଶତ୍ରୁତାରୁ ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ କାନକୁହା କଥା ଉପର ଅଧିକାରୀମାନେ ଖପ୍ପା ହୋଇପାରନ୍ତି। ଗୋପନ କଥାକୁ ମନରେ ରଖିପାରିବେ ନାହିଁ, ଅନ୍ୟକୁ କହି ସମାଲୋଚିତ ହେବେ।
କର୍କଟ
କର୍କଟ
ପାରିବାରିକ ଜୀବନରେ ବିପରୀତ ବାତାବରଣ ସୃଷ୍ଟି କରିବା କାରଣରୁ ମନ ବିଷାଦିତ ରହିବ। ସାଧାରଣ କଥାକୁ କେନ୍ଦ୍ରକରି ଅଶାନ୍ତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ। ଆନୁଷ୍ଠାନିକ କାମ ଓ ସଭାସମିତିରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
ଆପଣଙ୍କ ଯୁକ୍ତିଯୁକ୍ତ କଥାକୁ ବନ୍ଧୁମାନେ ପସନ୍ଦ କରିବା ସହ କାର୍ଯ୍ୟରେ ସହମତି ପ୍ରକାଶ କରିବେ। ପିଲାଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇଯାଇପାରନ୍ତି। ଦୀର୍ଘଦିନରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ମନ ଖୁସି ହୋଇଯିବ। ଆର୍ଥିକ ସ୍ବଚ୍ଛଳତା ଥିଲେ ମଧ୍ୟ ଆବଶ୍ୟକତା ପୂରଣ ସକାଶେ ଧନ୍ଦିହେବାକୁ ପଡ଼ିପାରେ।
କନ୍ୟା
ବହୁବିଧ ସମସ୍ୟା ରହିଥିଲେ ମଧ୍ୟ ବିଶେଷ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସହକର୍ମୀଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ଆଗାମୀ ସମୟ ପାଇଁ କାମରେ ଆସିବ। ପାରିବାରିକ, ବ୍ୟବସାୟିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ତୁଳା
ତୁଳା
ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ଖୁସି ରହିବେ ଏବଂ କାବ୍ୟ, ସାହିତ୍ୟ, କଳା, କାରିଗରି ପ୍ରତି ରୁଚି ବଳିବ। ଶୁକ୍ରଙ୍କ ପ୍ରଭାବରୁ ବିଳାସବ୍ୟସନ ଦିଗକୁ ମନ ବଳାଇପାରନ୍ତି। ବାଣିଜ୍ୟ, ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ପରିସରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ।
ବିଛା
ବିଛା
କୌଶଳରେ କାମ ହାସଲ ପାଇଁ ଚେଷ୍ଟାକଲେ ଉପକୃତ ହେବେ। ପ୍ରଶାସନିକ ସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ। ପ୍ରିୟ ବ୍ୟକ୍ତିଙ୍କ ସହଯୋଗରୁ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, ଚଳଚ୍ଚିତ ୍ରଓ କଳା ସାହିତ୍ୟରେ ସମସ୍ୟା ସମାଧାନ ଆଶା କ୍ଷୀଣ ରହିଛି।
ଧନୁ
ଧନୁ
ସାମାନ୍ୟ ବଚସାରୁ ପ୍ରିୟବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବା ସାଙ୍ଗକୁ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ପିଲା ମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି।
ମକର
ମକର
ସକାଳୁ ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ବିଭିନ୍ନ କଥା କହି ସଫଳତା ହାସଲ କରିବେ। ଶିକ୍ଷାକ୍ଷେତ୍ରରେ, ପରୀକ୍ଷାରେ, ଆଲୋଚନାରେ, ତର୍କବିତର୍କରେ, ଆଶାନୁଯାୟୀ ସୁଫଳ ପାଇ ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପାଖ ପଡ଼ୋଶୀମାନଙ୍କ ସହ ସମ୍ପର୍କ ତିକ୍ତ ହୋଇପାରେ।
କୁମ୍ଭ
କୁମ୍ଭ
ସମସ୍ୟା ଲାଗି ରହିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, ବିବାଦ, ତର୍କ, ଆଲୋଚନା, କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ଅଫିସିଆଲି କାମ ହାସଲ କରିବା ସକାଶେ ଆଗନ୍ତୁକଟି ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିବ। ପରିବାରରେ ମତାନ୍ତରୁ ମନାନ୍ତର ସୃଷ୍ଟି ହେବା ଆଶଙ୍କା ରହିଛି।
ମୀନମୀନ
ଆଜି ସକାଳୁ କୌଣସି ଭଦ୍ରବ୍ୟକ୍ତିଙ୍କ ସହ ଆଲୋଚନା ପରେ ମନର ସ୍ଥିତିକୁ ଦୃଢ଼ କରିପାରନ୍ତି। ଏଣେ କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣକରି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ବନ୍ଧୁମାନଙ୍କ ନିକଟରୁ ଶୁଣାକଥାକୁ ବିଶ୍ୱାସକରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri