Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ
କୌଣସି କାମ କରିବା ସକାଶେ ମନ ଚାହୁଁଥିଲେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତି ତାହା କରାଇଦେଇ ନ ପାରେ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟ ମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ ।
ବୃଷ
ବୃଷ

ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ ଏବଂ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି। ଭାଇ, ଭଉଣୀଙ୍କ କୌଣସି କାମ ହାସଲ ସକାଶେ ଘରେ କଳହ କରିପାରନ୍ତି।

ମିଥୁନ
ମିଥୁନ
ଆଜି ଯାହା କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ।
କର୍କଟ
କର୍କଟ
ନିଜ ପରିସରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟ ହାସଲ କରିବେ। ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି। ବିବାଦୀୟ ଘଟଣାରେ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବ।
ସି˚ହ
ସି˚ହ
ଆଜି ଆର୍ଥିକ ସମସ୍ୟା ମଧ୍ୟରେ ପିଲାମାନଙ୍କ କୌଣସି ଅଭିଯୋଗକୁ ନେଇ ମନ ଅସ୍ଥିର ରହିବ। ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ପରିସ୍ଥିତି ସ୍ବାଭାବିକ ହେବାରୁ ଆଶ୍ୱସ୍ତି ଲାଭ କରିବେ। ନିଜ ପରିବେଶରେ ସନ୍ତାନଙ୍କ କାର୍ଯ୍ୟକଳାପ ଲାଗି ଅପମାନିତ ହୋଇପାରନ୍ତି।
କନ୍ୟା
ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ମନଟି ଏକପ୍ରକାର ଖୁସୀ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ନିର୍ମାଣ କାମରୁ ଲାଭବାନ୍‌ ହେବେ। ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବା ହେତୁ ବିରକ୍ତି ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କଟ ହେବ ନାହିଁ।
ତୁଳା
ତୁଳା
ଆଜି ଯାହା ଓ ଯେମିତି ଚାହୁଁଛନ୍ତି ସେମିତି କାମ କରନ୍ତୁ କିନ୍ତୁ ବିବାଦରୁ ଦୂରେଇ ରହିବା ଭଲ ହେବ। ପିଲାମାନଙ୍କର ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଦୀର୍ଘ ଦିନରୁ ପ୍ରଶାସନିକ ସ୍ତରରେ ରହିଥିବା ସମସ୍ୟାର ସମଧାନ ହୋଇଯିବ।
ବିଛା
ବିଛା
ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ଆନୁଷ୍ଠାନିକ କାମରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାଧାରଣ କଥାରେ ପ୍ରତିବାଦ କରି ଟେନ୍‌ସନ୍‌କୁ ନିମନ୍ତ୍ରଣ କରିପାରନ୍ତି।
ଧନୁ
ଧନୁ
ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଗୁପ୍ତକଥା, କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନତ୍ କରିପାରନ୍ତି। ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବେ।
ମକର
ମକର

ଆପଣଙ୍କ ମୂଲ୍ୟହୀନ କଥାରେ ତର୍କ ବିତର୍କ କରି ପରିବାରରେ କଳହ ଲାଗିପାରେ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ। ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।

କୁମ୍ଭ
କୁମ୍ଭ
ନିଜ ପରିସରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ,ଏଣୁ ସତର୍କ ରହିବା ଭଲ। କଠୋର ପରିଶ୍ରମ କାରଣରୁ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପଡା, ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ

କୌଣସି ବନ୍ଧୁଙ୍କ ସାହାଯ୍ୟରୁ ଯାନବାହନ, ନୂତନ ମେଶିନାରି ଜିନିଷ କିଣିପାରନ୍ତି। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ଏଣୁ ମନ ହାଲୁକା ହୋଇଯିବ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri